Advertisment

ଅଖିଳେଶଙ୍କୁ ଜବାବ ଦେଲେ ଯୋଗୀ, କହିଲେ-ଅପରାଧୀଙ୍କୁ ମାଟିରେ ମିଶାଇ ଦେବୁ

୨୦୦୫ରେ ବହୁଜନ ସମାଜ ପାର୍ଟିର ବିଧାୟକ ରାଜୁ ପଲଙ୍କ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପଲଙ୍କୁ ପ୍ରୟାଗରାଜରେ ହତ୍ୟା କରାଯାଇଛି।

author-image
Tapas Behera
undefined

Yogi Adityanath

୨୦୦୫ରେ ବହୁଜନ ସମାଜ ପାର୍ଟିର ବିଧାୟକ ରାଜୁ ପଲଙ୍କ ହତ୍ୟା ଘଟଣାର ମୁଖ୍ୟ ସାକ୍ଷୀ ଉମେଶ ପଲଙ୍କୁ ପ୍ରୟାଗରାଜରେ ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ମଧ୍ୟରେ ବାକ ଯୁଦ୍ଧ ହୋଇଥିଲା। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ସମାଜବାଦୀ ପାର୍ଟିକୁ ମାଫିଆ (ଅପରାଧୀ)ଙ୍କ ପୃଷ୍ଠପୋଷକତା ବୋଲି ଅଭିହିତ କରିଥିଲେ। ମୁଁ ସେମାନଙ୍କୁ ମାଟିରେ ମିଶାଇ ଦେବି ବୋଲି ଯୋଗୀ କହିଛନ୍ତି। ଉମେଶ ପଲଙ୍କୁ ଶୁକ୍ରବାର ତାଙ୍କ ପ୍ରୟାଗରାଜସ୍ଥିତ ବାଷଭବନରେ ବୋମା ମାଡ଼ କରି ହତ୍ୟା କରାଯାଇଛି। ଏହି ସମୟରେ ଗୁଳିବିନିମୟ ଘଟି ତାଙ୍କୁ ମାରିବାକୁ ଆସିଥିବା ଜଣେ ବନ୍ଧୁକଧାରୀ ଗୁଳିମାଡ଼ରେ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ହସପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ପୂର୍ବତନ ସାଂସଦ ଅଟିକ୍ ଅହମ୍ମଦଙ୍କ ସାନଭାଇ ଖଲିଦ ଆଜିମଙ୍କୁ ପରାସ୍ତ କରି ନିର୍ବାଚନରେ ​​ଆହ୍ଲାବାଦ (ପଶ୍ଚିମ) ବିଧାନସଭା ଆସନ ଜିତିବାର କିଛି ମାସ ପରେ ରାଜୁ ପଲଙ୍କୁ ହତ୍ୟା କରାଯାଇଥିଲା।

Advertisment

ରାଜୁ ପଲ ହତ୍ୟା ମାମଲାରେ ଅଟିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ତଥା ପୂର୍ବତନ ବିଧାୟକ ଆଶରଫ ଏହି ଗଟଣାରେ ମୁଖ୍ୟ ଅଭିଯୁକ୍ତ ଅଛନ୍ତି। ସମସ୍ତ ଅଭିଯୁକ୍ତ ବର୍ତ୍ତମାନ ଜେଲରେ ଅଛନ୍ତି। ପୁଲିସର ସୂଚନାନୁସାରେ, ଆକ୍ରମଣକାରୀମାନେ କ୍ରମାଗତ ଭାବରେ ଉମେଶ ପଲଙ୍କ କାରକୁ ପିଛା କରିଥିଲେ। ସେମାନଙ୍କ ବ୍ୟାଗରେ ଅଫୁଟା ବୋମା ଆଣିଥିଲେ। ଗୋଟିଏ ଭିଡିଓ କ୍ଲିପ୍‌ରେ ଜଣେ ଅଭିଯୁକ୍ତ ତାଙ୍କ ବ୍ୟାଗରୁ ବୋମା ବାହାର କରି ଉମେଶ ପଲଙ୍କୁ ଫିଙ୍ଗିବାର ନଜର ଆସିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ତୁମେ (ସମାଜବାଦୀ ପାର୍ଟି) ଅପରାଧୀମାନଙ୍କୁ ପ୍ରୋତ୍ସାହିତ କରୁଛ, ସେମାନଙ୍କୁ ଫୁଲମାଳ ସହିତ ସ୍ୱାଗତ କରୁଛ ଏବଂ ପରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନାଟକ ସୃଷ୍ଟି କରୁଛ କହି ଅଖିଳେଶଙ୍କୁ ପାଲଟା ଆକ୍ରମଣ କରିଥିଲେ।

ପୂର୍ବତନ ସାଂସଦ ଅଟିକ୍ ଅହମ୍ମଦଙ୍କୁ ସମାଜବାଦୀ ପାର୍ଟି ସମର୍ଥନ କରୁଥିବା କଣ ସତ ନୁହେଁ କି? ଏହା ପରେ ସେ କହିଛନ୍ତି ଯେ, ତାଙ୍କ ସରକାର ରାଜ୍ୟର ସମସ୍ତ ମାଫିଆଙ୍କୁ ଶେଷ କରିବେ। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ଜବାବ ଦେଇ ଅଖିଳେଶ ଯାଦବ କହିଛନ୍ତି, ଗତକାଲି ଯେଉଁଭଳି ଭାବେ ବୋମା ଫିଙ୍ଗି ଜଣକୁ ହତ୍ୟା କରାଗଲା,ଏଥିରୁ ସ୍ପଷ୍ଟ ଯେ ଏହି ସରକାର ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସେଠାରେ ଏକ ଗ୍ୟାଙ୍ଗ ୱାର ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ରାମରାଜ୍ୟରେ ଅପରାଧିମାନେ ଖୋଲାଖୋଲି ବନ୍ଧୁକ ଚଳାଉଛନ୍ତି। ଅପରାଧ ନିୟନ୍ତ୍ରଣରେ ପୁଲିସ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଏବଂ ବିଜେପି ଦାୟୀ ବୋଲି ସେ କହିଛନ୍ତି।

Advertisment