Advertisment

କ୍ୟାବିନେଟ ସଚିବଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବଢ଼ିଲା

୧୯୮୨ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ରାଜୀବ ଗୌବାଙ୍କ କାର୍ଯ୍ୟକାଳ ଏହାକୁ ମିଶାଇ କେନ୍ଦ୍ର ସରକାର ତୃତୀୟ ଥର ବୃଦ୍ଧି କରିଛନ୍ତି।

author-image
Hemant Lenka
Rajiv Gauba

Rajiv Gauba

କେନ୍ଦ୍ର ସରକାର ଆଜି କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ କାର୍ଯ୍ୟକାଳକୁ ପୁଣି ବୃଦ୍ଧି କରିଛନ୍ତି। ଏହାକୁ ମିଶାଇ ରାଜୀବଙ୍କ କାର୍ଯ୍ୟକାଳ ତୃତୀୟଥର ପାଇଁ ବୃଦ୍ଧି କରାଯାଇଛି। ଆଜି କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳକୁ ଆଉ ଗୋଟିଏ ବର୍ଷ ଯାଏ ବୃଦ୍ଧି କରିଛନ୍ତି।

Advertisment

କାର୍ମିକ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ କ୍ୟାବିନେନଟର ନିଯୁକ୍ତି କମିଟି(ଏସିସି) ଆଇଏସ୍‌ ରାଜୀବ ଗୌବା (ଝାରଖଣ୍ଡ ୧୯୮୨)ଙ୍କ ସେବାକୁ ବୃଦ୍ଧି କରିବାକୁ ଅନୁମତି ଦେଇଛି। କ୍ୟାବିନେଟ ସଚିନ ଭାବେ ତାଙ୍କ କାର୍ଯ୍ୟକାଳ ୨୦୨୩ ଅଗଷ୍ଟ ୩୦ରେ ସରିବାର ଥିଲା। କିନ୍ତୁ ସେ ଆଉ ଗୋଟିଏ ବର୍ଷ ଯାଏ କାର୍ଯ୍ୟ କରିବେ। ଏଆଇଏସ(ଡିସିଆରବି) ରୁଲ ୧୯୫୮ ଓ ମୌଳିକ ନିମୟର ରୁଲ(୫୬ଡି)କୁ କୋହଳ କରାଯାଇ ଏସିସି ଏପରି ନିଷ୍ପତ୍ତି ନିଆଯାଇଛି।

୧୯୮୨ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ରାଜୀବ ଗୌବାଙ୍କ କାର୍ଯ୍ୟକାଳ ଏହାକୁ ମିଶାଇ କେନ୍ଦ୍ର ସରକାର ତୃତୀୟ ଥର ବୃଦ୍ଧି କରିଛନ୍ତି। ୨୦୧୯ରେ ପ୍ରଥମଥର ରାଜୀବଙ୍କୁ ଦୁଇ ବର୍ଷ ପାଇଁ କ୍ୟାବିନେଟ ସଚିବ ଭାବେ ନିଯୁକ୍ତି ମିଳିଥିଲା। ୨୦୨୧ରେ ପ୍ରଥମଥର ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଥିଲା। ଏହାପରେ ଆଉ ଦୁଇ ଥର କେନ୍ଦ୍ର ସରକାର ସମାନ ପଦକ୍ଷେପ ନେଇଛନ୍ତି।

Advertisment

ରାଜୀବ ଗୌବା ୫ ବର୍ଷ ହେଲା ଏହି ପଦବୀରେ ରହିବାକୁ ଯାଉଛନ୍ତି। ତାଙ୍କୁ ପୂର୍ବରୁ କ୍ୟାବିନେଟ ସଚିବ ଥିବା ୧୯୯୭ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ପିକେ ସିହ୍ନାଙ୍କ କାର୍ଯ୍ୟକାଳ ୩ ଥର ବୃଦ୍ଧି କରାଯାଇଥିଲା।

ସେ କ୍ୟାବିନେଟ ସଚିବ ଭାବେ ସବୁଠାରୁ ଅଧିକ ବର୍ଷ କାର୍ଯ୍ୟ କରିବାର ରେକର୍ଡ କରିଥିଲେ। ଏବେ ରାଜୀବ ଗୌବା ମଧ୍ୟ ସମାନ ରେକର୍ଡର ଅଧିକାରୀ ହେବାକୁ ଯାଉଛନ୍ତି। ୨୦୧୯ରେ ସେ କ୍ୟାବିନେଟ ସଚିବ ହେବା ପୂର୍ବରୁ ଗୃହ ସଚିବ ଭାବେ କାମ କରୁଥିଲେ।

Delhi