Advertisment

ୟୁପିରେ ନିର୍ବାଚନ ଲଢ଼ିଥିବା ରାଜନେତା କାର୍‌ ଚୋରି ଗ୍ୟାଙ୍ଗର ସଦସ୍ୟ, ଗିରଫ କଲା ପୁଲିସ୍‌

୨୦୨୨ରେ ମହମ୍ମଦ ଆନ୍ସ ବର୍ତ୍ତମାନ ଲୋକସଭାର ସଦସ୍ୟ ଥିବା ଚନ୍ଦ୍ରଶେଖର ଆଜାଦଙ୍କ ଆଜାଦ ସମାଜ ପାର୍ଟି(ଏଏସ୍‌ପି) ଟିକେଟୁ ନିର୍ବାଚନ ଲଢ଼ିଥିଲେ।

author-image
Hemant Lenka
BJP

BJP

୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ। ନିଜ ପାଇଁ ଜୋରଦାର ପ୍ରଚାର ବି କରିଥିଲେ। ହେଲେ ଏବେ ସେ ଗୋଟିଏ କାର୍‌ ଚୋରି କରୁଥିବା ଗ୍ୟାଙ୍ଗର ସଦସ୍ୟ ବୋଲି ପୁଲିସ୍‌ ଜାଣିବାକୁ ପାଇଛି। ଦକ୍ଷିଣ ପଶ୍ଚିମ ଦିଲ୍ଲାର ଗାଡ଼ି ଚୋରି ନିରୋଧ ସ୍କ୍ୱାଡ(ଏଏଟିଏସ) ପୂରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିବା ସହ ଏକଦା ନିର୍ବାଚନ ଲଢ଼ିଥିବା ମହମ୍ମଦ ଆନସଙ୍କୁ ଗିରଫ କରିଛି।

Advertisment

୨୦୨୨ରେ ମହମ୍ମଦ ଆନ୍ସ ବର୍ତ୍ତମାନ ଲୋକସଭାର ସଦସ୍ୟ ଥିବା ଚନ୍ଦ୍ରଶେଖର ଆଜାଦଙ୍କ ଆଜାଦ ସମାଜ ପାର୍ଟି(ଏଏସ୍‌ପି) ଟିକେଟୁ ନିର୍ବାଚନ ଲଢ଼ିଥିଲେ। ତାଙ୍କୁ ଏଏସ୍‌ପି ମୀରଟର କିଥିରୁ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିଲା।

ଏଏଟିଏସ୍‌ କାର ଚୋରି ଗ୍ୟାଙ୍ଗର ମୋଟ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ମହମ୍ମଦ ଆନସ ରହିଛନ୍ତି। ସେ ଦିଲ୍ଲୀରୁ ଚୋରି ହେଉଥିବା କାରକୁ କିଣୁ ଥିଲେ ଓ ଏହାପରେ ଗ୍ୟାଙ୍ଗ ଲିଡର ଗୁଡୁକୁ ଦୁଇ ଗୁଣା ଟଙ୍କାରେ ବିକ୍ରି କରୁଥିଲେ।

Advertisment

ଦୀର୍ଘ ୧୫ ଦିନର ଅପରେସନ ପରେ ପୁଲିସ୍‌ ଗ୍ୟାଙ୍ଗ ସଦସ୍ୟଙ୍କ ଠାରୁ ଚୋରି ହୋଇଥିବା ଗୋଟିଏ ଟୋୟୋଟା ଫର୍ଚୁନର, ଗୋଟିଏ ସୁଇଫିଟ ଡିଜଆର ଓ ୩ଟି ମାରୁତି ବ୍ରିଜ ଏସ୍‌ୟୁଭି ଜବତ କରିଛି।

ଗ୍ୟାଙ୍ଗର ସଦସ୍ୟମାନେ ଯୋଗାଯୋଗ ପାଇଁ ଗୋଟିଏ ସ୍ୱତନ୍ତ୍ର ଆପ୍‌ ‌ଖୋଲିଥିଲେ। ଏହି ଆପ୍‌ ଜରିଆରେ ସେମାନେ ପରସ୍ପର ସହ ଯୋଗାଯୋଗ କରୁଥିଲେ। ୨ ମାସ ମଧ୍ୟରେ ଦିଲ୍ଲୀରୁ ୩୦ଟି କାର ଚୋରି ହେବା ପରେ ପୁଲିସ୍‌ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଧରିବାକୁ ଲାଗି ପଡ଼ିଥିଲା।

ଜେରା ବେଳେ ଗ୍ୟାଙ୍ଗର ସଦସ୍ୟମାନେ ପୁଲିସ୍‌କୁ କହିଛନ୍ତି ଯେ ଦିଲ୍ଲୀରୁ ସେମାନେ ଦାମୀ କାର ଚୋରି କରିବା ପରେ ସେଗୁଡ଼ିକୁ ବିକ୍ରି କରୁଥିଲେ। ସେହି କାର ଗୁଡ଼ିକ କିଣିବା ପାଇଁ ମହମ୍ମଦ ଆନସ ଦିଲ୍ଲୀ ଆସୁଥିଲେ। ଏହି ଖବର ମିଳିବା ପରେ ଏଏଟିଏସ୍‌ ଟିମ କାର ଚୋରି ହୋଇଥିବା ସ୍ଥାନଗୁଡ଼ିକୁ ଯାଇଥିଲା ଓ ସିସଟିଭି ଫୁଟେଜକୁ ଯାଞ୍ଚ କରିଥିଲେ।

ଶେଷରେ ମହମ୍ମଦ ଆନସଙ୍କୁ ଗିରଫ କରିଥିଲା। ଆନସଙ୍କ ବ୍ୟତୀତ ପବନ ଓରଫ ପନ୍ନୁ, ମୁକୀମ ଓରଫ ମୁକ୍କି ଓ ମହମ୍ମଦ ଫରିୟାଦ ଓରଫ ଫରି ଗିରଫ ହୋଇଛନ୍ତି। ବାକି ୨ ଜଣଙ୍କ ପରିଚୟ ସମ୍ପର୍କରେ ପୁଲିସ୍‌ କିଛି କହିନାହିଁ। ପନ୍ନୁ ଓ ଫରି ପୂର୍ବରୁ ୧୨ଟି କାର ଚୋରି ମାମଲାର ଅଭିଯୁକ୍ତ।

ମହମ୍ମଦ ଆନସ ୨୦୨୨ରେ ନିର୍ବାଚନ ଲଢ଼ିଥିଲେ ହେଁ କେବଳ ୮୭୦ ଖଣ୍ଡ ଭୋଟ ପାଇଥିଲେ। ଏଠାରେ ବିଏସପିର ପ୍ରାର୍ଥୀ ବିଜୟୀ ହୋଇଥିଲେ।

Uttar Pradesh