Advertisment

ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନଙ୍କ ପ୍ରସ୍ତାବ; ମହିଳାଙ୍କର ଏହି ଦୁଇଟି କାମ ପୁରୁଷମାନେ କରିବା ଉଚିତ୍ ନୁହେଁ

ଅକ୍ଟୋବର ୨୮ ତାରିଖରେ ମହିଳା କମିଶନର ଏକ ବୈଠକ ବସିଥିଲା। ଏଥିରେ ଏକ ପ୍ରସ୍ତାବ ଦିଆଯାଇଥିଲା ଯେ ଯେଉଁ ମହିଳାମାନେ ପୋଷାକ ସିଲେଇ କରି ପିନ୍ଧୁଛନ୍ତି, ସେମାନଙ୍କ ମାପ କେବଳ ମହିଳା ଟେଲରମାନେ ନେବା ଉଚିତ।

author-image
Jitendra Garnayak
ଅଦ୍ୟତନ ହୋଇଛି
Tailor

Tailor

ପୁରୁଷମାନେ ମହିଳାଙ୍କ ପୋଷାକ ସିଲେଇ କରିବା ଉଚିତ ନୁହେଁ। ସେହିଭଳି ପୁରୁଷମାନେ ମହିଳାଙ୍କ କେଶ କାଟିବା ଉଚିତ ନୁହେଁ। ମହିଳାମାନଙ୍କୁ ‘ବ୍ୟାଡ୍ ଟଚ୍‌’ ବା ‘ଖରାପ ସ୍ପର୍ଶ’ରୁ ସୁରକ୍ଷା ଯୋଗାଇ ଦେବା ପାଇଁ ତଥା ପୁରୁଷଙ୍କ ଖରାପ ଉଦ୍ଦେଶ୍ୟକୁ ଫଳପ୍ରଦ କରାଇ ନଦେବା ପାଇଁ ଏଭଳି ଏକ ପ୍ରସ୍ତାବ ଦେଇଛନ୍ତି ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନ। 

Advertisment

ଏ ସଂପର୍କରେ ସୂଚନା ଦେଇ ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ସଦସ୍ୟ ହିମାନୀ ଅଗ୍ରୱାଲ କହିଛନ୍ତି, ଗତ ଅକ୍ଟୋବର ୨୮ ତାରିଖରେ ମହିଳା କମିଶନର ଏକ ବୈଠକ ବସିଥିଲା। ଏଥିରେ ଏକ ପ୍ରସ୍ତାବ ଦିଆଯାଇଥିଲା ଯେ ଯେଉଁ ମହିଳାମାନେ ପୋଷାକ ସିଲେଇ କରି ପିନ୍ଧୁଛନ୍ତି, ସେମାନଙ୍କ ମାପ କେବଳ ମହିଳା ଟେଲରମାନେ ନେବା ଉଚିତ। ତା’ ସହିତ ସେଠାରେ ସିସିଟିଭି ଲାଗିବା ଉଚିତ। ଆଉ ଏହି ପ୍ରସ୍ତାବ ନିଜେ ମହିଳା କମିଶନ ଅଧ୍ୟକ୍ଷା ବବିତା ଚୌହାନ ଦେଇଥିଲେ। ତାଙ୍କର ଏହି ପ୍ରସ୍ତାବକୁ ସେଦିନ ଉପସ୍ଥିତ ‌ଥିବା କମିଶନର ସମସ୍ତ ସଦସ୍ୟ ସମର୍ଥନ କରିଥିଲେ।  

ସେ ଆହୁରି କହିଥିଲେ ଯେ ଆମେ ଆଉ ଏକ ପ୍ରସ୍ତାବ ମଧ୍ୟ ଦେଇଥିଲୁ। ସାଲୋନଗୁଡ଼ିକରେ ମହିଳାମାନଙ୍କ କେଶ କାଟିବାଠାରୁ ଅନ୍ୟାନ୍ୟ କାମ କେବଳ ମହିଳାମାନେ ହିଁ କରିବା ଉଚିତ। ଆମର ମତ, ପୋଷାକ ସିଲେଇ ହେଉ ଅବା କେଶ କାଟିବା ଆଦି ବୃତ୍ତିରେ ପୁରୁଷମାନେ ଜଡ଼ିତ ଥିବାରୁ ମହିଳାମାନେ ଅସଦାଚରଣର ଶିକାର ହେଉଛନ୍ତି। ସେମାନେ ମହିଳାମାନଙ୍କୁ ବ୍ୟାଡ୍ ଟଚ୍ ବା ଖରାପ ସ୍ପର୍ଶ କରନ୍ତି। 

Advertisment

ପୋଷାକ ସିଲେଇ କରୁଥିବା ଅବା କେଶ କାଟୁଥିବା ସମସ୍ତ ପୁରୁଷଙ୍କ ଉଦ୍ଦେଶ୍ୟ ଖରାପ ନଥାଏ। କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କର ଉଦ୍ଦେଶ୍ୟ ‌ଖରାପ ହୋଇଥାଏ। ତେବେ ଆମେ ଯେଉଁ କଥା କହିଛୁ, ତାହା କେବଳ ଏକ ପ୍ରସ୍ତାବ ମାତ୍ର। ପରବର୍ତ୍ତୀ ସମୟରେ ଏ ନେଇ ଆଇନ ତିଆରି କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ।