ଏକତରଫା ପ୍ରେମର କରୁଣ ପରିଣତି; ନର୍ସିଂ ଛାତ୍ରୀଙ୍କ ଜୀବନ ନେଇଗଲେ ବିବାହିତ ପ୍ରେମିକ

ନର୍ସିଂ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେଲେ ବିବାହିତ ବ୍ୟକ୍ତି। ନର୍ସିଂ ଛାତ୍ରୀଜଣକ ନିଜ ଜିଦ୍‌ରେ ଅଟଳ ରହିବାରୁ ଶେଷରେ ତାଙ୍କ ଜୀବନ ନେଇଗଲେ ବିବାହିତ ବ୍ୟକ୍ତିଜଣକ ।

Police

ଘଟଣାସ୍ଥଳରେ ପୁଲିସ୍‌ ମୁତୟନ ।

Niharika Rout
  • Published: Friday, 15 March 2024
  • Updated: 15 March 2024, 02:03 PM IST

Sports

Latest News

ନର୍ସିଂ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେଲେ ବିବାହିତ ବ୍ୟକ୍ତି। ସବୁବେଳେ ତାଙ୍କ ପିଛା କରିବା ସହ ତାଙ୍କୁ ଅତିଷ୍ଠ କରି ପକାଇଲେ। ଏହାପରେ ବି ନର୍ସିଂ ଛାତ୍ରୀଜଣକ ନିଜ ଜିଦ୍‌ରେ ଅଟଳ ରହିବାରୁ ଶେଷରେ ତାଙ୍କ ଜୀବନ ନେଇଗଲେ ବିବାହିତ ବ୍ୟକ୍ତିଜଣକ । ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଇଟାବାରେ ଘଟିଛି।

ନର୍ସିଂ ଛାତ୍ରୀଜଣକ ସୈଫଇ ମେଡ଼ିକାଲ କଲେଜରେ ପ୍ରଥମ ବର୍ଷର ନର୍ସିଂ ଛାତ୍ରୀ ଥିଲେ। ତାଙ୍କ ଘର କୁଦରକୋଟ ଅଞ୍ଚଳରେ ହୋଇଥିବା ବେଳେ ଅଭିଯୁକ୍ତ ମହେନ୍ଦ୍ରଙ୍କ ଘର ବି ସେଠାରେ ବୋଲି ଜଣାଯାଇଛି। ମହେନ୍ଦ୍ର ପୂର୍ବରୁ ବିବାହିତ ଥିବା ବେଳେ ସେ ଉକ୍ତ ଛାତ୍ରୀଙ୍କୁ ଏକତରଫା ପ୍ରେମ କରିରୁଥିଲା ମାତ୍ର ଛାତ୍ରୀଙ୍କ ସମେତ ତାଙ୍କ ପରିବାର ଲୋକେ ବି ଏହାକୁ ବିରୋଧ କରୁଥିଲେ। ଏନେଇ ଉକ୍ତ ବ୍ୟକ୍ତିଙ୍କ ଘରେ ଅଭିଯୋଗ ହୋଇଥିଲେ ବି ସେମାନେ ଏହି ଘଟଣାର କୌଣସି ସମାଧାନ କରି ନ ଥିଲେ।

ଇତି ମଧ୍ୟରେ ଛାତ୍ରୀଜଣକ ହଷ୍ଟେଲକୁ ରହିବାକୁ ଚାଲି ଯାଇଥିଲେ। ତାଙ୍କୁ ଖୋଜିଖୋଜି ମନ୍ଦେନ୍ଦ୍ର ବି ସେଠାରେ ପହଞ୍ଚି ଯାଇଥିଲେ। ସେଠାରେ ସେ ତାଙ୍କୁ ହଇରାଣ କରିବା ସହ ପ୍ରସ୍ତାବରେ ରାଜି ହେବାକୁ ଧମକ ଦେଉଥିଲେ। ଏହା ସତ୍ତ୍ୱେ ବି ଛାତ୍ରୀଜଣକ ମହେନ୍ଦ୍ରଙ୍କ ପ୍ରସ୍ତାବରେ ରଜି ହୋଇ ନ ଥିଲେ।

Also Read

ଏଥିରେ ଉତ୍ୟକ୍ତ ମହେନ୍ଦ୍ର ଘଟଣା ଦିନ ଛାତ୍ରୀଙ୍କୁ ନେଇ କେଉଁଆଡ଼େ ଚାଲି ଯାଇଥିଲେ। ହଷ୍ଟେଲ କର୍ତ୍ତୃପକ୍ଷଙ୍କ ନିକଟରୁ ଖବର ପାଇ ପରିବାର ଲୋକେ ପହଞ୍ଚି ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲେ। ଏହାପରେ ନିକଟସ୍ଥ ଜଙ୍ଗଲରେ ତାଙ୍କ ମୃତଦେହ ପଡ଼ିଥିବା ସୂଚନା ମିଳିଥିଲା। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାକୁ କେନ୍ଦ୍ର କରି ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଗାଁରେ ପୁଲିସ୍‌ ମୁତୟନ କରାଯାଇଛି।

ଅଭିଯୁକ୍ତ ମହେନ୍ଦ୍ରଙ୍କୁ ଗିରଫ କରିବାକୁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ବେଳେ ତାଙ୍କ ସନ୍ଧାନ ମିଳି ପାରିନି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story