Advertisment

ବିବାହ ଭୋଜିରେ ରସଗୋଲା ସରିଯିବାରୁ ମାରପିଟ୍ ଲାଗି ୬ ଆହତ

ରବିବାର ବ୍ରିଜବନ କୁଶୱାଙ୍କ ବାସଭବନରେ ଏକ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
Rasagola

Rasagola

ବିବାହ ଭୋଜିରେ ରସଗୋଲା ନ ମିଳିବାରୁ ତୁମୁଳକାଣ୍ଡ। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ରସଗୋଲା ପାଇଁ ମାରପିଟ୍ ଲାଗି ଛଅ ଜଣ ଆହତ ହୋଇଛନ୍ତି। ଏପରିକି ସେମାନଙ୍କୁ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି କରିବାକୁ ପଡିଛି।

Advertisment

ସୂଚନା ଅନୁସାରେ, ଉତ୍ତର ପ୍ରଦେଶର ଆଗ୍ରାରେ ଘଟିଛି ଏପରି ଘଟଣା। ରବିବାର ଏକ ବିବାହ ଭୋଜିରେ ରସଗୋଲା ଅଭାବ ପଡ଼ିବାରୁ ମାରପିଟ୍ ଲାଗି ଛଅ ଜଣ ଆହତ ହୋଇଛନ୍ତି। 

ଶାମସାବାଦ ପୁଲିସ କହିଛି ଯେ, ରବିବାର ବ୍ରିଜବନ କୁଶୱାଙ୍କ ବାସଭବନରେ ଏକ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା। ଭୋଜି ମଧ୍ୟରେ ରସଗୋଲା ସରିଯାଇଥିଲା। ଫଳରେ ରସଗୋଲା ଅଭାବ ପଡ଼ିବାକୁ ନେଇ ଜଣେ ବ୍ୟକ୍ତି କମେଣ୍ଟ ପାସ୍ କରିଥିଲେ, ଯାହାକୁ ନେଇ ଏତେବଡ଼ ଏକ ଗଣ୍ଡଗୋଳ ଘଚିଛି।

Advertisment

ମାରପିଟ୍ ଲାଗି ଆହତ ହୋଇଥିବା ଛଅ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ଏନେଇ ଏକ ମାମଲା ରୁଜୁ କରାଯାଇଥିବା କହିଛି ଶାମସାବାଦ ପୁଲିସ।  

ପ୍ରକାଶ ଥାଉ କି, ଅକ୍ଟୋବର ୨୦୨୨ରେ ମଧ୍ୟ ଆଗ୍ରାରେ ଏହିପରି ଏକ ଘଟଣା ସାମ୍ନାକୁ ଆସିଥିଲା। ଏତମାଦପୁରର ଏକ ବିବାହ ଉତ୍ସବରେ ମିଠା କମ୍ ପଡିବାରୁ ମାରପିଟ୍ ଲାଗି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।

Fight For Rasgullas Agra Wedding Fight In Agra Wedding