ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ୨ ଶ୍ରମିକ ମୃତ

ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଅଘଟଣରେ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି।

ଭୁଶୁଡ଼ି ପଡ଼ିଥିବା କୋଠାରୁ ଉଦ୍ଧାର କାର୍ଯ୍ୟ ଚାଲିଛି।

  • Published: Thursday, 21 March 2024
  • , Updated: 21 March 2024, 07:32 AM IST

ନୂଆଦିଲ୍ଲୀର ୱେଲକମ୍‌ ଅଞ୍ଚଳରେ ବିଳମ୍ବିତ ରାତିରେ ଘଟିଛି ଅଘଟଣ। ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଅଘଟଣରେ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି।

ନୂଆଦିଲ୍ଲୀର ୱେଲକମ୍‌ ଅଞ୍ଚଳରେ ଏକ ଦୁଇ ମହଲା କୋଠା ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ପରେ ଭୁଶୁଡ଼ି ଯାଇଥିଲା। ଏନେଇ ସୂଚନା ପାଇବା ପରେ ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ଭଗ୍ନାବଶେଷ ତଳୁ ଦୁଇ ମୃତଦେହ ଉଦ୍ଧାର କରାଯାଇଥିଲା। ଏଥିସହ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକଦ୍ୱୟ ହେଲେ ଅର୍ସଦ ଓ ତୌହିଦ । ଗୁରୁତରଜଣକ ହେଲେ ରେହାନ ।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ନିୟମ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ସୂଚନା ଦେଇଛନ୍ତି।

Related story