Advertisment

କର୍ଣ୍ଣଟକାରେ ରାହୁଲ ଗାନ୍ଧିଙ୍କ ପ୍ରଚାର: ମାଗଣା ବିଜୁଳିର ପ୍ରତିଶ୍ରୁତି

କୋଲାର ଠାରେ ଆୟୋଜିତ ରାଲିରେ ରାହୁଲ ଗାନ୍ଧି ଲୋକଙ୍କୁ ସମ୍ବୋଧନ କରି ୪ଟି ପ୍ରତିଶ୍ରୁତି ଦେଇଛନ୍ତି।

author-image
Hemant Lenka
Rahul Gandhi

Rahul Gandhi

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରଚାର କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ସେ ରାଜ୍ୟରେ କ୍ଷମତାସୀନ ବିଜେପିକୁ ଗାଦିଚ୍ୟୁତ କରିବାକୁ ଆହ୍ୱାନ ଦେବା ସହ କଂଗ୍ରେସ କ୍ଷମତାକୁ ଆସିଲେ, କ’ଣ ସବୁ କରିବ, ସେନେଇ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଯଦି କଂଗ୍ରେସ କ୍ଷମତାକୁ ଆସିବ, ତା’ହେଲେ ଲୋକଙ୍କୁ ମାଗଣା ବିଜୁଳି, ଗରିବ ଲୋକଙ୍କୁ ରାସନ ଓ ମହିଳାଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏ ମିଳିବ ବୋଲି ସେ କହିଛନ୍ତି।

Advertisment

କୋଲାର ଠାରେ ଆୟୋଜିତ ରାଲିରେ ରାହୁଲ ଗାନ୍ଧି ଲୋକଙ୍କୁ ସମ୍ବୋଧନ କରି ୪ଟି ପ୍ରତିଶ୍ରୁତି ଦେଇଛନ୍ତି। ରାହୁଲ ଗାନ୍ଧି ଗୃହ ଜ୍ୟୋତି ଯୋଜନା ଆଧାରରେ ଲୋକଙ୍କୁ ମାସିକ ୨୦୦ ୟୁନିଟ ଯାଏ ମାଗଣା ବିଜୁଳି ମିଳିବ। ଗୃହ ଲକ୍ଷ୍ମୀ ଯୋଜନାରେ ମହିଳାମାନଙ୍କୁ ମାସିକ ୨ ହଜାର ଟଙ୍କାର ଭତ୍ତା, ଅନ୍ନ ଭାଗ୍ୟ ଯୋଜନାରେ ବିପିଏଲ ବର୍ଗରେ ଥିବା ପରିବାରର ପ୍ରତି ସଦସ୍ୟଙ୍କୁ ୧୦ କେଜି ଚାଉଳ, ଚାକିରି ପାଇ ନଥିବା ଗ୍ରାଜ୍ୟୁଏଟଙ୍କୁ ୨ ବର୍ଷ ଯାଏ ମାସିକ ୩ ହଜାର ଓ ଡିପ୍ଲୋମା ଡିଗ୍ରୀଧାରୀଙ୍କୁ ମାସିକ ୧୫ ଶହ ଟଙ୍କା ଲେଖାଏ ଭତ୍ତା ମିଳିବ।

କର୍ଣ୍ଣାଟକାରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଥିବା ଦମ୍ଭୋକ୍ତି କରି ରାହୁଲ ଗାନ୍ଧି କହିଛନ୍ତି, ସରକାର ଗଠନ ହେବା ମାତ୍ରେ ପ୍ରଥମ କ୍ୟାବିନେଟ ବୈଠକରେ ସବୁ ପ୍ରତିଶ୍ରୁତିକୁ ଅନୁମୋଦନ ଦିଆଯିବ ବୋଲି ସେ କହିଛନ୍ତି।

Advertisment

ଏଥିସହ ସେ ଆଦାନି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି।

Congress Karnataka Rahul Gandhi