Advertisment

ଇନ୍ଦିରା ଗାନ୍ଧୀଙ୍କୁ ରାହୁଲଙ୍କ ଅସମ୍ମାନ!

ଆଜି ଦିନିକିଆ ମଧ୍ୟ ପ୍ରଦେଶ ଗସ୍ତରେ ଆସି ଭୋପାଳରେ ପହଞ୍ଚିଥିଲେ ରାହୁଲ ଗାନ୍ଧୀ। ସେ କଂଗ୍ରେସର ସଂଗଠନ ସୃଜନ ଅଭିଯାନର ଶୁଭାରମ୍ଭ କରିବାକୁ ଆସିଥିଲେ।

author-image
Jitendra Garnayak
Rahul Gandhi

Rahul Gandhi

ଜୋତା ପିନ୍ଧି ରାହୁଲ ଗାନ୍ଧୀ ତାଙ୍କ ଜେଜେ ମା’ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଘଟଣାକୁ ସମାଲୋଚନା କରିଛି ବିଜେପି। ରାହୁଲଙ୍କ ଏହି କାର୍ଯ୍ୟ ଅଶୋଭନୀୟ ଓ ଏହା ଭାରତୀୟ ସାଂସ୍କୃତିକ ପରମ୍ପରରା ବିରୋଧାଚରଣ।

Advertisment

ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ରାହୁଲ ଗାନ୍ଧୀ ଗାଡ଼ିରୁ ଓହ୍ଲାଇ ଚାଲି ଚାଲି ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟକୁ ଆସିଛନ୍ତି। ଜୋତା ନଖୋଲି ସେଠାରେ ରଖାଯାଇଥିବା ଫୁଲରୁ କିଛି ନେଇ ସେ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଜୋତା ନଖୋଲି ସେ ଇନ୍ଦିରାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା କଥା ଅନେକଙ୍କୁ ହଜମ ହେଉନି। ସେହିପରି ଯେଉଁଭଳି ଢଙ୍ଗରେ ରାହୁଲ ଫୁଲ ପକାଇଛନ୍ତି, ତାକୁ ବି ସମାଲୋଚନା କରାଯାଉଛି। ସେ ଅତ୍ୟନ୍ତ ବେପରୁଆ ଢଙ୍ଗରେ ପ୍ରତିମୂର୍ତ୍ତିକୁ ଫୁଲ ପକାଇଥିବା କୁହାଯାଉଛି। ଭିଡିଓଟି ଆଜି ସକାଳେ ମଧ୍ୟ ପ୍ରଦେଶର କଂଗ୍ରେସ କାର୍ଯ୍ୟାଳୟରେ ଉତ୍ତୋଳନ କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ତାଙ୍କ ସହିତ ଥିବା ମଧ୍ୟ ପ୍ରଦେଶ କଂଗ୍ରେସ ସଭାପତି ଜିତୁ ପଟୱାରୀ ଜୋତା ଖୋଲି ସମ୍ମାନପୂର୍ବକ ପୁଷ୍ପ ଦେଇ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହି ଭିଡିଓ ଦେଖିବା ପରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି ଯେ ତାଙ୍କର (ରାହୁଲଙ୍କର) ଏହି ଆଚରଣ ଆମ ଭାରତୀୟ ମୂଲ୍ୟବୋଧ ବା ସଂସ୍କାରର ବିରୋଧାଚରଣ କରୁଛି। 

Advertisment

ମୁଖ୍ୟମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି, ସେ (ରାହୁଲ ଗାନ୍ଧୀ) ବିରୋଧୀ ଦଳ ନେତା। ଏଠାକୁ ଆସିବାର ଅଧିକାର ତାଙ୍କର ଅଛି। କିନ୍ତୁ ତାଙ୍କ ଜେଜେ ମା’ଙ୍କୁ ଜୋତା ପିନ୍ଧି ଶ୍ରଦ୍ଧାଞ୍ଜଳି ଜଣାଇବେ? ଏହା ଆମ ସଂସ୍କୃତି ସହିତ ମେଳ ଖାଉନାହିଁ। ସେ ଅଧିକ ଯତ୍ନବାନ ହେବା ଉଚିତ।

ଆଜି ଦିନିକିଆ ମଧ୍ୟ ପ୍ରଦେଶ ଗସ୍ତରେ ଆସି ଭୋପାଳରେ ପହଞ୍ଚିଥିଲେ ରାହୁଲ ଗାନ୍ଧୀ। ସେ କଂଗ୍ରେସର ‘ସଂଗଠନ ସୃଜନ ଅଭିଯାନ’ର ଶୁଭାରମ୍ଭ କରିବାକୁ ଆସିଥିଲେ। ୨୦୨୮ ବିଧାନସଭା ନିର୍ବାଚନ ପୂର୍ବରୁ ଦଳକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନେଇଛି ମଧ୍ୟ ପ୍ରଦେଶ କଂଗ୍ରେସ।

ଏହି ଅଭିଯାନ ଆରମ୍ଭ କରିବା ପୂର୍ବରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କମଲ ନାଥ, ଦିଗବିଜୟ ସିଂହ, ଜିତୁ ପଟୱାରୀ ଓ କେସି ଭେନୁଗୋପାଳ ପ୍ରମୁଖ ଉପସ୍ଥିତ ଥିଲେ।

Congress