Advertisment

ଆଜି ଭୋଟ ଦେଉଛି ତ୍ରିପୁରା, ନେତା ବାଛିବେ ୨୮ ଲକ୍ଷ ଭୋଟର

ଆଜି ତ୍ରିପୁରା ବିଧାନସଭା ନିର୍ବାଚନ । ୬୦ଟି ଆସନ ପାଇଁ ଭୋଟ ଦେଉଛନ୍ତି ତ୍ରିପୁରାବାସୀ । ସକାଳୁ ଲମ୍ବା ଧାଡିରେ ଠିଆ ହୋଇ ଭୋଟମାନେ ଭୋଟ ଦେଉଛନ୍ତି । ଅପରାହ୍ନ ୪ଟା ଯାଏଁ ମତଦାନ ହେବ ।

author-image
Niharika Rout
Vote

Vote

ଆଜି ତ୍ରିପୁରା ବିଧାନସଭା ନିର୍ବାଚନ । ୬୦ଟି ଆସନ ପାଇଁ ଭୋଟ ଦେଉଛନ୍ତି ତ୍ରିପୁରାବାସୀ । ସକାଳୁ ଲମ୍ବା ଧାଡିରେ ଠିଆ ହୋଇ ଭୋଟମାନେ ଭୋଟ ଦେଉଛନ୍ତି । ଅପରାହ୍ନ ୪ଟା ଯାଏଁ ମତଦାନ ହେବ ।

Advertisment

 ତ୍ରିପୁରାର ମୋଟ ୨୮.୧୩ ଲକ୍ଷ ଭୋଟର ଆଜି ନିଜ ନେତା ବାଛିବେ।  ମୋଟ ୨୫୯ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଭୋଟ ବାକ୍ସରେ ସିଲ୍‌ ହେବ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ  ଅପରାହ୍ନ ୪ଟା ଯାଏ ଚାଲିବ ।  

ଏଥିନିମନ୍ତେ ୩, ୩୩୭ ମତଦାନ କେନ୍ଦ୍ର ପ୍ରସ୍ତୁତ ହୋଇଛି। ସେଥିମଧ୍ୟରୁ ୧୧ ଶହ ସମ୍ବେଦନଶୀଳ ବୁଥ୍‌ ବୋଲି ଚିହ୍ନଟ ହୋଇଥିବାରୁ କଡ଼ାକଡ଼ି ଭାବେ ସୁରକ୍ଷା ବ୍ୟବସ୍ଥା ଲାଗୁ ହୋଇଛିା

Advertisment

୨୦୧୮ରେ ପ୍ରଥମ ଥର ପାଇଁ ବିଜେପି ୩୫ ବର୍ଷର ବାମ ଗଡ଼କୁ ଭାଙ୍ଗି ଧସେଇ ପଶିଥିଲା । ଏଥରର ନିର୍ବାଚନରେ ବିଜେପି-IPFT ସହ ମେଣ୍ଟରେ ଲଢ଼ୁଥିବା ବେଳେ କଂଗ୍ରେସ ବାମ ଦଳ ସହ ନିର୍ବାଚନ ମୈଦାନକୁ ଓହ୍ଲାଇଛିା ତାସହ ଟିଏମସି ବି କଡ଼ା ଟକ୍କର ଦେଉଛିା ତେଣୁ ଏଥରର ନିର୍ବାଚନ ସରକାର ଓ ବିରୋଧୀ ଦଳ ପାଇଁ ବେଶ ଗୁରୁତ୍ୱ ବହନ କରୁଛି । ଶାସକ ବିଜେପି ନିଜ ଗଡ଼ ବଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଗାଦି ଛଡ଼ାଇ ନେବା ପାଇଁ ବାମ ଓ କଂଗ୍ରେସ ହାତ ମିଳାଇଛନ୍ତି।

ମାର୍ଚ୍ଚ ୨ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ଏହାପରେ ସ୍ପଷ୍ଟ ହେବ ତ୍ରିପୁରାବାସୀ କାହାକୁ ନିଜ ନେତା ରୂପେ ଚୟନ କରିଛନ୍ତି। ଚଳିତ ନିର୍ବାଚନରେ ସ୍ପଷ୍ଟ ଜନମତ ପାଇ ପୁଣିଥରେ କ୍ଷମତାସୀନ ହେବା ବିଜେପି ପାଇଁ ବଡ ଚାଲେଞ୍ଜ ।

ଏଥରେ ମୋଟ ୬୦ ଆସନରୁ ବିଜେପି ପ୍ରାର୍ଥୀ ୫୫ଟି ଆସନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିଜେପି ସହ ମେଣ୍ଟ କରିଥିବା ଇଣ୍ଡିଜେନିଅସ ପିପୁଲସ ଫ୍ରଣ୍ଟ ଅଫ ତ୍ରିପୁରା ବା (IPFT) ୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି । ସେପଟେ କଂଗ୍ରେସ ପ୍ରାର୍ଥୀ ମାତ୍ର ୧୩ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ମେଣ୍ଟରେ ଥିବା ସିପିଆଇ, ଆରଏସପି ୪୭ଟି ଆସନରେ ଲଢେଇ କରୁଛନ୍ତି । ସେହିପରି ଆଞ୍ଚଳିକ ଟିପରା ମୋଥା ୪୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି ।

ଅଧିକ ସଂଖ୍ୟକ ଭୋଟର ଭୋଟ ଦେଇ ଗଣତନ୍ତ୍ରକୁ ମଜଭୁତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ତ୍ରିପୁରାବାସୀଙ୍କୁ ଅପିଲ୍‌ କରିଛନ୍ତି। 

Election Tripura