Advertisment

ବିଜେପି ସଭାରେ ଫୁଟିଲା ଗୁଳି

ଅଭିଯୁକ୍ତ ପଙ୍କଜ ଓ ଆହତ ସଞ୍ଜୟ ଭଗତଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା।

author-image
Hemant Lenka
Bihar

Bihar

ବିହାରର ମାଧେପୁରା ଜିଲ୍ଲା ମୁରଲୀଗଞ୍ଜ ଠାରେ ଚାଲିଥିବା ବିଜେପିର କାର୍ଯ୍ୟକ୍ରମରେ ହଠାତ୍‌ ଗୁଳିମାଡ଼ ହୋଇଛି। ସଭା ଚାଲିଥିବା ବେଳେ ପଙ୍କଜ ପଟେଲ ନାମକ ଜଣେ ବ୍ୟକ୍ତି ଏକାଧିକ ରାଉଣ୍ଡ ଗୁଳିମାଡ଼ କରିଛନ୍ତି। ଏଥିରେ ବିଜେପିର ଜଣେ କର୍ମୀ ଗୁରୁତର ଆହତ ହୋଇଛନ୍ତି।

Advertisment

ରିପୋର୍ଟ ଅନୁସାରେ, ଅଭିଯୁକ୍ତ ପଙ୍କଜ ଓ ଆହତ ସଞ୍ଜୟ ଭଗତଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଦୁଇ ବ୍ୟକ୍ତିଙ୍କ ସମର୍ଥକମାନେ ମଧ୍ୟ ମାରପିଟ ଆରମ୍ଭ କରି ଦେଇଥିଲେ। ସେମାନେ ପରସ୍ପରକୁ ଚେୟାର ମାଡ଼ କରିବାରୁ ସଭାସ୍ଥଳରେ ରଣକ୍ଷେତ୍ରରେ ପରିଣତ ହୋଇଥିଲା।

ତିକ୍ତତା ବଢ଼ୁଥିବାରୁ ପଙ୍କଜ ହଠାତ ନିଜ ପାଖରେ ରଖିଥିବା ଲାଇସେନ୍ସ ପ୍ରାପ୍ତ ବନ୍ଧୁକ କାଢ଼ି ଏକାଧିକ ରାଉଣ୍ଡ ଗୁଳି ମାଡ଼ କରିଥିଲେ। ଏତିକି ବେଳେ ଗୋଟିଏ ଗୁଳି ସଞ୍ଜୟଙ୍କ ଗୋଡ଼ରେ ମାଡ଼ ହୋଇଥିଲା।

Advertisment

ତାଙ୍କୁ ତୁରନ୍ତ ତାଙ୍କ ସମର୍ଥକମାନେ ହସ୍ପିଟାଲ ନେଇ ଯାଇଥିଲେ। ସେହିପରି ପୁଲିସ୍‌ ମଧ୍ୟ ଗୁଳିମାଡ଼ କରିଥିବା ପଙ୍କଜଙ୍କୁ ଗିରଫ କରିଛି। ଏବେ ପ୍ରକୃତରେ କ’ଣ ପାଇଁ ପଙ୍କଜ ଗୁଳିମାଡ଼ କରିଥିଲେ, ତା’ର ଯାଞ୍ଚ ପୁଲିସ୍‌ ଆରମ୍ଭ କରିଛି।

Bjp Bihar