Advertisment

ସୋମବାର କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ଆସନ୍ତା ସୋମବାର ସର୍ବୋଚ୍ଚ ଅଦାଲତ କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରିବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି।

AAP

AAP

Advertisment

ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ। ଆସନ୍ତା ସୋମବାର ସର୍ବୋଚ୍ଚ ଅଦାଲତ ତାଙ୍କ ଆବେଦନର ଶୁଣାଣି କରିବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି।

Advertisment

ମାର୍ଚ୍ଚ ୨୧ରେ ଇଡି କେଜ୍ରିୱାଲଙ୍କୁ ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ କରିଥିବା ବେଳେ ଏହା ବିରୋଧରେ ସେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଦିଲ୍ଲୀ ହାଇକୋର୍ଟ ତାଙ୍କ ଗିରଫଦାରୀକୁ ବୈଧ କହିଥିଲେ। ଏହାକୁ କେଜ୍ରିୱାଲ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

ଏବେ ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ସୋମବାର ଗିରଫଦାରୀ ବିରୋଧରେ କେଜ୍ରିୱାଲ କରିଥିବା ଆବେଦନର ଶୁଣାଣି କରିବେ। ଏନେଇ ଆଜି ସୁପ୍ରିମକୋର୍ଟଙ୍କ ୱେବସାଇଟ୍‌ରେ ସୂଚନା ଦିଆଯାଇଛି।

Advertisment

ମାର୍ଚ୍ଚ ୨୨ରେ ଦିଲ୍ଲୀର ଟ୍ରାଏଲ କୋର୍ଟ କେଜ୍ରିୱାଲଙ୍କୁ ୬ ଦିନ ପାଇଁ ରିମାଣ୍ଡରେ ପଠାଇଥିଲେ। ଏହାପରେ ଏହାକୁ ଆଉ ୪ ଦିନ ବୃଦ୍ଧି କରାଯାଇଥିଲା। ଏପ୍ରିଲ ୧ରେ ରିମାଣ୍ଡ ଅବଧି ଶେଷ ହେବା ପରେ କୋର୍ଟ ତାଙ୍କୁ ଏପ୍ରିଲ ୧୫ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। କେଜ୍ରିୱାଲ ଏବେ ତିହାର ଜେଲରେ ଅଛନ୍ତି।

ତେବେ କେଜ୍ରିୱାଲ ତାଙ୍କ ଗିରଫଦାରୀ ସହ ଇଡି ରିମାଣ୍ଡର ବୈଧତାକୁ ମଧ୍ୟ ଚ୍ୟାଲେଞ୍ଜ କରିଛନ୍ତି। ଏପ୍ରିଲ ୯ରେ ହାଇକୋର୍ଟ କେଜ୍ରିୱାଲଙ୍କ ଆବେଦନର ଶୁଣାଣି କରିଥିଲେ ମଧ୍ୟ କୌଣସି ପ୍ରକାରର ଆଶ୍ୱସ୍ତି ଦେଇ ନଥିଲେ।

ତାଙ୍କ ଗିରଫଦାରୀକୁ କୋର୍ଟ ବୈଧ ଦର୍ଶାଇଥିଲେ। ଇଡି ଦାଖଲ କରିଥିବା ପ୍ରମାଣକୁ ବିଚାରକୁ ନେଇ କୋର୍ଟ କେଜ୍ରିୱାଲଙ୍କୁ ଦିଲ୍ଲୀ ଅବକାରୀ ନୀତି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ କହିବାକୁ ମଧ୍ୟ ପଛାଇ ନଥିଲେ।

Delhi Arvind Kejriwal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe