Advertisment

ଆନ୍ଦୋଳନକୁ ଡରିଗଲେ ଯୋଗୀ ସରକାର! ସ୍ଥଗିତ ରହିଲା ପରୀକ୍ଷା

RO ଏବଂ ARO ପରୀକ୍ଷାକୁ ସ୍ଥଗିତ ରଖିଛି ଉତ୍ତର ପ୍ରଦେଶ ଲୋକ ସେବା ଆୟୋଗ। ଏହା ସହିତ ପିସିଏସ୍ ପରୀକ୍ଷା ଗୋଟିଏ ଦିନରେ ଗୋଟିଏ ଶିଫ୍ଟରେ ହେବା ନେଇ UPPSCର ଘୋଷଣା।

author-image
Debadatta Aryashrestha
Uttar Pradesh Student Protest

Uttar Pradesh Student Protest

ଉତ୍ତର ପ୍ରଦେଶରେ ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କର ବଡ଼ ବିଜୟ ହୋଇଛି। ଉତ୍ତର ପ୍ରଦେଶ ଲୋକ ସେବା ଆୟୋଗ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଦାବି ମାନି ନେଇଛି। ରିଭ୍ୟୁ ଅଧିକାରୀ (RO) ଏବଂ ଅତିରିକ୍ତ ରିଭ୍ୟୁ ଅଧିକାରୀ (ARO) ପରୀକ୍ଷାକୁ ନେଇ ପ୍ରାୟାଗରାଜ ଓ ଲକ୍ଷ୍ନୌ ଭଳି ସହରରେ ସୋମବାରଠାରୁ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ। ଶେଷରେ ଏହି ପରୀକ୍ଷାକୁ ସ୍ଥଗିତ ରଖିଛି ଉତ୍ତର ପ୍ରଦେଶ ଲୋକ ସେବା ଆୟୋଗ।

Advertisment

ଆଶାୟୀ ପ୍ରାର୍ଥୀଙ୍କ ଧାରଣା ଓ ଅନଶନ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିଥିଲେ। ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ସହ ସମନ୍ୱୟ ରଖି ନିଷ୍ପତ୍ତି ନେବାକୁ ଲୋକ ସେବା ଆୟୋଗକୁ ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ ରିଭ୍ୟୁ ଅଧିକାରୀ (RO) ଏବଂ ଅତିରିକ୍ତ ରିଭ୍ୟୁ ଅଧିକାରୀ (ARO) ପରୀକ୍ଷାକୁ ସ୍ଥଗିତ ରଖିଛି ଆୟୋଗ। ଏହା ସହିତ ପିସିଏସ୍ ପ୍ରାରମ୍ଭିକ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ତାରିଖରେ ପୂର୍ବ ପରି ଗୋଟିଏ ଦିନ ଓ ଗୋଟିଏ ଶିଫ୍ଟରେ କରାଯିବା ନେଇ ଉତ୍ତର ପ୍ରଦେଶ ଲୋକ ସେବା ଆୟୋଗ ଘୋଷଣା କରିଛି।

କ'ଣ ପାଇଁ ଆରମ୍ଭ ହୋଇଥିଲା ଆନ୍ଦୋଳନ?
ଉତ୍ତର ପ୍ରଦେଶ ଲୋକ ସେବା ଆୟୋଗ ପିସିଏସ୍ ପ୍ରିଲିମ୍ସ ୨୦୨୪ ଓ RO-ARO ପ୍ରିଲିମ୍ସ ୨୦୨୩ ପରୀକ୍ଷାଗୁଡ଼ିକୁ ଦୁଇ ଦିନରେ ଦୁଇଟି ଶିଫ୍ଟରେ କରିବାକୁ ନିଷ୍ପତ୍ତି ନେଇଥିଲା। ପିସିଏସ୍ ପ୍ରାରମ୍ଭିକ ପରୀକ୍ଷା ଡିସେମ୍ବର ୭ ଓ ୮ରେ ଏବଂ RO-ARO ପ୍ରାରମ୍ଭିକ ପରୀକ୍ଷାକୁ ଡିସେମ୍ବର ୨୨ ଓ ୨୩ରେ କରିବା ପାଇଁ ନୋଟିସ ଜାରି କରିଥିଲା ଆୟୋଗ। ଏହାପରେ ଆନ୍ଦୋଳନକୁ ଓହ୍ଲାଇଥିଲେ ହଜାର ହଜାର ଆଶାୟୀ। ଏହି ତାରିଖ ଗୁଡ଼ିକ ଉପରେ ପୁଣିଥରେ ବିଚାର କରିବାକୁ ଦାବି କରିବା ସହ ପୂର୍ବ ଭଳି ଗୋଟିଏ ଦିନରେ ଗୋଟିଏ ଶିଫ୍ଟରେ ହିଁ ପରୀକ୍ଷା କରିବାକୁ ଦାବି ହୋଇଥିଲା। ଦୁଇଟି ଶିଫ୍ଟରେ ପରୀକ୍ଷା ହେଲେ ଏଥିରେ ସ୍ଵଚ୍ଛତା ରହିବନି ବୋଲି ଛାତ୍ରଛାତ୍ରୀମାନେ ଦାବି କରିଥିଲେ।

Advertisment
UPPSC RO And ARO Exam Uttar Pradesh Exam Postponed