Advertisment

ହୋଟେଲ ରୁମ୍‌ରୁ ମିଳିଲା ବିଦେଶିନୀଙ୍କ ମୃତଦେହ, ହତ୍ୟା ସନ୍ଦେହ

ତାଙ୍କ ଗଳା ଚିପି ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି।

uzbek woman found dead

uzbek woman found dead

Advertisment

ସନ୍ଦିଗ୍ଧ ଅବସ୍ଥାରେ ହୋଟେଲ ରୁମ୍‌ ଭିତରୁ ମିଳିଲା ବିଦେଶିନୀଙ୍କ ମୃତଦେହ। ଉଜ୍ୱେକିସ୍ତାନର ଜଣେ ୩୭ ବର୍ଷୀୟ ମହିଳାଙ୍କ ମୃତଦେହ ବେଙ୍ଗାଲୁରୁର ଏକ ହୋଟେଲ ରୁମ୍‌ ଭିତରୁ ମିଳିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।

Advertisment

ମୃତ ମହିଳା ଜଣକ ହେଲେ ଉଜ୍ୱେକିସ୍ତାନର ଜରିନ। ସେ ମାର୍ଚ୍ଚ ୫ ତାରିଖରେ ବେଙ୍ଗାଲୁରୁ ଆସିଥିଲେ। ସହରର ଶେଷାଦ୍ରିପୁରମ ଅଞ୍ଚଳରେ ଥିବା ଏକ ହୋଟେଲରେ ସେ ରହିଥିଲେ। ତେବେ ବୁଧବାର ସନ୍ଧ୍ୟାରେ ଯେତେବେଳେ ହୋଟେଲ କର୍ମଚାରୀ ତାଙ୍କ ରୁମ୍‌ କବାଟ ବାଡେଇ ଥିଲେ ସେତେବେଳେ ସେ କିଛି ଉତ୍ତର ଦେଇନଥିଲେ।

ଏହାପରେ ହୋଟେଲ କର୍ମଚାରୀ ମାଷ୍ଟର ଚାବି ଆଣି ଉକ୍ତ କବାଟକୁ ଖୋଲି ରୁମ୍‌ ଭିତରକୁ ପଶିଥିଲେ। ଖଟ ଉପରେ ଜରିନ ମୃତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା। ଏନେଇ ହୋଟେଲ ମ୍ୟାନେଜର ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ଜରିନ୍‌ ହୋଟଲ ରୁମ୍‌ରେ ଏକା ଥିଲେ। ଏହାର ଫାଇଦା ଦେଇ ତାଙ୍କ ଗଳା ଚିପି ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ତାଙ୍କୁ ମୃତ୍ୟୁ କିଭଳି ହେଲା କିଏ ତାଙ୍କୁ ହତ୍ୟା କଲା ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି। ସାଇଣ୍ଟିଫିକ୍‌ ଟିମ୍‌ ସନ୍ଧାନୀ କୁକୁର ସହାୟତାରେ ଛାନ୍‌ଭିନ୍‌ କରୁଛି ପୁଲିସ।

ହୋଟେଲ ମ୍ୟାନେଜରଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି। ସିସିଟିଭି ଫୁଟେଜ୍‌ ଓ ହୋଟେଲ ରେଜିଷ୍ଟ୍ରାରକୁ ମଧ୍ୟ ପୁଲିସ ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି।

Bengaluru Uzbek Woman Found Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe