/odisha-reporter/media/post_attachments/uploadimage/library/16_9/16_9_0/Modi_1679755598.jpg)
Modi
ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା କର୍ଣ୍ଣାଟକାରେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ହୋଇଛି। ରାଜ୍ୟର ଡାଭାନଗେରେରେ ଆଜି ମୋଦି ରୋଡ୍ ଶୋ’ କରୁଥିବା ବେଳେ ଏପରି ଘଟଣା ଘଟିଛି। ମୋଦି ରୋଡ ଶୋ’ କରୁଥିବା ବେଳେ ଜଣେ ଯୁବକ ବ୍ୟାରିକେଡ ଡେଇଁ ତାଙ୍କ ନିକଟକୁ ଦୌଡ଼ି ଯିବାକୁ ପାଇଁ ଚେଷ୍ଟା କରିଥିଲେ। ହେଲେ ସେ ମୋଦିଙ୍କ ପାଖରେ ପହଞ୍ଚିଲା ପୂର୍ବରୁ ପୁଲିସ୍ ଓ ଅନ୍ୟ ସୁରକ୍ଷାକର୍ମୀମାନେ ତାଙ୍କୁ ବାକୁ କରି ନେଇଥିଲେ।
ଦ୍ୱିତୀୟ ଥର ପାଇଁ କର୍ଣ୍ଣାଟକାରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏପରି ତ୍ରୁଟି ହୋଇଛି। ପୂର୍ବରୁ ହୁବ୍ବାଲି ଜିଲ୍ଲାରେ ମଧ୍ୟ ଜଣେ ବ୍ୟକ୍ତି ସୁରକ୍ଷା ବଳୟ ଭେଦ କରି ମୋଦିଙ୍କ ଆଡ଼କୁ ଦୌଡ଼ି ଆସିଥିଲେ।
ଆଜି ବ୍ୟାରିକେଡ ଡେଇଁ ଥିବା ଯୁବକ ଜଣଙ୍କୁ ଚିହ୍ନଟ କରାଯାଇଛି। ତାଙ୍କ ଘର କୋପ୍ପାଲ ଜିଲ୍ଲାରେ। ତେବେ ତାଙ୍କ ନାଁ ପୁଲିସ୍ ସାର୍ବଜନୀନ କରନି। ତାଙ୍କୁ ଏବେ ଅଟକ ରଖି ପଚରାଉଚରା କରାଯାଉଛି। ଆଜି ମୋଦିଙ୍କ ରୋଡ ଶୋ’ ଚାଲିଥିବା ବେଳେ ରାସ୍ତାର ଗୋଟିଏ ପାର୍ଶ୍ୱରେ ପ୍ରବଳ ଭିଡ଼ ଜମିଥିଲା।
ମୋଦି ସମସ୍ତଙ୍କୁ ହାତ ହଲାଇ ଶୁଭେଚ୍ଛା ମଧ୍ୟ ଜଣାଉଥିଲେ। ଏତିକି ବେଳେ ଭିଡ଼ ମଧ୍ୟରୁ ଜଣେ ଯୁବକ ବ୍ୟାରିକେଡ ଡେଇଁ ମୋଦିଙ୍କ ପାଖକୁ ଯିବାକୁ ଚେଷ୍ଟା କରୁଥିବା ବରିଷ୍ଠ ପୁଲିସ୍ ଅଧିକାରୀ ଆଲୋକ କୁମାର ଦେଖିବାକୁ ପାଇଥିଲେ। ଯୁବକ ଜଣଙ୍କ ବ୍ୟାରିକେଡ ଡେଇଁ ଦୌଡ଼ିବାକୁ ଚେଷ୍ଟା କରୁଥିବା ବେଳେ ଆଲୋକ କୁମାର ତାଙ୍କୁ କାବୁ କରି ନେଇଥିଲେ। ଜଣେ ଏସ୍ପିଜି କମାଣ୍ଡୋ ମଧ୍ୟ ଯୁବକଙ୍କୁ ଦୌଡ଼ି ଯାଇ ଧରିଥିଲେ। ଫଳରେ ସେ ଆଉ ମୋଦିଙ୍କ ପାଖରେ ପହଞ୍ଚି ପାରି ନଥିଲେ। ଏସବୁ ଘଟଣା ଭିତରେ ପ୍ରଧାନମନ୍ତ୍ରୀ ମୋଦି ପୂର୍ବଭଳି ହାତ ହଲାଇ ଲୋକଙ୍କୁ ଶୁଭେଚ୍ଛା ଜଣାଇ ଆଗକୁ ଚାଲି ଯାଇଥିଲେ।
#WATCH | Karnataka: Security breach during PM Modi's roadshow in Davanagere, earlier today, when a man tried to run towards his convoy. He was later detained by police.
(Visuals confirmed by police) pic.twitter.com/nibVxzgekz
— ANI (@ANI) March 25, 2023
ଘଟଣା ପରେ ପୁଲିସ୍ ଯୁବକଙ୍କୁ ଅଟକ ରଖି ସେ କେଉଁ ଉଦ୍ଦେଶ୍ୟରେ ସୁରକ୍ଷାବଳୟ ଭେଦ କରି ମୋଦିଙ୍କ ପାଖକୁ ଯିବାକୁ ଚାହୁଁଥିଲେ, ସେକଥା ଜାଣିବାକୁ ଚେଷ୍ଟା କରୁଛି।
ଏହାପୂର୍ବରୁ ଜାନୁଆରୀ ମାସରେ ହୁବ୍ବାଲିରେ ମୋଦିଙ୍କ ରୋଡ ଶୋ’ ହେଉଥିଲା। ଏତିକି ବେଳେ ଜଣେ ବ୍ୟକ୍ତି ହଠାତ୍ ରାସ୍ତା ଉପରକୁ ଡେଇଁ ମୋଦିଙ୍କୁ ଫୁଲ ମାଳ ପିନ୍ଧାଇବାକୁ ଚେଷ୍ଟା କରିଥିଲେ। ତେବେ ପୁଲିସ୍ ଓ ଏସ୍ପିଜି କମାଣ୍ଡୋମାନେ ତାଙ୍କୁ କାବୁ କରି ଅନ୍ୟତ୍ର ନେଇ ଯାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
