Advertisment

ନନ୍-ଭେଜ୍ ଖାଇବା ଆଣିବାରୁ ନର୍ସରୀ ଛାତ୍ରଙ୍କୁ ବାହାର କରିଦେଲେ ପ୍ରିନ୍ସିପାଲ

ପ୍ରିନ୍ସିପାଲଙ୍କ ଅଭିଯୋଗ, "ଛାତ୍ର ଜଣକ ଅନ୍ୟପିଲାଙ୍କୁ ନନ୍-ଭେଜ୍ ଖାଇବାକୁ ଏବଂ ଇସଲାମରେ ପରିବର୍ତ୍ତନ ହେବା କଥା ଶିଖାଉଛି।"

author-image
Debibandita Barick
Tiffin

Tiffin

ନନ୍-ଭେଜ୍ ଖାଇବା ଆଣିବାରୁ ଏକ ଘରୋଇ ସ୍କୁଲର ନର୍ସରୀ ଛାତ୍ରଙ୍କୁ ବାହାର କରି ଦେଇଛନ୍ତି ପ୍ରିନ୍ସିପାଲ। ଉତ୍ତରପ୍ରଦେଶର ଆମ୍ରୋହା ସ୍ଥିତ ଏକ ଘରୋଇ ସ୍କୁଲରେ ଏହି ଘଟଣା ଘଟିଛି। ଛାତ୍ରଙ୍କ ମାଆ ଏନେଇ ପ୍ରିନ୍ସପାଲଙ୍କ ସହ ଯୁକ୍ତିତର୍କ କରିବା ସମୟର ଭିଡିଓ ଭାଇରାଲ ହେବା ପରେ ମାମଲା ସର୍ବ ସମ୍ମୁଖକୁ ଆସିଛି।

Advertisment

ଭାଇରାଲ୍ ଭିଡ଼ିଓରେ ଶୁଣିବାକୁ ମିଳୁଛି ଯେ, ପ୍ରିନ୍ସିପାଲ ଛାତ୍ରଙ୍କ ମାଆଙ୍କୁ କହୁଛନ୍ତି- "ଆପଣଙ୍କ ପୁଅ ଅନ୍ୟ ପିଲାମାନଙ୍କୁ ନନ୍-ଭେଜ୍ ଖାଇବାକୁ କହୁଛି ଏବଂ ସେମାନଙ୍କୁ ଇସଲାମରେ ପରିଣତ ହେବାକୁ ଶିଖାଉଛି। ଆମେ ପିଲାମାନଙ୍କୁ ଏପରି ନୈତିକ ଶିକ୍ଷା ଦେବାକୁ ଚାହୁଁ ନାହୁଁ, ଯାହା ଆମ ମନ୍ଦିରକୁ ଭାଙ୍ଗିଦେବ ଏବଂ ସ୍କୁଲକୁ ନନ୍-ଭେଜ୍ ଖାଇବା ନେଇ ଆସିବ।"  

ଛାତ୍ରଙ୍କ ମାଆ ପ୍ରିନ୍ସିପାଲଙ୍କ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, "ଜଣେ ୭ ବର୍ଷର ଛୁଆ ଏପରି କଥା କହି ପାରିବ ନାହିଁ। ସେ ଏମିତି କେତେ ବଡ଼ ଆତଙ୍କବାଦୀ ମୋତେ କୁହନ୍ତୁ।" ଏହାର ଜବାବରେ ପ୍ରିନ୍ସପାଲ କହିଛନ୍ତି, "ସେ ଏସବୁ ଘରେ ତାଙ୍କ ବାପାମାଆଙ୍କ ଠାରୁ ଶିଖୁଛି। ଅନ୍ୟ ଅଭିଭାବକଙ୍କର ଅସୁବିଧା ଥିବାରୁ ଆମେ ଆପଣଙ୍କ ପିଲାଙ୍କ ନାଁ ରେଜିଷ୍ଟରରୁ ହଟାଇ ଦେଇଛୁ।"

Advertisment

ଛାତ୍ରଙ୍କ ମାଆ ଏ ଉପରେ ଯୁକ୍ତି କରି କହିଥିଲେ, "ତିନି ମାସ ହେବ ମୋ ପୁଅ ଘରେ କହୁଛି ସ୍କୁଲରେ ତାକୁ ହିନ୍ଦୁ-ମୁସଲିମ, ହିନ୍ଦୁ-ମୁସଲିମ କଥା କୁହାଯାଉଛି। ପିଲାମାନେ ତାକୁ ମାଡ଼ ମାରୁଥିବା ଏବଂ ବାରମ୍ବାର ଅସୁବିଧାରେ ପକାଉଛନ୍ତି।" 

ଏହାପରେ ପ୍ରିନ୍ସିପାଲ କହିଥିଲେ, "ଆପଣ ଏପରି କାଉଣ୍ଟର ଅଭିଯୋଗ କରି ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଆମେ ଆପଣଙ୍କ ପିଲାର ନାଁ ରେଜିଷ୍ଟରରୁ ହଟାଇ ଦେଇଛୁ, ଆପଣ ନେଇଯାଆନ୍ତୁ।" 

ସେପଟେ ଶିକ୍ଷା ଜିଲ୍ଲା ପରିଦର୍ଶକ (DIS) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ଘଟଣାର ତଦନ୍ତ ପାଇଁ ତିନି ଜଣିଆ ତଦନ୍ତ କମିଟି ଗଠନ କରାଯାଇଥିବା ପୁଲିସ କହିଛି।

UP School Non-Veg Food