Advertisment

ଯାତ୍ରୀବାହୀ ଭ୍ୟାନ୍‌କୁ ପିଟିଲା ଟ୍ରକ୍‌; ଜଣେ ଶିଶୁ ସମେତ ଚାଲିଗଲା ୬ ଜୀବନ

ପିକ୍‌ଅପ୍‌ ଭ୍ୟାନ୍‌ଟି ଆଜି ସକାଳେ ପ୍ରାୟ ୩୦ରୁ ଅଧିକ ଯାତ୍ରୀଙ୍କୁ ଧରି ଯାଉଥିବା ବେଳେ ଏକ ଟ୍ରକ୍‌ଟି ପିଟି ଦେଇଥିଲା।

undefined

Accident

Advertisment

ଛତିଶଗଡ଼ର ବାଲୋଦା ବଜାରରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଭ୍ୟାନ୍‌କୁ ଏକ ଟ୍ରକ୍‌ ଧକ୍କା ଦେବାରୁ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ୫ ମହିଳା ଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ୨୫ ଜଣ ଗୁରୁତର ହୋଇଛନ୍ତି।

Advertisment

ଆଜି ସକାଳେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ପ୍ରାୟ ୩୦ରୁ ଅଧିକ ଯାତ୍ରୀଙ୍କୁ ଧରି ଯାଉଥିଲା। ଗାଡ଼ିଟି ବାଲୋଦା ବଜାର ଜାତୀୟ ରାଜପଥରେ ଯାଉଥିବା ବେଳେ ପଛରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ଟି ଭ୍ୟାନ୍‌କୁ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଗୁରୁତରମାନଙ୍କୁ ତୁରନ୍ତ ଉଦ୍ଧାର କରି ବାଲୋଦା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଟ୍ରକ୍‌ ଡ୍ରାଇଭରଙ୍କ ପତ୍ତା ମିଳିପାରିନି। 

Accident Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe