Advertisment

ଗିରଫ ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିସୋଦିଆ ଓ ଜୈନ

ଶ୍ରୀ ଜୈନ ୧୦ ମାସ ହେଲା ଜେଲରେ ଅଛନ୍ତି। ସେହିପରି ସିସୋଦିଆଙ୍କୁ ରବିବାର ସିବିଆଇ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ କରିଥିଲା।

author-image
Hemant Lenka
Delhi

Delhi

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ସରକାରର ଦୁଇ ମନ୍ତ୍ରୀ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଆଜି ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସିସୋଦିଆର ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ସମେତ ଏକାଧିକ ବିଭାଗର ଦାୟିତ୍ୱରେ ଥିଲେ। ସେହିପରି ଜୈନ ସ୍ୱାସ୍ଥ୍ୟ ମନ୍ତ୍ରୀ ପଦରେ ରହିଥିଲେ।

Advertisment

ଉଭୟ ଆଜି ନିଜର ଇସ୍ତଫାପତ୍ର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହାକୁ ମଧ୍ୟ କେଜ୍ରିୱାଲ ଗ୍ରହଣ କରି ନେଇଛନ୍ତି। ତେଣୁ ଖୁବଶୀଘ୍ର ଦିଲ୍ଲୀ କ୍ୟାବିନେଟ ସଂପ୍ରସାରଣ ହେବାର ଚର୍ଚ୍ଚା ଆରମ୍ଭ ହୋଇଛି।

ଶ୍ରୀ ଜୈନ ୧୦ ମାସ ହେଲା ଜେଲରେ ଅଛନ୍ତି। ସେହିପରି ସିସୋଦିଆଙ୍କୁ ରବିବାର ସିବିଆଇ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ କରିଥିଲା। ସିସୋଦିଆ ଉପ ମୁଖ୍ୟମନ୍ତ୍ରୀ ପଦ ସହ ୧୮ଟି ବିଭାଗର ଦାୟିତ୍ୱରେ ରହିଥିଲେ। ଏପରି କି ଜୈନ ଗିରଫ ହେବା ଦିନ ଠାରୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ସେ ତୁଲାଉଥିଲେ। ହେଲେ ଏବେ ଉଭୟ ନିଜ ନିଜ ପଦ ଛାଡ଼ିଛନ୍ତି।

Advertisment

ଉଭୟଙ୍କ ଇସ୍ତଫା ପରେ ଦିଲ୍ଲୀ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ମିଶାଇ ମୋଟ ୫ ଜଣ ସଦସ୍ୟ ରହିଛନ୍ତି।  ଗତବର୍ଷ ମେ’ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସତ୍ୟେନ୍ଦ୍ର ଜୈନଙ୍କୁ ମନି ଲଣ୍ଡିରିଂ ମାମଲାରେ ଗିରଫ କରିଥିଲା। ସେବେଠାରୁ ସେ ତିହାର ଜେଲରେ ରହିଛନ୍ତି।

Delhi AAP