Advertisment

ନକ୍ସଲ ହମଲା , ୨ ପୁଲିସ କର୍ମଚାରୀ ସହିଦ

ସହିଦ ଯବାନ ଦୁଇ ଜଣ ହାବିଲଦାର ରାଜେଶ ଓ କନଷ୍ଟେବଳ ଲଲିତ ବୋଲି ଜଣାପଡ଼ିଛି

author-image
Tapas Behera
undefined

Naxal

ପୁଣି ନକ୍ସଲ ହମଲା। ଛତିଶଗଡ଼ର ରାଜନନ୍ଦଗାଓଁରେ ନକ୍ସଲ ଆକ୍ରମଣରେ ୨ ଜଣ ପୁଲିସ କର୍ମରୀ ସହିଦ ହୋଇଛନ୍ତି। ରାଜନନ୍ଦଗାଓଁ ଜିଲାର ବୋରତଲାଓ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ବୋରତଲାଓ ଥାନା ନିକଟସ୍ଥ ଗୋନ୍ଦିଆ-ମହାରାଷ୍ଟ୍ର ସୀମାରେ ଅବସ୍ଥିତ ଚେକ୍ ପୋଷ୍ଟରେ କାର୍ଯ୍ୟରତ ଥିବାବେଳେ ହଠାତ୍ ଜଙ୍ଗଲରୁ ଆସି ନକ୍ସଲମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଦୁଇ ଜଣ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି। ସହିଦ ଦୁଇ ଜଣ ହାବିଲଦାର ରାଜେଶ ଓ କନଷ୍ଟେବଳ ଲଲିତ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ଆଜି ସକାଳେ ଯବାନମାନେ ଚେକ୍‌ ପୋଷ୍ଟରେ ଗାଡ଼ି ଯାଞ୍ଚ କରୁଥିଲେ।

Advertisment

ଏହି ସମୟରେ ନକ୍ସଲମାନେ ହଠାତ୍‌ ଗୁଳି ଚାଳନା କରିଥିଲେ। ଏଥିରେ ଦୁଇ ଜଣ ଯବାନ ପ୍ରାଣ ହରାଇଛନ୍ତି। ଏଥିସହ ସେମାନେ ବାଇକ୍‌ରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ଖବର ପାଇବା ମାତ୍ରେ ଅତିରିକ୍ତ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାର ତଦନ୍ତ କରାଯାଉଛି। ବର୍ତ୍ତମାନ ପୁଲିସ ଦ୍ୱାରା ନକ୍ସଲମାନଙ୍କ ସଂଖ୍ୟା ଏବଂ ଘଟଣା କିପରି ଘଟିଲା ସେ ସମ୍ବନ୍ଧରେ ସୂଚନା ସଂଗ୍ରହ କରାଯାଉଛି।

ଅନ୍ୟପକ୍ଷରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ନକ୍ସଲ ହିଂସାରେ ଦୁଇ ଯବାନଙ୍କ ଶହୀଦ ଖବରକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ନକ୍ସଲ ଆକ୍ରମଣ ଘଟଣାକୁ ସେ ଦୃଢ ନିନ୍ଦା କରିଛନ୍ତି। ସହିଦଙ୍କ ପରିବାରଙ୍କୁ ସମବେଦନା ଜଣାଇ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ସେ କହିଛନ୍ତି।

Advertisment
India