Advertisment

ଗର୍ଜିଲେ ଶରଦ ପାଓ୍ୱାର: ଏ ବୁଢ଼ା ଅଟକିବନି, ୮୪ ବର୍ଷ ହେଉ ଅବା ୯୦

ମହାରାଷ୍ଟ୍ର ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଏହାରି ଭିତରେ ଏଭଳି କିଛି ବଡ଼ ବୟାନ ଦେଇଛନ୍ତି ଶରଦ ପାଓ୍ୱାର।

author-image
Madhupriya Mistry
Sarad pawar

Sarad pawar

'ଏ ବୁଢ଼ା ଆଉ ଅଟକିବନି। ୮୪ ବର୍ଷ ହେଉ ଅବା ୯୦। ଆପଣ ଚିନ୍ତା କରନ୍ତୁ ନାହିଁ।' ଆଗକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ଆଜି ଘୋଷଣା ହେବାକୁ ଯାଉଛି ତାରିଖ। ଏହାରି ଭିତରେ ଏନ୍‌ସିପି-ଏସ୍‌ପି ନେତା ଶରଦ ପାଓ୍ୱାର ଏଭଳି କିଛି ବଡ଼ ବୟାନ ଦେଇଛନ୍ତି।

Advertisment

ଏକ ରାଲିକୁ ସମ୍ବୋଧିତ କରି ଏନ୍‌ସିପି-ଏସ୍‌ପି ନେତା ଶରଦ ପାଓ୍ୱାର କହିଛନ୍ତି, 'କିଛି ଯୁବକ ହାତରେ ବୋର୍ଡ ଧରି ଠିଆ ହୋଇଥିଲେ। ଏଥିରେ ମୋର ଫଟୋ ଥିଲା। ଯେଉଁଥିରେ ୮୪ ବର୍ଷ ପୁରୁଣା ବୋଲି ଲେଖାଯାଇଥିଲା। ଦୟାକରି ବ୍ୟସ୍ତ ହୁଅନ୍ତୁ ନାହିଁ। ଆମକୁ ବହୁତ ଦୂର ଯିବାକୁ ଅଛି। ଏହି ବୁଢ଼ା ଜଣକ ଅଟକିବ ନାହିଁ। ମୋତେ ୮୪ ବର୍ଷ ହେଉ ଅବା ୯୦ ବର୍ଷ। ମହାରାଷ୍ଟ୍ରକୁ ସଠିକ୍ ରାସ୍ତାକୁ ନଆଣିବା ଯାଏ ଏହି ବୃଦ୍ଧ ବ୍ୟକ୍ତି ଅଟକିବ ନାହିଁ।'

ପ୍ରକୃତରେ ଶରଦ ପାୱାର ନିର୍ବାଚନ ସହ ଜଡିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିଲେ। ଏହି ସମୟରେ ସେ ମଞ୍ଚରୁ ସମ୍ବୋଧିତ କରିବାବେଳେ ଏକ ଘଟଣା ବିଷୟରେ କହିଥିଲେ। ସେ କହିଥିଲେ ଯେ କିଛି ଯୁବକ ହାତରେ ବୋର୍ଡ ଧରି ଠିଆ ହୋଇଥିଲେ। ଯୁବକଙ୍କ ଇସାରା ଥିଲା ଯେ, ବର୍ତ୍ତମାନ ଶରଦ ପାୱାର ବୁଢ଼ା ହୋଇଯାଇଛନ୍ତି ଏବଂ ତାଙ୍କୁ ରାଜନୀତି ଛାଡିଦେବା ଉଚିତ୍।

Advertisment

ଆପଣଙ୍କୁ କହିରଖୁଛୁ ଯେ ଅଜିତ ପାଓ୍ୱାର ଏନ୍‌ସିପିରୁ ବିଦ୍ରୋହ କରି ଅଲଗା ହେବା ପରେ ଶରଦ ପାୱାର ଗତ ବର୍ଷ ଏନସିପି-ଏସପି ପାର୍ଟି ଗଠନ କରିଥିଲେ।

ନିର୍ବାଚନ ଆୟୋଗ ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ। ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଆସନ୍ତା ନଭେମ୍ବର ୨୬ରେ ଶେଷ ହେବ। ସେହିପରି ଝାଡ଼ଖଣ୍ଡ ସରକାରଙ୍କ କାର୍ଯ୍ୟକାଳ ଡିସେମ୍ବର ୨୯ରେ ଶେଷ ହେବ।

Sarad Pawar Maharashtra Assembly Election