Advertisment

ଦାଦା-ଝିଆରୀ ସମ୍ପର୍କକୁ ନେଇ ସନ୍ଦେହ ବଢ଼ିଲା; ଉଭୟଙ୍କ ଗଳା କାଟିଦେଲେ ବାପପୁଅ

ସନ୍ଦେହ ହେଲା କାଳ। ଉଜାଡ଼ି ଦେଲା ସମ୍ପର୍କ । ନିଜ ଦାଦା ସହ ଭଉଣୀର ଅବୈଧ ସମ୍ପର୍କ ଥିବା ସନ୍ଦେହ ହେବାରୁ ଉଭୟଙ୍କ ଗଳା କାଟି ଦେଲା ଯୁବକ।

author-image
Niharika Rout
Police

Police

ସନ୍ଦେହ ହେଲା କାଳ। ଉଜାଡ଼ି ଦେଲା ସମ୍ପର୍କ । ନିଜ ଦାଦା ସହ ଭଉଣୀର ଅବୈଧ ସମ୍ପର୍କ ଥିବା ସନ୍ଦେହ ହେବାରୁ ଉଭୟଙ୍କ ଗଳା କାଟି ଦେଲା ଯୁବକ। ଏଥିରେ ଯୁବକଙ୍କୁ ତାଙ୍କ ପିତା ବି ସାହାଯ୍ୟ କରିଥିବା ଜଣାଯାଇଛି। ଏକ ଅଭାବନୀୟ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି।

Advertisment

ଅଭିଯୁକ୍ତଦ୍ୱୟ ୨୦ ବର୍ଷୀୟ କୁଦୁଶ ଓ ତାଙ୍କ ପିତା ୪୬ ବର୍ଷୀୟ ମୋହମ୍ମଦ ସାହିଦ ବୋଲି ଜଣାଯାଇଛି। ପୁଲିସ୍‌ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିବା ସମେତ ସେମାନେ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା ଛୁରୀ ବି ଜବତ କରିଛି ।

ହତ୍ୟାକାଣ୍ଡର ଶିକାର ହୋଇଥିବ ଦାଦା- ଝିଆରୀ ହେଲେ ୩୫ ବର୍ଷୀୟ ଦାନିଶ ଓ ୨୨ ବର୍ଷୀୟା ସାୟନା। ଦାନିଶ ନିଜ ପରିବାର ସହ କୈଳାଶ ନଗର ଅଞ୍ଚଳରେ ରହୁଥିଲେ ଓ ଫଳ ବ୍ୟବସାୟ କରୁଥିଲେ।

Advertisment

ସେ ନିଜ ଭାଇ ମୋହମ୍ମଦ ସାହିଦଙ୍କ ଘରକୁ ଯାତାୟତ କରୁଥିଲେ। ମୋହମ୍ମଦ ସାହିଦ ନିଜ ପତ୍ନୀ ଓ ୭ ପୁଅଝିଅଙ୍କ ସହ ରହୁଥିଲେ। ମାତ୍ର ଯିବା ଆସିବା ମଧ୍ୟରେ ତାଙ୍କର ସାୟନାଙ୍କ ସହ ସମ୍ପର୍କ ବଢ଼ିବାରେ ଲାଗିଲା।

ଏହାକୁ ନେଇ ଭାଇ କୁଦୁଶଙ୍କର ଉଭୟଙ୍କ ଉପରେ ସନ୍ଦେହ ହୋଇଥିଲା। ଦିନେ ଦାନିଶ କୁଦୁଶଙ୍କ ଘରକୁ ଆସିଥିବା ବେଳେ ସାୟନାଙ୍କ ସହ ଏକ ରୁମ୍‌ରେ ଥିଲେ। ଉକ୍ତ ସମୟରେ କୁଦୁଶ ଘରେ ପହଞ୍ଚି ଯିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିଗୋଳ ହୋଇଥିଲା।

ଏନେଇ କୁଦୁଶ ନିଜ ବାପାଙ୍କ ସୂଚନା ଦେଇଥିଲେ। ସଙ୍ଗେସଙ୍ଗେ ମୋହମ୍ମଦ ସାହିଦ ଘରେ ପହଞ୍ଚିବା ପରେ ଉଭୟ ଏକ ଛୁରୀରେ ଦାନିଶଙ୍କ ତଣ୍ଟି କାଟି ଦେଇଥିଲେ। ସାୟନା ଏହାକୁ ବିରୋଧ କରି ଚିତ୍କାର କରିବାରୁ ସେମାନେ ତାଙ୍କ ହାତଗୋଡ଼କୁ ବାନ୍ଧି ତାଙ୍କ ବେକକୁ ବି କାଟି ଦେଇଥିଲେ।

ଏହାପରେ ଉଭୟ ବାପପୁଅ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ବାପପୁଅଙ୍କୁ ଗିରଫ କରିଛି।

Murder Delhi