ଆଜିଠୁ ବଜେଟ ଅଧିବେଶନ, କାଲି ଆସିବ କାମଚଳା ବଜେଟ

ଆଜି ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ରାଜ୍ୟସଭା ଓ ଲୋକସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ଏହାପରେ ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ବର୍ଷ ପାଇଁ ଅନ୍ତରୀଣ ବା କାମଚଳା ବଜେଟ ଉପସ୍ଥାପନ କରିବେ ।

ସଂସଦ ଭବନ ।

  • Published: Wednesday, 31 January 2024
  • , Updated: 31 January 2024, 07:57 AM IST

ଆଜିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ଏହା ଆସନ୍ତା ଫେବୃୟାରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତା କାଲି ଉପସ୍ଥାପିତ ହେବ ଅନ୍ତରୀଣ ବା କାମଚଳା ବଜେଟ ।

ଆଜି ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ରାଜ୍ୟସଭା ଓ ଲୋକସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ଏହାପରେ ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ବର୍ଷ ପାଇଁ ଅନ୍ତରୀଣ ବା କାମଚଳା ବଜେଟ ଉପସ୍ଥାପନ କରିବେ । ଏହା ମୋଦିଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ ହେବ ।

ତେବେ ଆସନ୍ତା ଏପ୍ରିଲରୁ ମେ' ମଧ୍ୟରେ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଥିବାରୁ ପୂର୍ଣ୍ଣାଙ୍ଗ ବଜେଟ ଆସିବ ନାହିଁ । ନିର୍ବାଚନ ପରେ କେନ୍ଦ୍ରରେ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ।

ଆଜିର ବଜେଟ ଅଧିବେଶନ ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମଙ୍ଗଳବାର ସର୍ବଦଳୀୟ ବୈଠକ ଡାକିଥିଲେ । ଅଧିବେଶନ ସମୟରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ସବୁ ଦଳର ନେତାଙ୍କ ସହଯୋଗ ଲୋଡିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ନେତାମାନଙ୍କୁ ଜଣାଇଥିଲେ ଯେ, ଅର୍ଥମନ୍ତ୍ରୀ ସୀତାରମଣ ଜମ୍ମୁ-କଶ୍ମୀର ପାଇଁ ମଧ୍ୟ ବଜେଟ୍ ଉପସ୍ଥାପନ କରିବେ, ଯେଉଁଠିକି ଏବେ ରାଷ୍ଟ୍ରପତି ଶାସନ ଚାଲିଛି ।

ବଜେଟ୍ ପୂର୍ବରୁ ଶୀତକାଳୀନ ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ସମସ୍ତ ୧୪୬ ସାଂସଦଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହୋଇଛି। ଏହାବ୍ୟତୀତ ଲୋକସଭା ପ୍ରିଭିଲେଜ କମିଟି ଦ୍ୱାରା ନିଲମ୍ବିତ ୧୪ ଜଣ ସାଂସଦଙ୍କ ଉପରୁ ବି ନିଲମ୍ବନ ପ୍ରତ୍ୟାହାର ହୋଇଛି।

Related story