Advertisment

ମୁମ୍ବାଇ ବିଏମ୍‌ଡବ୍ଲ୍ୟୁ ହିଟ୍ ଆଣ୍ଡ୍ ରନ୍ ମାମଲା: ୭୨ ଘଣ୍ଟା ପରେ ମିହିର ଶାହ ଗିରଫ

ମିହିର ଶାହ ହେଉଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାର ନେତା ରାଜେଶ ଶାହଙ୍କ ପୁଅ। ମିହିରଙ୍କୁ ଧରିବା ପାଇଁ ପୁଲିସ ଏକାଧିକ ଟିମ୍ ଗଠନ କରିଥିଲା।

author-image
Jitendra Garnayak
Mihir Shah

Mihir Shah

ମୁମ୍ବାଇ ବିଏମ୍‌ଡବ୍ଲ୍ୟୁ ହିଟ୍ ଆଣ୍ଡ୍ ରନ୍ ମାମଲାରେ ଗିରଫ ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ମିହିର ଶାହ। ଘଟଣା ଘଟିବାର ୭୨ ଘଣ୍ଟା ପରେ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ମୁମ୍ବାଇ ପୁଲିସ୍। ଏହି ମାମଲାରେ ପୁଲିସ୍ ମୋଟ ୧୨ ଜଣଙ୍କୁ ନିଜ ହେପାଜତକୁ ନେଇଛି। ସେମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ମିହିର ଶାହଙ୍କ ମା’ ଓ ଦୁଇ ଭଉଣୀ ଅଛନ୍ତି। ୭୨ ଘଣ୍ଟା ଧରି ଫେରାର ରହିବାରେ ମିହିରଙ୍କୁ ତାଙ୍କ ମା’ ଓ ଦୁଇ ଭଉଣୀ ସହଯୋଗ କରିଥିବା ପୁଲିସ ସନ୍ଦେହ କରୁଛି। ସେମାନଙ୍କୁ ଅଭିଯୁକ୍ତ ଦର୍ଶାଯିବ ନା ନାହିଁ, ସେ ନେଇ ପୁଲିସ ନିଷ୍ପତ୍ତି ନେବ।

Advertisment

ମିହିର ଶାହ ହେଉଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାର ନେତା ରାଜେଶ ଶାହଙ୍କ ପୁଅ। ମିହିରଙ୍କୁ ଧରିବା ପାଇଁ ପୁଲିସ ଏକାଧିକ ଟିମ୍ ଗଠନ କରିଥିଲା। ଶେଷରେ ମୁମ୍ବାଇରୁ ପ୍ରାୟ ୬୫ କିମି ବିରାରରେ ଏକ ଆପାର୍ଟମେଣ୍ଟରୁ ମିହିରଙ୍କୁ ଗିରଫ କରିଥିଲା ପୁଲିସ୍। ତାଙ୍କୁ ଗିରଫ କରି ୱର୍ଲି ଥାନାକୁ ଆଣି ପଚରାଉଚରା କରାଯାଉଛି।

ଜୁହୁ ସ୍ଥିତ ଏକ ବାର୍‌ରେ ଘଣ୍ଟା ଘଣ୍ଟା ଧରି ପାର୍ଟି କରିଥିଲେ ମିହିର ଶାହ। ସେ ସେଠାରେ ୧୮ ହଜାର ୭୩୦ ଟଙ୍କା ଖର୍ଚ୍ଚ କରିଥିଲେ। ବାରରୁ ବାହାରିବା ପରେ ସେ ତାଙ୍କର ୪ ଜଣ ସାଙ୍ଗଙ୍କ ସହିତ ତାଙ୍କ ବିଏମ୍‌ଡବ୍ଲ୍ୟୁ ଗାଡ଼ିରେ ଯାଉଥିଲେ। ମିହିର ଶାହ ନିଜେ ଗାଡ଼ି ଚଲାଉଥିବା ବେଳେ ଏକ ସ୍କୁଟିକୁ ଧକ୍କା ଦେଇ ପଳାଇଥିଲେ। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଆହତ ହୋଇଛନ୍ତି।

Advertisment

ଆଜି ମିହିର ଶାହ ଗିରଫ ହେବାର କିଛି ସମୟ ପୂର୍ବରୁ ସେ ଯେଉଁ ବାରରେ ସାଙ୍ଗମାନଙ୍କ ସହତ ମଦ ପିଇଥିଲେ, ତାକୁ ସିଲ୍ କରି ଦିଆଯାଇଛି। ଅନ୍ୟପକ୍ଷରେ ମିହିରଙ୍କ ବାପା ରାଜେଶ ଶାହ ଗତକାଲିଠାରୁ ଜେଲ୍‌ରୁ ମୁକୁଳି ଯାଇଛନ୍ତି। ରବିବାର ପୁଲି ତାଙ୍କୁ ଗିରଫ କରିଥିଲା। ପୁଲିସ୍‌ର ତଦନ୍ତ କହୁଛି ଯେ ଏହି ଘଟଣା ଘଟିବା ପରେ ମିହିର ଶାହ, ତାଙ୍କ ମା’ ଓ ଭଉଣୀ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲେ। ପରେ ତାଙ୍କ ମା’ ଓ ଭଉଣୀ ବାହାରକୁ ଆସି ମିହିରଙ୍କୁ ଫେରାର କରାଇବାରେ ସହଯୋଗ କରିଥିଲେ।

ମିହିର ଶାହଙ୍କ ଡ୍ରାଇଭର ରାଜଋଷି ବିଦାୱତ ଜେଲ୍‌ରେ ଅଛନ୍ତି। ମିହିର ତାଙ୍କୁ ବାଧ୍ୟ କରି ନିଜେ ଗାଡ଼ି ଚଲାଇଥିଲେ। ପରବର୍ତ୍ତୀ ସମୟରେ ମିହିରଙ୍କ ବାପା ରାଜଋଷି ବିଦାୱତ ନିଜ ଉପରକୁ ସମସ୍ତ ଦୋଷ ନେବାକୁ କହିଥିବା ଜଣାପଡ଼ିଛି। କୋର୍ଟ ବିଦାୱତଙ୍କୁ ଗୁରୁବାର ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି।

Mumbai BMW Hit-And-Run Case