ଜମ୍ମୁ ଓ କଶ୍ମୀର ପୁଣି ଏନକାଉଣ୍ଟର। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୨ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଜମ୍ମୁ ଓ କଶ୍ମୀର କାଠୁଆ ଜିଲ୍ଲାର ସାଇଦା ଗାଁରେ ଏନକାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଆଉ ଜଣେ ଆତଙ୍କବାଦୀ ଲୁଚି ରହିଥିବା ବେଳେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।
ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଥିବା ୨ ସାଧାରଣ ନାଗରିକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଦୁଇ ଜଣ ଆତଙ୍କବାଦୀ ହଠାତ୍ ଆସି ଗାଁରେ ଗୁଳିଚାଳନା କରିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ସୁରକ୍ଷାକର୍ମୀ ଏ ସଂପର୍କରେ ଖବର ପାଇବା ପରେ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ପରେ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀକୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ।
Also Read
ଗତ ରବିବାର ଜମ୍ମୁ ଓ କଶ୍ମୀର ରଇସି ଅଞ୍ଚଳରେ ବସ୍ ଉପରକୁ ଆତଙ୍କବାଦୀ ଆକ୍ରମଣ କରିବାରୁ ୧୦ ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ହେଲା ଚତ୍ମକାର! ବିମାନ ଦୁର୍ଘଟଣାରୁ ବର୍ତ୍ତିଲେ ଜଣେ ମାତ୍ର ଯାତ୍ରୀ
ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ କ୍ରାଶ ହେବା ପରେ ନିଆଁ ପିଣ୍ଡୁଳାରେ ପରିଣତ ହୋଇ ଯାଇଥିଲା। ଏଥିରେ ଥିବା ସମସ୍ତ ୨୪୨ ଜଣ ଲୋକ ପ୍ରାଣ ହରାଇଥିବା ଆଶଙ୍କା ପ୍ରକାଶ ପାଇଥିଲା।

National
ବିମାନ କ୍ରାଶରେ ଜଳିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ରୂପାନୀଙ୍କ ସମେତ ୨୪୧, ପୂର୍ବରୁ ବଲବନ୍ତ ରାୟଙ୍କ ଜୀବନ ଯାଇଥିଲା
କ୍ରାଶ ଯୋଗୁ ସମସ୍ତେ ପୋଡ଼ି ହୋଇ ପ୍ରାଣ ହରାଇଥିବାରୁ ଶବ ଚିହ୍ନଟରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି। ଏଥିପାଇଁ ବିମାନରେ ଯାତ୍ରା କରୁଥିବା ଲୋକଙ୍କ ସମ୍ପର୍କୀୟମାନଙ୍କୁ ଡିଏନଏ ଟେଷ୍ଟ ପାଇଁ ଆଗେଇ ଆସିବାକୁ ଅହମଦାବାଦ ପୁଲିସ୍ କମିଶନର କହିଛନ୍ତି।

National
ଭାରତକୁ ଦୋହଲାଇ ଦେଇଥିବା ୧୦ଟି ବିମାନ ଦୁର୍ଘଟଣା
ଆଜି ଅହମଦାବାଦରେ ହୋଇଥିବା ବିମାନ କ୍ରାଶରେ ୨୪୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୨୩୦ ଜଣ ଯାତ୍ରୀ ଓ ୧୨ ଜଣ କ୍ରୁ ସଦସ୍ୟ ଥିଲେ।

National
୨ ହଷ୍ଟେଲରେ ପିଟି ହେଲା ବିମାନ, ୫ ମେଡିକାଲ ଶିକ୍ଷାର୍ଥୀ ମୃତ
ବିମାଟି ପିଟି ହୋଇଥିବା ହଷ୍ଟେଲରେ ଥିବା ୫ ଜଣ ମେଡିକାଲ ଶିକ୍ଷାର୍ଥୀଙ୍କ ମଧ୍ୟ ଜୀବନ ଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

National
ଅତ୍ୟାଧୁନିକ ବିମାନ, କ୍ରାଶ ପୂର୍ବରୁ ମାତ୍ର ୬୨୫ ଫୁଟ ଉପରକୁ ଯାଇ ପାରିଥିଲା
ବୋଇଂ ୭୮୭-୮ ଡ୍ରିମଲାଇନରରେ ଅତ୍ୟାଧୁନିକ ନାଭିଗେସନ ଓ ସୁରକ୍ଷା ବ୍ୟବସ୍ଥା ରହିଛି। ପରିସ୍ଥିତି ଅନୁସାରେ ବିମାନରେ ନିଜର ଦକ୍ଷତା ପ୍ରଦର୍ଶନ କରିବାରେ ସକ୍ଷମ ହୋଇଥାଏ।