/odisha-reporter/media/post_attachments/uploadimage/library/16_9/16_9_0/Port_Blair_1726230582.jpg)
Port Blair
ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାର ନାଁ ବଦଳିଛି। ଆଜି କେନ୍ଦ୍ର ସରକାର ପୋର୍ଟ ବ୍ଲେୟାର ନାଁକୁ ଶ୍ରୀ ବିଜୟ ପୂରମ କରିଛନ୍ତି। ଏଣିକି ପୋର୍ଟ ବ୍ଲେୟାର ଶ୍ରୀ ବିଜୟ ପୂରମ ନାଁରେ ପରିଚୟ ହାସଲ କରିବ।
ଦେଶକୁ ଔପନିବେଶିକ ଛାପରୁ ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଖିବା ସ୍ୱପ୍ନକୁ ପୂରଣ କରିବା ଉଦ୍ଦେଶ୍ୟରେ ପୋର୍ଟ ବ୍ଲେୟାରର ନାଁ ପରବିର୍ତ୍ତନ କରାଯାଇଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି।
ଗୋଟିଏ ଏକ୍ସ ପୋଷ୍ଟରେ ଅମିତ ଶାହ କହିଛନ୍ତି, ଶ୍ରୀ ବିଜୟ ପୂରମ ଆମ ସ୍ୱାଧୀନତା ସଂଗ୍ରାମ ଓ ଇତିହାସରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଳଙ୍କୃତ କରିଥିଲା। ପୂର୍ବରୁ ଥିବା ନାଁ ଔପନିବେଶିକ ଛାପକୁ ଦର୍ଶାଉଥିଲା। ଶ୍ରୀ ବିଜୟ ପୂରମ ସ୍ୱାଧୀନତା ସଂଗ୍ରାମରେ ଆମେ ପାଇଥିବା ବିଜୟର ପ୍ରତୀକ। ସ୍ୱାଧୀନତା ସଂଗ୍ରାମରେ ଆଣ୍ଡାମାନ ନିକୋବର ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିଥିଲା।
ଏହା ପ୍ରଥମ ସ୍ଥାନ ଯେଉଁ ଠାରେ ଆମ ତ୍ରିରଙ୍ଗାକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଉତ୍ତୋଳନ କରିଥିଲେ। ଏଠାରେ ଥିବା ସେଲୁଲାର ଜେଲରେ ବୀର ସାବରକର ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀମାନେ ସ୍ୱାଧୀନ ଦେଶ ପାଇଁ ସଂଘର୍ଷ କରିଥିଲେ। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଆମ ସ୍ୱାଧୀନତା ସଂଗ୍ରାମ ଓ ଇତିହାସରେ ଅତୁଳନୀୟ ସ୍ଥାନ। ଏହି ଦ୍ୱୀପପୁଞ୍ଜର ଅଞ୍ଚଳକୁ ଏକଦା ଚୋଳ ସାମ୍ରାଜ୍ୟର ନୌସେନା ବେସ ଭାବେ ବ୍ୟବହାର କରାଯାଉଥିବା ବେଳେ ଆଜି ଏହା ଆମର ରଣନୀତିର ଗୁରୁତ୍ୱପୂର୍ଣ୍ଣ ବେସ ପାଲଟିଛି ବୋଲି ଅମିତ ଶାହ କହିଛନ୍ତି।
୨୦୧୮ରେ ପ୍ରଧାନମନ୍ତ୍ରୀ ମୋଦି ଆଣ୍ଡାମାନ ନିକୋବରର ୩ଟି ଦ୍ୱୀପପୁଞ୍ଜର ନାଁ ବଦଳାଇଥିଲେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ ସେ Ross Island, Neil Island and Havelock Islandର ନାଁ ବଦଳାଇଥିଲେ। ଏଗୁଡ଼ିକର ନାଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ, ସହିଦ ଦ୍ୱୀପ ଓ ସ୍ୱରାଜ ଦ୍ୱୀପ ରଖାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
