ଜମ୍ମୁ ଓ କଶ୍ମୀରର ଶୋପିଆନ ଓ ଅନନ୍ତନାଗ ଜିଲ୍ଲାରେ ଶନିବାର ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜଣେ ବିଜେପି ନେତା ତଥା ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି।
ମୃତ ସରପଞ୍ଚଙ୍କ ନାଁ ଏଜାଜ ଶେଖ। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଶୋପିଆନର ହିରପୋରା ଅଞ୍ଚଳରେ ଏଜାଜ ଶେଖଙ୍କୁ କିଛି ଆତଙ୍କବାଦୀ ଗୁଳି କରିଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
Also Read
ସେହିପରି ଆତଙ୍କବାଦୀମାନେ ଅନନ୍ତନାଗ ଜିଲ୍ଲାର ୟାନ୍ନାରରେ ପର୍ଯ୍ୟଟକଙ୍କ ଏକ କ୍ୟାମ୍ପ ଉପରେ ଗୁଳିମାଡ଼ କରିବାରୁ ଦୁଇ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ସେମାନେ ହେଉଛନ୍ତି ଫରହା ଓ ତାଙ୍କ ସ୍ୱାମୀ ତାବ୍ରେଜ। ସେମାନେ ରାଜସ୍ଥାନର ଜୟପୁରର ବାସିନ୍ଦା। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଶ୍ମୀର ଜୋନ୍ ପୁଲିସ୍ ‘ଏକ୍ସ’ରେ ସୂଚନା ଦେଇଛି।
ଉଭୟ ସ୍ଥାନରେ ଘଟଣାସ୍ଥଳକୁ ପୁଲିସ୍ ନିଜ କବ୍ଜାକୁ ନେବା ସହିତ ଆତଙ୍କବାଦୀମାନଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ ଜାରି ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
କାହିଁକି ଆତ୍ମହତ୍ୟା କଲେ ଲୋକପ୍ରିୟ ମଡେଲ ସାନ ରେଚଲ?
ମଡେଲିଂ ଜଗତରେ ସାନ ରେଚଲ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଭାରତୀୟ ସିନେମା ଓ ଫ୍ୟାଶନ ଦୁନିଆରେ ରଙ୍ଗକୁ ନେଇ ଭେଦଭାବ ଚାଲିଥିବାରୁ ଏହା ବିରୋଧରେ ସାନ ରେଚଲ ସ୍ୱର ଉଠାଇଥିଲେ।

National
ଫିଲ୍ମ ଶୁଟିଂ ବେଳେ ଭୁଲ ହୋଇଗଲା ଷ୍ଟଣ୍ଟ, ଚାଲିଗଲା ଷ୍ଟଣ୍ଟମ୍ୟାନଙ୍କ ଜୀବନ
ବିପଦପୂର୍ଣ୍ଣ କାର ଓଲଟିବାର ଦୃଶ୍ୟକୁ ନିର୍ଦ୍ଦେଶକ ପିଏ ରଣଜୀତ ଶୁଟ କରୁଥିବା ବେଳେ ଷ୍ଟଣ୍ଟରେ ତ୍ରୁଟି ହୋଇ ଯାଇଥିଲା। ଫଳରେ ଏସ୍ଏମ ରାଜୁ ଭୟଙ୍କର କାର ଦୁର୍ଘଟଣା ଯୋଗୁ ପ୍ରାଣ ହରାଇଛନ୍ତି।

National
ମୁହଁ ଖୋଲିଲେ ରାଧିକାଙ୍କ ସାଙ୍ଗ, କହିଲେ ସାଂଘାତିକ କଥା
ଟେନିସ ଖେଳାଳି ରାଧିକାଙ୍କୁ ତିନି ଦିନ ତଳେ ତାଙ୍କ ବାପା ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।

National
ବିବାହ ବିଚ୍ଛେଦ ହେବା ପରେ କ୍ଷୀରରେ ଗାଧେଇଲେ ଯୁବକ
‘ମୁଁ ଆଜିଠାରୁ ସ୍ୱାଧୀନ’ ବୋଲି କହି ସେ କ୍ଷୀରରେ ଗାଧେଇଥିଲେ।

Accident
ଡିଜେଲ ବୋଝେଇ ଟ୍ରେନ୍ରେ ଲାଗିଗଲା ନିଆଁ
ନିଆଁ ଲାଗିବା ପରେ ଷ୍ଟେସନ ସହିତ ଆଖପାଖ ଅଞ୍ଚଳରେ ଥିବା ଘରଗୁଡ଼ିକରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।