Advertisment

୭୯ତମ ସ୍ୱାଧୀନତା ଦିବସ: ଲାଲକିଲ୍ଲାରେ କ’ଣ କହିଲେ ମୋଦି

ସମ୍ବିଧାନ ହିଁ ଦେଶକୁ ନୂଆ ଦିଗ ଦେଖାଇଛି। ଆଜିର ଦିନରେ ସମ୍ବିଧାନ ନିର୍ମାତାଙ୍କୁ ନମନ କରୁଛି।

author-image
Jitendra Garnayak
PM Narendra Modi

PM Narendra Modi

ସାରା ଦେଶ ଆଜି ପାଳନ କରୁଛି ୭୯ତମ ସ୍ୱାଧୀନତା ଦିବସ। ଏହି ଅବସରରେ ଦିଲ୍ଲୀର ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାତୀୟ ପତାକା ଉତ୍ତୋଳନ କରିବା ପରେ ପ୍ରଧାନମନ୍ତ୍ରୀ ୧୦୩ ମିନିଟ୍ ଧରି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ, ଯାହା ସ୍ୱାଧୀନତା ଦିବସ ଇତିହାସର ସବୁଠୁ ଲମ୍ବା ଭାଷଣ। ଏହି ୧୦୩ ମିନିଟ୍‌ର ଭାଷଣ ମଧ୍ୟରେ ଅନେକ କଥା କହିଥିଲେ ପ୍ରଧାନମନ୍ତ୍ରୀ। ତାଙ୍କ ଅଭିଭାଷଣଙ୍କୁ ଏଠାରେ ଆମେ ଚୁମ୍ବକରେ ଉପସ୍ଥାପିତ କରିଛୁ। ତା’ହେଲେ ପଢ଼ନ୍ତୁ, ପ୍ରଧାନମନ୍ତ୍ରୀ କ’ଣ ସବୁ କହିଛନ୍ତି।

Advertisment
  • ସ୍ବାଧୀନତାର ମହାପର୍ବ ହେଉଛି ସଂକଳ୍ପର ପର୍ବ
  • ଏହି ମହାପର୍ବ ୧୪୦ କୋଟି ଭାରତୀୟଙ୍କ ସଂକଳ୍ପର ପର୍ବ
  • ଆଜି କୋଣ ଅନୁକୋଣରେ ଗୋଟିଏ ମନ୍ତ୍ର- ଦେଶ ପ୍ରଥମ
  • ସମ୍ବିଧାନ ହିଁ ଦେଶକୁ ନୂଆ ଦିଗ ଦେଖାଇଛି
  • ଆଜିର ଦିନରେ ସମ୍ବିଧାନ ନିର୍ମାତାଙ୍କୁ ନମନ କରୁଛି
  • ଅପରେସନ ସିନ୍ଦୂର ଆକ୍ରୋଶର ଅଭିବ୍ୟକ୍ତି ଥିଲା
  • ସ୍ତ୍ରୀମାନଙ୍କ ଆଗରେ ସ୍ବାମୀମାନଙ୍କୁ ହତ୍ୟା କଲେ
  • ଏହି ଘଟଣା ଦେଶବାସୀଙ୍କ ମନରେ ଆକ୍ରୋଶ ଭରି ଦେଇଥିଲା
  • ଏହାର ପ୍ରତିଶୋଧ ନେବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରିଥିଲୁ
  • ସେନାକୁ ଆମେ ଖୋଲା ଛାଡ଼ି ଦେଇଥିଲୁ
  • ସେମାନେ ରଣନୀତି, ଟାର୍ଗେଟ୍, ସମୟ ସ୍ଥିର କରିଥିଲେ
  • ଶତ୍ରୁଙ୍କୁ ସେମାନଙ୍କ ଘରେ ପଶି ମାରିଲୁ, ଆତଙ୍କୀ କ୍ୟାମ୍ପକୁ ଧ୍ୱଂସ କଲୁ
  • ଅପରେସନ ସିନ୍ଦୂର ଆମ ଯବାନମାନଙ୍କ ବୀରତ୍ୱର ପ୍ରତିବିମ୍ବ
  • ଶତ୍ରୁଙ୍କୁ ଆଶା ଠାରୁ ଅଧିକ ଦଣ୍ଡ ମିଳିଛି
  • ଆତଙ୍କବାଦ ଓ ଏହାର ଆକ୍କାଙ୍କୁ ଆମେ ଅଲଗା ଭାବେ ଦେଖୁନୁ
  • ପରମାଣୁ ଧମକ ଓ ବ୍ଲାକମେଲ୍‌କୁ ଆଉ ସହ୍ୟ କରିବୁ ନାହିଁ
  • ସିନ୍ଧୁ ନଦୀ ଜଳ ଚୁକ୍ତି ଏକତରଫା ଥିଲା
  • ଆମ କୃଷକମାନେ ସେମାନଙ୍କ ହକ୍ ପାଉ ନଥିଲେ
  • ସିନ୍ଧୁ ନଦୀର ପାଣି ଶତ୍ରୁ ରାଷ୍ଟ୍ରର ଜମିକୁ ଜଳସେଚିତ କରୁଥିଲା
  • ସାତ ଦଶନ୍ଧି ଧରି ଆମ କୃଷକ କ୍ଷତି ସହୁଥିଲେ
  • ଅପରେସନ ସିନ୍ଦୂର ପରେ ଆମେ ଚୁକ୍ତିକୁ ରଦ୍ଦ କଲୁ
  • କାରଣ ରକ୍ତ ଓ ପାଣି ଏକସଙ୍ଗେ ପ୍ରବାହିତ ହୋଇ ପାରିବନି
  • ଏବେ ସିନ୍ଧୁ ନଦୀର ପାଣି କେବଳ ଭାରତର କୃଷକଙ୍କୁ ମିଳିବ
  • ଆତ୍ମନିର୍ଭର ଭାରତର ମନ୍ତ୍ର
  • ଆତ୍ମନିର୍ଭର ଭାରତ ବିକଶିତ ଭାରତର ମୂଳଦୁଆ
  • ଆତ୍ମନିର୍ଭର ଭାରତ ହିଁ ପ୍ରକୃତ ସ୍ୱାଧୀନତା
  • ଅପରେସନ ସିନ୍ଦୂରରେ ଆତ୍ମନିର୍ଭର ଭାରତର ଶକ୍ତି ଦେଖିଲୁ
  • ଆତ୍ମନିର୍ଭର ହୋଇ ନଥିଲେ ଅପରେସନ ସମ୍ଭବ ହୋଇ ନ ଥାଆନ୍ତା
  • ଆତ୍ମନିର୍ଭର ହେବାକୁ ହେଲେ ଆମକୁ ବେଷ୍ଟ୍ ଦେବାକୁ ହେବ
  • ଏକବିଂଶ ଶତାବ୍ଦୀ ବୈଷୟିକ ଜ୍ଞାନକୌଶଳର ଯୁଗ
  • ବୈଷୟିକ ଜ୍ଞାନକୌଶଳକୁ ନେଇ ଶିଖରରେ ପହଞ୍ଚି ହେବ
  • ରିସର୍ଚ୍ଚ ଆଉ ଡେଭଲପମେଣ୍ଟ ଜରିଆରେ ଏହା ସମ୍ଭବ
  • ଆମର UPI ସିଷ୍ଟମ ପୂରା ବିଶ୍ୱକୁ ଚକିତ କରିଛି
  • ଭୋକାଲ୍ ଫର୍ ଲୋକାଲ୍‌ ଆତ୍ମନିର୍ଭର ଭାରତର ମନ୍ତ୍ର
  • ଆଗାମୀ ଦିନ EVର ଯୁଗ, ଆମେ EV ବ୍ୟାଟେରୀ ବି ପ୍ରସ୍ତୁତ କରିବା
  • ଦାମ୍ କମ୍, ଦମ୍ ଅଧିକ ନୂଆ ଭାରତର ମନ୍ତ୍ର ହେବା ଉଚିତ୍
  • ୨୦୪୭ ସୁଦ୍ଧା ପରମାଣୁ ଶକ୍ତି ୧୦ ଗୁଣା ବୃଦ୍ଧି ଲକ୍ଷ୍ୟ
  • GSTରେ ସଂସ୍କାର ଆଣିବୁ
  • ଏଥିର ଦୀପାବଳିରେ ଦେଶବାସୀଙ୍କୁ ଉପହାର ଦେବାକୁ ଯାଉଛି
  • ଉଚ୍ଚସ୍ତରୀୟ କମିଟି ଦ୍ବାରା GSTରେ ସଂସ୍କାର ଆଣିବାକୁ ଯାଉଛୁ। ମଧ୍ୟବିତ୍ତଙ୍କ ଜୀବନକୁ ଏହା ସହଜ କରିବ। ସାଧାରଣ ଲୋକଙ୍କ ପାଇଁ ଟିକସ କମ୍ ହେବ। ଏହାଦ୍ୱାରା ଦୈନନ୍ଦିନ ସାମଗ୍ରୀ ଶସ୍ତା ହେବ।
  • ଯୁବବର୍ଗଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ବିକଶିତ ଭାରତ ରୋଜଗାର ଯୋଜନା ଆଜିଠାରୁ ଆରମ୍ଭ ହୋଇଛି। ଘରୋଇ କ୍ଷେତ୍ରରେ ଯୁବବର୍ଗଙ୍କୁ ଚାକିରି ମିଳିବ। ଯେଉଁ କଂପାନୀ ଅଧିକ ରୋଜଗାର ଦେବ, ସେମାନଙ୍କୁ ପ୍ରୋତ୍ସାହନ ରାଶି ମିଳିବ। ସାଢ଼େ ୩ କୋଟି ଯୁବକଯୁବତୀ ଉପକୃତ ହେବେ।
  • ଚାଷୀ ଓ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ସହ କୌଣସି ସାଲିସ୍ ହେବନି। ଗରିବୀକୁ ନେଇ ମୋର ଅଭିଜ୍ଞତା ରହିଛି। ସରକାର ଫାଇଲରେ ନୁହେଁ, ଲୋକଙ୍କ ଲାଇଫ୍‌ରେ ରହିବା ଉଚିତ୍। ସରକାର ଲୋକଙ୍କ ଘରକୁ ଯିବା ଉଚିତ୍। ଗରିବୀ ହଟାଅ ନାରା ଶୁଣି ଶୁଣି ଦେଶବାସୀ ଥକି ଯାଇଥିଲେ। ଗରିବୀ ହଟିବ ବୋଲି ଦେଶବାସୀ ବିଶ୍ବାସ କରୁନଥିଲେ। କିନ୍ତୁ ୨୫ କୋଟି ଲୋକଙ୍କୁ ଆମେ ଗରିବୀରୁ ମୁକ୍ତି ଦେଇଛୁ। ୧୦ ବର୍ଷରେ ୨୫ କୋଟି ଲୋକ ଗରିବୀକୁ ପରାସ୍ତ କରିଛନ୍ତି।
  • ଷଡ଼ଯନ୍ତ୍ର କରି ଦେଶର ଡେମୋଗ୍ରାଫି ବଦଳା ଯାଉଛି। ଅନୁପ୍ରବେଶକାରୀ ଦେଶର ଯୁବକ ଯୁବତୀଙ୍କୁ ଟାର୍ଗେଟ କରୁଛନ୍ତି। ନିରୀହ ଆଦିବାସୀଙ୍କୁ ଭ୍ରମିତ କରି ସେମାନଙ୍କ ଜମିକୁ କବ୍‌ଜା କରୁଛନ୍ତି। ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ, ଦେଶ ଏହା ସହ୍ୟ କରିବନି। ସୀମାବର୍ତ୍ତୀ ଅଞ୍ଚଳରେ ଡେମୋଗ୍ରାଫି ବଦଳିଲେ, ରାଷ୍ଟ୍ରୀୟ ସୁରକ୍ଷା ପାଇଁ ସଙ୍କଟ। ଦେଶର ଏକତା, ଅଖଣ୍ଡତା ପାଇଁ ଏହା ସମସ୍ୟା ସୃଷ୍ଟି କରିବ। ଅନୁପ୍ରବେଶ ରୋକିବା ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛୁ।
  • ବର୍ତ୍ତମାନ ସମୟରେ ଯୁଦ୍ଧର ତରିକା ବଦଳୁଛି। ଭାରତ ବି ଏସବୁର ମୁକାବିଲା ପାଇଁ ସକ୍ଷମ।ଅପରେସନ ସିନ୍ଦୂରରେ ଆମେ ଦେଖିଲୁ। ଶତ୍ରୁ ଆମ ନାଗରିକଙ୍କ ଉପରେ ମିଜାଇଲ୍, ଡ୍ରୋନ୍ ଫିଙ୍ଗିଥିଲା। କିନ୍ତୁ ଶତ୍ରୁର ସବୁ ଆକ୍ରମଣକୁ ଆମେ ପଣ୍ଡ କରିଦେଲୁ, ଟିକେ ବି କ୍ଷତି ହେଲାନି। ଯୁଦ୍ଧଭୂମିରେ ଟେକ୍ଲୋଲୋଜିର ଭୂମିକା ବଢୁଛି, ଆମେ ଆହୁରି ବିସ୍ତାର କରିବା। ୨୦୩୫ ସୁଦ୍ଧା ସବୁ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ସୁରକ୍ଷା କବଚ ଦେବୁ। ସାମରିକ ସହ ବେସାମରିକ ସ୍ଥାନକୁ ସୁରକ୍ଷା କବଚ ଦେବୁ। ଦେଶର ପ୍ରତ୍ୟେକ ନାଗରିକ ନିଜକୁ ସୁରକ୍ଷିତ ମନେ କରିବେ। ଶ୍ରୀଘ୍ର ମିଶନ ସୁଦର୍ଶନ ଚକ୍ର ଆରମ୍ଭ କରିବାକୁ ଯାଉଛୁ। ସୁଦର୍ଶନ ଚକ୍ର ମିଶନ ଏକ ପାୱାରଫୁଲ୍ ୱିପନ୍ ସିଷ୍ଟମ। ଶତ୍ରୁର ଆକ୍ରମଣକୁ ଏହା ବିଫଳ କରବା ସହ ହିଟ୍ ବ୍ୟାକ୍ କରିବ। ଏହା ଆମ ଦେଶରେ ଓ ଦେଶବାସୀଙ୍କ ଦ୍ବାରା ନିର୍ମାଣ ହେବ।
  • ଦେଶ ଗଠନରେ ସମସ୍ତଙ୍କ ଅବଦାନ ଥାଏ। ବ୍ୟକ୍ତି ବିଶେଷଙ୍କ ସହ ସଂସ୍ଥାମାନଙ୍କର ବି ଯୋଗଦାନ ଥାଏ। ଶହେ ବର୍ଷ ତଳେ RSSର ଜନ୍ମ ହୋଇଥିଲା। ରାଷ୍ଟ୍ର ନିର୍ମାଣକୁ ନେଇ RSSର ଶହେ ବର୍ଷର ଯାତ୍ରା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ମାତୃଭୂମିର ସେବା ପାଇଁ ଲକ୍ଷାଧିକ ସ୍ୱୟଂ ସେବକ ନିଜକୁ ଉତ୍ସର୍ଗ କରିଛନ୍ତି। ସେବା, ସମର୍ପଣ, ସଂଗଠନ, ଅନୁଶାସନ RSSର ପରିଚୟ। RSSର ୧୦୦ ବର୍ଷର ସମର୍ପିତ ଯାତ୍ରାକୁ ନେଇ ଦେଶ ଗର୍ବ କରୁଛି। ଆଗକୁ ବଢ଼ିବା ପାଇଁ ଏହା ନିଶ୍ଚୟ ପ୍ରେରଣା ଦେବ।