Advertisment

ଦୁଇ ଟ୍ରକ୍‌ ଓ ବସ୍‌ ମଧ୍ୟରେ ଦୁର୍ଘଟଣା; ଚାଲିଗଲା ୨ ଜୀବନ, ୨୦ ଗୁରୁତର

ଏକ ବସ୍‌ ଓ ଦୁଇଟି ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ଉଭୟ ଗାଡ଼ିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

author-image
Niharika Rout
Accident

Accident

ଘନ କୁହୁଡ଼ି ହେଉଛି କାଳ। ମୁହଁକୁ ମୁହଁ ଦିଶୁନି। ଫଳରେ ଘଟୁଛି ଦୁର୍ଘଟଣା ଓ ଅକାଳରେ ଚାଲି ଯାଉଛି ଜୀବନ । ଏପରି ଏକ ଦୁର୍ଘଟଣା ଆଜି ଭୋରରୁ ଉତ୍ତରପ୍ରଦେଶର କାନପୁରରେ ଦୁର୍ଘଟଣା ଘଟିଛି। ଏକ ବସ୍‌ ଓ ଦୁଇଟି ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ଉଭୟ ଗାଡ଼ିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ପୁଲିସ୍‌ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଜି ଭୋରରୁ ଅତ୍ୟଧିକ କୁହୁଡ଼ି ହୋଇଥିବାରୁ କାନପୁର ଜାତୀୟ ରାଜପଥରେ ଦୁଇ ଟ୍ରକ୍‌ ଓ ଗୋଟିଏ ବସ୍‌ ମଧ୍ୟରେ ଦୁର୍ଘଟଣା ଘଯିଛି। ପ୍ରଥମେ ଏକ ଟ୍ରକ୍‌ ଅନ୍ୟ ଏକ ଟ୍ରକ୍‌କୁ ପିଟିଥିଲା । ଏହାପରେ ପଛରୁ ଆସୁଥିବା ବସ୍‌ଟି ଟ୍ରକ୍‌କୁ ପିଟିଥିଲା। ଏହି ଦୁର୍ଘଟଣାରେ ବସ୍‌ରେ ଥିବା ଯାତ୍ରୀମାନେ ଆହତ ହୋଇଛନ୍ତି।

ଖବର ପାଇ ପୁଲିସ୍‌ ପହଞ୍ଚି ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କୁ କାନପୁରକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ଦୁର୍ଘଟଣା ଯୋଗୁ ଗାଡ଼ିଗୁଡ଼ିକ ରାସ୍ତା ଉପରେ ପଡ଼ି ରହିଥିବା ବେଳେ ବହୁ ସମୟ ଧରି ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ତୁରନ୍ତ ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଯିବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା।

Advertisment
Accident Uttar Pradesh