Advertisment

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ମାମଲା: ୭ ପୁଲିସକର୍ମୀ ନିଲମ୍ବିତ

୨୦୨୨ ଜାନୁଆରି ୫ ତାରିଖ ଦନି ଭଟିଣ୍ଡା ବିମାନ ବନ୍ଦରରୁ ଫିରୋଜପୁର ଯିବା ବାଟରେ ଥିବା ଫ୍ଲାଇଓଭର୍‌ ଉପରେ ପ୍ରଧାନମନ୍ତ୍ରୀ ମୋଦି ଅଧଘଣ୍ଟା କାଳ ଫସି ରହିଥିଲେ।

author-image
Madhupriya Mistry
PM Modi

PM Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ମାମଲାରେ ପଞ୍ଜାବ ସରକାର ବଡ଼ ଆକ୍ସନ ନେଇଛନ୍ତି। ଜଣେ ଏସ୍‌ପି, ଦୁଇ ଜଣ ଡିଏସ୍‌ପିଙ୍କ ସମେତ ୭ ଜଣ ପୁଲିସକର୍ମୀଙ୍କୁ ନିଲମ୍ବିତ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ପାଇଁ ଏହି ୭ ଜଣ ପୁଲିସକର୍ମୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନେଇ ଚାର୍ଜସିଟ୍‌ ମଧ୍ୟ ଫାଇଲ୍‌ କରାଯାଇଛି।

Advertisment

ରାଜ୍ୟ ଗୃହ ବିଭାଗ ଦ୍ୱାରା ଜାରି କରାଯାଇଥିବା ଆଦେଶନାମାରେ ଭଟିଣ୍ଡା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଗୁରୁବିନ୍ଦର ସିଂହ ସାଙ୍ଘା, ଡିଏସ୍‌ପି ପାର୍ସୋନ୍‌ ସିଂହ ଓ ଜଗଦୀଶ କୁମାର, ଇନ୍ସପେକ୍ଟର୍‌ ଜତିନ୍ଦର ସିଂହ ଓ ବଲ୍‌ୱିନ୍ଦର୍‌ ସିଂହ, ସବ୍‌-ଇନ୍‌ସ୍‌ପେକ୍ଟର୍‌ ଯଶୱନ୍ତ ସିଂହ ଓ ସହକାରୀ ସବ୍‌-ଇନ୍‌ସ୍‌ପେକ୍ଟର୍‌ ରମେଶ କୁମାରଙ୍କୁ ନିଲମ୍ବନ କରାଯାଇଥିବା କଥା ଉଲ୍ଲେଖ କରାଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୨୨ ଜାନୁଆରି ୫ ତାରିଖ ଦନି ଭଟିଣ୍ଡା ବିମାନ ବନ୍ଦରରୁ ଫିରୋଜପୁର ଯିବା ବାଟରେ ଥିବା ଫ୍ଲାଇଓଭର୍‌ ଉପରେ ପ୍ରଧାନମନ୍ତ୍ରୀ ମ‌ୋଦି ଅଧଘଣ୍ଟା କାଳ ଫସି ରହିଥିଲେ। ହୁସେନିବାଲା ନିକଟରେ ବିକ୍ଷୋକାରୀମାନେ ରାସ୍ତା ଉପରେ ଟ୍ରାକ୍ଟର ରଖି ଅବରୋଧ କରିଥିଲେ। ପତାକା ନେଇ ପ୍ରଧାନମନ୍ତ୍ରୀ ଗାଡି ଆଡକୁ ବିକ୍ଷୋଭକାରୀମାନେ ମାଡ଼ି ଆସିଥିଲେ। ଏହି ସମୟରେ ସାଙ୍ଘା ଫିରୋଜପୁରର ପୁଲିସ ଏସ୍‌ପି ଥିଲେ। ତେଣୁ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ‘ସ୍ପେସାଲ୍‌ ପ୍ରୋଟେକ୍‌ସନ୍‌ ଗ୍ରୁପ୍‌’ ପ୍ରଧାନମନ୍ତ୍ରୀଙ୍କ କାର୍‌କେଡ୍‌କୁ ପୁଣି, ବିମାନ ବନ୍ଦରକୁ ଫେରାଇ ନେବାକୁ ବାଧ୍ୟ ହୋଇଥିଲେ।

Advertisment

ଏହି ସୁରକ୍ଷା ତ୍ରୁଟି ଘଟଣାର ତଦନ୍ତ କରୁଥିବା ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ପଞ୍ଜାବ ରାଜ୍ୟର କେତେ ଜଣ ସରକାରୀ ଅଧିକାରୀଙ୍କୁ ଦାୟୀ କରିଥିଲା।

Punjab PM Security Breach