Advertisment

ଛେପ ଲଗାଇ କରୁଥିଲେ ମସାଜ; ବନ୍ଧା ହେଲେ ସେଲୁନ ମାଲିକ, ବୁଲିଲା ବୁଲଡୋଜର

ଗ୍ରାହକ ଈଶ୍ୱର ସମାନ। ମାତ୍ର ଜଣେ ଯୁବକ ନିଜ ସେଲୁନ୍‌ରେ ଛେପ ପକାଇ ଗ୍ରାହକଙ୍କ ମସାଜ କରୁଥିଲେ। ଏହାର ଭିଡିଓ ଭାଇରାଲ ହେବାପରେ ଉକ୍ତ ସେଲୁନ ମାଲିକ ୟୁସୁଫଙ୍କୁ ଗିରଫ କରାଯାଇଛି।

author-image
Niharika Rout
Massage

Massage

ଗ୍ରାହକ ଈଶ୍ୱର ସମାନ। ମାତ୍ର ଜଣେ ଯୁବକ ନିଜ ସେଲୁନ୍‌ରେ ଛେପ ପକାଇ ଗ୍ରାହକଙ୍କ ମସାଜ କରୁଥିଲେ। ଏହାର ଭିଡିଓ ଭାଇରାଲ ହେବାପରେ ଉକ୍ତ ସେଲୁନ ମାଲିକ ୟୁସୁଫଙ୍କୁ ଗିରଫ କରାଯାଇଛି। ଏଥିସହ ତାଙ୍କ ସେଲୁନ ଉପରେ ବି ବୁଲଡୋଜର ଗଡ଼ିଛି। ଏପରି ଏକ ଘଟଣା ଉତ୍ତରପ୍ରଦେଶର କନୌଜରେ ଘଟିଛି।

Advertisment

ୟୁସୁଫ କନୌଜ ବଜାରରେ ସରକାରୀ ଜାଗାକୁ ମାଡ଼ି ବସି ଏକ ସେଲୁନ କରିଥିଲେ। କିଛି ଦିନ ପୂର୍ବେ ସେ ଗ୍ରାହକଙ୍କ ମସାଜ କରୁଥିବା ଭିଡିଓ ଭାଇରାଲ ହୋଇଥିଲା। ଗ୍ରାହକଙ୍କ ମୁହଁରେ ଫେସ୍‌ ପ୍ୟାକ୍‌ ଲଗାଇ ସେମାନଙ୍କର ମସାଜ କରୁଥିବା ବେଳେ ସେ ନିଜ ଛେପର ବ୍ୟବହାର କରୁଥିଲେ। ଫଳରେ ଗ୍ରାହକ କିଛି ଜାଣି ପାରୁ ନ ଥିଲେ। ମାତ୍ର କିଛି ଦିନ ପୂର୍ବେ ଏହାର ଭିଡିଓ ଭାଇରାଲ ହୋଇଥିଲା।

ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୁଲିସ୍‌ ଏହି ମାମଲାର ଛାନଭିନ ଆରମ୍ଭ କରି ସେଲୁନଟି କନୌଜରେ ଥିବା ଜାଣିବାକୁ ପାଇଥିଲା।

Advertisment

ଏହାପରେ ପୁଲିସ୍‌ ତୁରନ୍ତ ୟୁସୁଫଙ୍କୁ ଗିରଫ କରିଥିଲ। । ଏହାପରେ ତାଙ୍କ ସେଲୁନ ଥିବା ଜାଗା ସମ୍ପର୍କରେ ଛାନଭିନ କରି ତାହା ସରକାରୀ ଜାଗାରେ ଜବରଦସ୍ତି କରାଯାଇଥିବା ଜଣାପଡ଼ିଥିଲା। ଏହାପରେ ପ୍ରଶାସନିକ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ୟୁସୁଫଙ୍କ ସେଲୁନ ଉପରେ ବୁଲଡୋଜନ ବୁଲି ତାହାକୁ ମାଟିରେ ମିଶାଇ ଦେଇଛି।

Uttar Pradesh