Advertisment

ଚାଲିଗଲେ ପ୍ରକାଶ ସିଂହ ବାଦଲ

ରବିବାର ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ଏଥିପାଇଁ ତାଙ୍କ ହସ୍ପିଟାଲ ନିଆଯାଇଥିଲା। ସେଠାରେ ସେ ଆଇସିୟୁରେ ରହିଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Parkash Singh Badal

Parkash Singh Badal

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅକାଳୀ ଦଳର ପ୍ରତିଷ୍ଠାତା ପ୍ରକାଶ ସିଂହ ବାଦଲ ଆଉ ନାହାନ୍ତି। ଆଜି ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ରବିବାର ଅସୁସ୍ଥତା କାରଣରୁ ବାଦଲଙ୍କୁ ମୋହାଲିର ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। 

Advertisment

ଆଜି ଉକ୍ତ ହସ୍ପିଟାଲରେ ହିଁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ରବିବାର ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ଏଥିପାଇଁ ତାଙ୍କ ହସ୍ପିଟାଲ ନିଆଯାଇଥିଲା। ସେଠାରେ ସେ ଆଇସିୟୁରେ ରହିଥିଲେ। ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ ହେଁ ଆଜି ସନ୍ଧ୍ୟା ୮.୨୮ରେ ସେ ଚିରନିଦ୍ରାରେ ଶୋଇ ଯାଇଛନ୍ତି। 

ବାଦଲ ପଞ୍ଜାବରେ ୫ ଥର ମୁଖ୍ୟମନ୍ତ୍ରୀ ଭାବେ କାମ କରିଛନ୍ତି। ଏକଦା ବାଦଲଙ୍କ ଅକାଳୀ ଦଳ କେନ୍ଦ୍ରରେ କ୍ଷମତାସୀନ ବିଜେପି ସହ ସରକାର ଗଠନରେ ସହଯୋଗ କରିଥିଲା। କିନ୍ତୁ କୃଷି ଆଇନକୁ ବିରୋଧ କରି ଅକାଳୀ ଦଳ ବିଜେପିର ହାତ ଛାଡ଼ି ଦେଇଥିଲା। 

Advertisment

ଗତବର୍ଷ ଜୁନ ମାସରେ ବାଦଲ ଗ୍ୟାସ ରୋଗରେ ପୀଡ଼ିତ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହିପରି ଗତବର୍ଷ ଫେବୃଆରୀ ମାସରେ କୋଭିଡ ପରବର୍ତ୍ତୀ ଚିକିତ୍ସା ପାଇଁ ସେ ମୋହାଲିର ଗୋଟିଏ ଘରୋଇ ହସ୍ପିଟାଲକୁ ଯାଇଥିଲେ। ସେଠାରେ ତାଙ୍କର ହାର୍ଟ ଚେକଅପ୍‌ ମଧ୍ୟ କରାଯାଇଥିଲା। ବୟସ ଜନିତ ଅସୁସ୍ଥତା କାରଣରୁ ବାଦଲ ସକ୍ରିୟ ରାଜନୀତିରୁ ବେଶ କିଛି ଦିନ ହେଲା ଦୂରେଇ ରହୁଥିଲେ। 

ଆଜି ତାଙ୍କ ଦେହାନ୍ତ ଖବରକୁ ଅକାଳୀ ଦଳର ସଭାପତି ତଥା ବାଦଲଙ୍କ ପୁଅ ସୁଖବୀର ସିଂହ ବାଦଲଙ୍କ ସହଯୋଗୀ ନିଶ୍ଚିତ କରିଛନ୍ତି। ଏହି ଭେଟରାନ ରାଜନେତାଙ୍କ ଅନ୍ତିମ ସଂସ୍କାର ଜନ୍ମ ମାଟି ଭାଠିଣ୍ତାରେ ଅନୁଷ୍ଠିତ ହେବ। ଏଠାରେ ଥିବା ବାଦଲ ଗାଁରେ ପ୍ରକାଶ ସିଂହ ବାଦଲଙ୍କ ଅନ୍ତ୍ୟେଷ୍ଟି କରାଯିବ ବୋଲି ଜଣାପଡ଼ିଛି। 

ପ୍ରକାଶ ସିଂହ ବାଦଲ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମଥର ୧୯୭୦-୭୧ ଯାଏ କାମ କରିଥିଲେ। ଏହାପରେ ୧୯୭୭ରୁ ୧୯୮୦ ଓ ଶେଷରେ ୨୦୦୭ରୁ ୨୦୧୭ ଯାଏ ସେ ଏହି ପଦରେ ରହିଥିଲେ। ସେ ସର୍ବକନିଷ୍ଠ ରାଜନେତା ଭାବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାର ଗୌରବ ମଧ୍ୟ ହାସଲ କରିଥିଲେ। 

ଆଜି ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ନେତା ଜୟରାମ ରମେଶ, କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଓ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। 

୧୯୨୭ ମସିହା ଡିସେମ୍ବର ୮ରେ ପଞ୍ଜାବର ଅବୁଲ କୁରାନା ଗାଁରେ ପ୍ରକାଶ ସିଂହ ବାଦଲଙ୍କ ଜନ୍ମ ହୋଇଥିଲା। ସେ ୧୯୫୦ରେ ଅକାଳି ଦଳ ପାର୍ଟିର ସଦସ୍ୟ ଭାବେ ନିଜ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲା। ପଞ୍ଜାବ ବିଧାନସଭାକୁ ସେ ଅନେକ ଥର ନିର୍ବାଚିତ ହୋଇଛନ୍ତି। ସେ ୧୯୭୦ରେ ପ୍ରଥମଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। 

Punjab Parkash Singh Badal