Advertisment

ଦୋଷୀ ସାବ୍ୟସ୍ତର ଦିନକ ପରେ ରାହୁଲ ଗାନ୍ଧିଙ୍କ ଏମପି ପଦ ରଦ୍ଦ

ଲୋକସଭା ସଚିବାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

author-image
Tapas Behera
Rahul Gandhi

Rahul Gandhi

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଜବରଦସ୍ତ ଝଟକା। ମାନହାନି ମାମଲାରେ ଦୁଇବର୍ଷ ଜେଲ୍‌ ଦଣ୍ଡାଦେଶ ପାଇବାର ଗୋଟିଏ ଦିନ ପରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧିଙ୍କର ଲୋକସଭାରୁ ଏମପି ସଦସ୍ୟ ପଦ ରଦ୍ଦ ହୋଇଛି। ଲୋକସଭା ସଚିବାଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଆଜି ସ୍ୱଳ୍ପ ସମୟ ପାଇଁ ସଂସଦକୁ ଆସିଥିଲେ ରାହୁଲ ଗାନ୍ଧି । ପ୍ରତିବାଦ ପ୍ରଦର୍ଶନ ଯୋଗୁଁ ମଧ୍ୟାହ୍ନ ପର୍ଯ୍ୟନ୍ତ ଲୋକସଭା ମୁଲତବୀ ହେବାରୁ ସେ ସଂସଦରୁ ଚାଲିଯାଇଥିଲେ। ଆଜି କଂଗ୍ରେସ ସଂସଦୀୟ କାର୍ଯ୍ୟାଳୟ’ ବୈଠକରେ ମଧ୍ୟ ରାହୁଲ୍‌ ଗାନ୍ଧୀ ଯୋଗ ଦେଇଥିଲେ। ଆଜି ସନ୍ଧ୍ୟାରେ ମଧ୍ୟ କଂଗ୍ରେସ ପାର୍ଟି ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ତା’ର ଷ୍ଟିଅରିଙ୍ଗ୍‌ କମିଟି ସଦସ୍ୟ, ପିସିସି ସଭାପତି, ‘ସିଏଲ୍‌ପି’ ନେତା ଏବଂ ଅନ୍ୟାନ୍ୟ ସଙ୍ଗଠନର ମୁଖ୍ୟମାନଙ୍କର ଜରୁରୀ ବୈଠକ ଡକାଇଛି।

Advertisment

ଦଳର ଅଧ୍ୟକ୍ଷ ଖଡ଼ଗେ ଏହି ବୈଠକରେ ଅଧ୍ୟକ୍ଷତା କରିବେ। କଂଗ୍ରେସ ନେତା ରହୁଲ ଗାନ୍ଧି ‘ସବୁ ମୋଦି ଚୋର’ ମନ୍ତବ୍ୟ ମାମଲାରେ ଗୁରୁବାର ଗୁଜରାଟର ସୁରଟସ୍ଥିତ ଏକ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି। ୨୦୧୯ରେ କର୍ଣ୍ଣାଟକରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରି ‘ମୋଦି ସରନେମ’କୁ ନେଇ ବିବାଦୀୟ ବୟାନ ଦେଇଥିଲେ ରାହୁଲ । ଠକେଇ ଅଭିଯୁକ୍ତ ନୀରବ ମୋଦି, ଲଳିତ ମୋଦୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁକୁ ଯୋଡି କହିଥିଲେ । ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଗୁଜରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେସ ମୋଦି । ରାହୁଲଙ୍କ ବାୟନ ପୂରା ମୋଦୀ ସମାଜ ପାଇଁ ଅପମାନ ବୋଲି ସେ ଅଭିଯୋଗ କରିଥିଲେ ।

ଏହି ମାମଲାରେ ରାହୁଲ୍‌ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୨ବର୍ଷ ଜେଲ୍‌ ଦଣ୍ଡାଦେଶ ଦିଆଯିବାକୁ ବିରୋଧ କରି କଂଗ୍ରେସ ବାଟଘାଟରେ ପ୍ରତିବାଦ ପ୍ରଦର୍ଶନ କରିବ ବୋଲି ନିଷ୍ପତ୍ତି ଗ୍ରହଣ କରିଛି। ଏହାଛଡ଼ା, ଅନ୍ୟାନ୍ୟ ରାଜନୈତିକ ଦଳମାନଙ୍କ ସହିତ ମିଶି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବ ବୋଲି ବି କଂଗ୍ରେସ କହିଛି। ବ୍ୟାପକ ପ୍ରଦିବାଦ ପ୍ରଦର୍ଶନ କରିବା ଲାଗି କଂଗ୍ରେସ କର୍ମୀମାନେ ଘୋଷଣା କରିଥିବାରୁ ଆଜି ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଜୟ ଚୌକରେ ପଦଯାତ୍ରା ଆୟୋଜନ କରାଯିବାକୁ କଂଗ୍ରେସ ପାର୍ଟି ନିଷ୍ପତ୍ତି ନେଇଥିବାରୁ ସେଠାରେ ମଧ୍ୟ ବହୁସଂଖ୍ୟକ ନିରାପତ୍ତା କର୍ମୀଙ୍କୁ ମୁତୟନ କରାଯାଇଛି।

Advertisment
Rahul Gandhi