Advertisment

୫ମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ପିଓନ ଓ ସହଯୋଗୀ ଗିରଫ

ଗିରଫ ଅଭିଯୁକ୍ତ ଜଣକ ହେଲା ଉତ୍ତର ପ୍ରଦେଶ ଜୌନପୁରର ଅଜୟ କୁମାର। ସେ ଗାଜିଆବାଦର ଖୋଡାରେ ନିଜ ପରିବାର ନେଇ ରହୁଥିଲା। ଏଥିସହ ଉକ୍ତ ସ୍କୁଲରେ ୧୦ ବର୍ଷ ହେଲା ପିଓନ ଭାବେ କାମ କରୁଥିଲା।

author-image
Hemant Lenka
undefined

Stop Rape

ଦେଶର ରାଜଧାନୀ ଦିଲ୍ଲୀର ଗୋଟିଏ ଏମସିଡି ସ୍କୁଲରେ ପଢ଼ୁଥିବା ୫ମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ସେହି ସ୍କୁଲର ୫୪ ବର୍ଷୀୟ ପିଓନ ଓ ତା’ର କିଛି ସହଯୋଗୀ ମିଳିତ ଭାବେ ଏପରି ଘଟଣା ଘଟାଇଥିବା ଜଣାପଡ଼ିଛି। ପୁଲିସ୍‌ ଅଭିଯୁକ୍ତ ପିଓନ ଓ ତା’ର ଜଣେ ସହଯୋଗୀକୁ ଗିରଫ କରିଥିବା ବେଳେ ଆଉ ୩ରୁ ୪ ଜଣ ସହଯୋଗୀ ଫେରାର ଅଛନ୍ତି।

Advertisment

ଗିରଫ ଅଭିଯୁକ୍ତ ଜଣକ ହେଲା ଉତ୍ତର ପ୍ରଦେଶ ଜୌନପୁରର ଅଜୟ କୁମାର। ସେ ଗାଜିଆବାଦର ଖୋଡାରେ ନିଜ ପରିବାର ନେଇ ରହୁଥିଲା। ଏଥିସହ ଉକ୍ତ ସ୍କୁଲରେ ୧୦ ବର୍ଷ ହେଲା ପିଓନ ଭାବେ କାମ କରୁଥିଲା।

ଏମସିଡି ଅଧିକାରୀ କହିଛନ୍ତି, ଦୁଇ ଜଣ ସ୍କୁଲ ଇନ୍ସପେକ୍ଟର ଓ ଆଟେଡାଣ୍ଟଙ୍କୁ ନେଇ ଗଠିତ କମିଟିର ରିପୋର୍ଟ ପରେ କୁମାରକୁ ତୁରନ୍ତ ନିଲମ୍ବିତ କରାଯାଇଥିଲା। ସ୍କୁଲର ପ୍ରିନ୍ସପାଲ ଓ ସ୍କୁଲ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସେମାନେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ ଏପରି ନୋଟିସ ହୋଇଛି।

Advertisment

ପୁଲିସ୍‌ କହିଛି ଯେ ମାର୍ଚ୍ଚ ୧୪ରେ ପୂରା ଘଟଣା ଘଟିଥିଲା। ପିଓନ କୁମାର ୧୦ ବର୍ଷୀୟ ଛାତ୍ରୀଙ୍କୁ ନିଜ ସହ ଯିବାକୁ କହିଥିଲା। ଛାତ୍ରୀ ଜଣଙ୍କ ପିଓକୁ ଜାଣିଥିବାରୁ ତା’ ସହ ଯାଇଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ କୁମାର ପ୍ରଥମେ ଛାତ୍ରୀଙ୍କୁ ଗୋଟିଏ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା। ସେଠାରେ ସେ ତାଙ୍କୁ ‌ଇଞ୍ଜିକେସନ ଦେଇ ଅଚେତ କରି ଦେଇଥିଲା। ଏହାପରେ ତା’ର ୩ରୁ ୪ ଜଣ ସହଯୋଗୀ ସେଠାରେ ପହଞ୍ଚିଥିଲେ। ଅଚେତ ଅବସ୍ଥାରେ ସମସ୍ତେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ।

ଛାତ୍ରୀ ଜଣଙ୍କ ୧୦ ବର୍ଷର ହୋଇଥିବାରୁ ସେ ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନରେ ଘଟଣା ଘଟିଥିଲା, ସେକଥା ପୁଲିସ୍‌କୁ କହି ପାରିନାହାନ୍ତି। ପୀଡ଼ିତା ଜଣଙ୍କ କହିଛନ୍ତି, ଘଟଣା ପରେ ପିଓନ ଜଣକ ତାଙ୍କୁ ସ୍କୁଲରେ ଛାଡ଼ି ଦେଇଥିଲେ। ହେଲେ ସେ ତୁରନ୍ତ ଘରକୁ ଚାଲି ଯାଇଥିଲେ ଓ ପୂରା ଘଟଣା ତାଙ୍କ ମା’ଙ୍କୁ ଜଣାଇଥିଲେ। ଘଟଣା ପରଠାରୁ ପିଲାଟି ଆଉ ସ୍କୁଲ ଯାଇ ନଥିଲେ ଓ ସେ ବାର୍ଷିକ ପରୀକ୍ଷା ମଧ୍ୟ ଦେଇ ନଥିଲେ।

ଜଣେ ଶିକ୍ଷକ ଛାତ୍ରୀଙ୍କ ଭାଇଙ୍କୁ ଫୋନ କରି ଅନୁପସ୍ଥିତି ସମ୍ପର୍କରେ ପଚାରିବାରୁ ସେ ପୂରା ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପରିବାର ଲୋକ ଘଟଣାଟି ମାର୍ଚ୍ଚ ୧୪ରେ ଘଟିଥିଲେ ହେଁ ସ୍କୁଲ କର୍ତ୍ତୃପକ୍ଷ ମାର୍ଚ୍ଚ ୨୨ରେ ଏ ସମ୍ପର୍କରେ ଜାଣିଥିଲେ। ପରିବାର ଲୋକଙ୍କ ଠାରୁ ସୂଚନା ପାଇବା ପରେ ସ୍କୁଲ କର୍ତ୍ତୃପକ୍ଷ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ।

Delhi Stop Rape