Advertisment

ସାବଧାନ! ଲିଙ୍କରେ କ୍ଲିକ ନ କଲେ ବି ଫୋନ ହୋଇପାରେ ହ୍ୟାକ

ବିନା ଲିଙ୍କ କ୍ଲିକରେ ମଧ୍ୟ ଆପଣଙ୍କ ଫୋନ ହ୍ୟାକ ହୋଇଯିବାର ଆଶଙ୍କା ରହିଛି। ଏଭଳି କିଛି ତଥ୍ୟ ହ୍ୱାଟସଆପ ପକ୍ଷରୁ ଦିଆଯାଇଛି।

author-image
Hemant Lenka
Without Clicking

Without Clicking

ସମସ୍ତ ମୋବାଇଲ ବ୍ୟବହାରକାରୀଙ୍କୁ ଅନେକ ସମୟରେ ଅଜଣା ନମ୍ବରରୁ ସନ୍ଦିଗ୍ଧ ଲିଙ୍କ ସବୁ ଆସିଥାଏ। ସାଇବର ଅପରାଧୀମାନେ ଏହାକୁ କ୍ଲିକ କରିବା ପାଇଁ କହିଥାଆନ୍ତି। ଜଣେ ଏହାକୁ କ୍ଲିକ କରିବା କ୍ଷଣି ସେମାନଙ୍କ ଜାଲରେ ଫସି ଯାଆନ୍ତି। ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ସନ୍ଦିଗ୍ଧ ଲିଙ୍କ୍‌ ଉପରେ ଆଦୌ କ୍ଲିକ ମଧ୍ୟ କରନ୍ତି ନାହିଁ। ଲିଙ୍କରେ କ୍ଲିକ କଲେ ଫୋନ ହ୍ୟାକ ହେବାର ଆଶଙ୍କାରେ ସେମାନେ ଲିଙ୍କକୁ ଡିଲିଟ କରି ଦିଅନ୍ତି।

Advertisment

ହେଲେ ଏବେ ସମସ୍ତଙ୍କ ଚିନ୍ତା ବଢ଼ିବା ଭଳି ଖବର ଆସିଛି। ବିନା ଲିଙ୍କ କ୍ଲିକରେ ମଧ୍ୟ ଆପଣଙ୍କ ଫୋନ ହ୍ୟାକ ହୋଇଯିବାର ଆଶଙ୍କା ରହିଛି। ଏଭଳି କିଛି ତଥ୍ୟ ହ୍ୱାଟସଆପ ପକ୍ଷରୁ ଦିଆଯାଇଛି। 

ସ୍ପାଏୱେୟାର ଜରିଆରେ ହ୍ୟାକର୍ସ ଏବେ ୨୪ଟି ଦେଶର ପ୍ରାୟ ୯୦ ଜଣଙ୍କୁ ଟାର୍ଗେଟ କରିଛି। ଏମାନଙ୍କ ମଧ୍ୟରେ ସାମ୍ବାଦିକ ଓ ସାମାଜିକ କର୍ମୀ ବି ରହିଛନ୍ତି। ସମସ୍ତଙ୍କୁ ଇସ୍ରାଏଲ ଭିତ୍ତିକ କମ୍ପାନୀ ପାରାଗନ ସଲ୍ୟୁସନ ମାଲିକାନାରେ ଥିବା ଗୋଟିଏ ହ୍ୟାକିଙ୍ଗ ଟୁଲ ମାଧ୍ୟମରେ ଟାର୍ଗେଟ କରାଯାଇଛି। ଏହି କମ୍ପାନୀ ହ୍ୟାକିଙ୍ଗ ସଫ୍ଟୱେୟାର କ୍ଷେତ୍ରରେ ବେଶ ପାରଙ୍ଗମ।

Advertisment

ପାରାଗନ ସ୍ପାଏୱେୟାର ସାଧାରଣତଃ ସରକାରୀ କ୍ଲାଏଣ୍ଟମାନଙ୍କୁ ବିକ୍ରି କରାଯାଏ। ଅପରାଧ ଓ ଜାତୀୟ ସୁରକ୍ଷା ପାଇଁ ସେମାନେ ଏହାକୁ ବ୍ୟବହାର କରିବାର ଅଧିକାରୀ ପାଇଛନ୍ତି। ହେଲେ ଏହାକୁ ଏବେ ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କରି ବ୍ୟବହାର କରାଯାଉଛି। ୯୦ ଜଣଙ୍କ ଫୋନକୁ ହ୍ୟାକ କରାଯିବା ପାଇଁ ଏହା ବ୍ୟବହାର ହୋଇଥିଲା ବୋଲି ହ୍ୱାଟସଆପ କହିଛି।

ଜିରୋ କ୍ଲିକ ହ୍ୟାକ

ସବୁଠାରୁ ଚିନ୍ତାର ବିଷୟ ହେଲା ଯେ ପାରାଗନ ସ୍ପାଏୱେୟାର ହେଉଛି ଜିରୋ କ୍ଲିକ ହ୍ୟାକ। ଏହାର ଅର୍ଥ ପୀଡ଼ିତ/ପୀଡ଼ିତାଙ୍କୁ ଜାଲରେ ପଡ଼ିବା ପାଇଁ କୌଣସି ପ୍ରକାରର ସନ୍ଦିଗ୍ଧ ଲିଙ୍କରେ କ୍ଲିକ କରିବାକୁ ପଡ଼ିବ ନାହିଁ। କେବଳ ସେମାନଙ୍କ ଫୋନରେ ଏହି ଲିଙ୍କ ପହଞ୍ଚିବା ଦରକାର। ବିଶେଷଜ୍ଞମାନେ କହିଛନ୍ତି ଯେ ଜିରୋ କ୍ଲିକ ଦ୍ୱାରା ହ୍ୟାକର୍ସ ନିଜ ଟାର୍ଗେଟର ମୋବାଇଲ କିମ୍ବା ଯେକୌଣସି ବୈଦ୍ୟୁତିକ ଡିଭାଇସକୁ ପ୍ରତିପକ୍ଷର ବିନା ହରକତରେ ହ୍ୟାକ କରିବାକୁ ଅନୁମତି ପାଇବେ। ଏପରି ଜିରୋ କ୍ଲିକ ସ୍ପାଏୱେୟାର ବେଶ ଚିନ୍ତାଜନକ। ବ୍ୟବହାରକାରୀଙ୍କ ବିନା ଜାଣତରେ ସେମାନଙ୍କ ମୋବାଇଲକୁ ଆଉ ଜଣେ ହ୍ୟାକ କରିପାରି ପାରିବ।

ହ୍ୟାକର୍ସଙ୍କ ଟାର୍ଗେଟରେ ସାମ୍ବାଦିକ ଓ ସାମାଜିକ କର୍ମୀ

ହ୍ୱାଟସଆପ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ କେଉଁମାନଙ୍କୁ ଟାର୍ଗେଟ କରାଯାଇଥିଲା, ସେକଥା କୁହାଯାଇନି। କିନ୍ତୁ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ହ୍ୟାକର୍ସ ୟୁରୋପ ସମେତ ୨୪ରୁ ଅଧିକ ଦେଶର ଲୋକଙ୍କୁ ଟାର୍ଗେଟ କରିଛନ୍ତି। ବିଶେଷ କରି ସେମାନଙ୍କ ଟାର୍ଗେଟରେ ସାମ୍ବାଦିକ ଓ ସାମାଜିକ କର୍ମୀ ରହିଛନ୍ତି।

ଜଣେ ଅଧିକାରୀ କହିଛନ୍ତି, ହ୍ୱାଟସଆପ ପକ୍ଷରୁ ହ୍ୟାକିଙ୍ଗ ଉଦ୍ୟମକୁ ବିଫଳ କରି ଦିଆଯାଇଛି। ହେଲେ ହ୍ୟାକ ପଛରେ କେମିତି ପାରାଗନ ରହିଥିଲା ବୋଲି ସଂସ୍ଥା ଜାଣିଲା, ସେକଥା କହିନି। ତଦନ୍ତକାରୀ ସଂସ୍ଥା ଓ ଇଣ୍ଡଷ୍ଟ୍ରୀ ପାର୍ଟନରଙ୍କୁ ଏବିଷୟରେ ଅବଗତ କରାଯାଇ ସାରିଛି। ହେଲେ ସଂସ୍ଥା ପକ୍ଷରୁ ବିସ୍ତୃତ ତଥ୍ୟ ଦିଅଯାଇନି।

ପେଗାସସକୁ ନେଇ ବିବାଦ ହୋଇଥିଲା

ଏବେ ପାରାଗନ ସ୍ପାଇୱେୟାରକୁ ନେଥଇ ବିବାଦ ଦେଖାଯାଇଥିବା ବେଳେ ଏହାପୂର୍ବରୁ ଆସିଥିଲା ପେଗାସସ। ଇସ୍ରାଏଲ୍‌ ସଂସ୍ଥା ଏନଏସଓର ସ୍ପାଇୱେୟାର ପେଗାସସ୍‌କୁ ଗୁଇନ୍ଦାଗିରି କରିବାକୁ ବ୍ୟବହାର କରାଯାଉଥିବା କୁହାଯାଇଥିଲା। ପାରାଗନ ଭଳି ଇସ୍ରାଏଲର ଏନଏସଓ ସଂସ୍ଥା କେବଳ ବିଭିନ୍ନ ସରକାରଙ୍କୁ ହିଁ  ପେଗାସସ୍‌କୁ ସ୍ପାଇୱେୟାର ବିକ୍ରି କରିଥାଏ। ଭାରତରେ ମଧ୍ୟ ଏହାର ବ୍ୟବହାର ହୋଇଥିବା ଅଭିଯୋଗ ହୋଇଥିଲା। 

ସେତେବେଳର ରିପୋର୍ଟ ଅନୁସାରେ ଭାରତର ଦୁଇ ଜଣ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ, ତିନି ଜଣ ବିରୋଧୀ ନେତା, ଜଣେ ସାମ୍ବିଧାନିକ କର୍ତ୍ତୃପକ୍ଷ, କେତେକ ବଛା ବଛା ସରକାରୀ ଅଫିସର, ବୈଜ୍ଞାନିକ, ୪୦ ଜଣ ସାମ୍ବାଦିକଙ୍କ ବିରୋଧରେ ପେଗାସସ୍‌ ଜରିଆରେ ଗୁଇନ୍ଦାଗିରି କରାଯାଇଥିଲା। ଏମାନଙ୍କ ବ୍ୟତିତ ସରକାରଙ୍କ ଗୁପ୍ତ ନଜରରେ କିଛି ଜଣ ସାମାଜିକ କର୍ମୀ, ଆଇନଜୀବୀ ଓ ସୁପ୍ରିମ କୋର୍ଟ ବିଚାରପତି ରହିଥିବା କୁହାଯାଇଥିଲା।

ଏହି ବ୍ୟକ୍ତିମାନଙ୍କ ଫୋନ୍‌ ତଥ୍ୟ ଖୋଳିତାଡ଼ି ବାହାର କରିବାର କୌଶଳ ହେଉଛି ପେଗାସସ୍‌। ଏହା ଏମିତି ଏକ ସ୍ପାଇୱେୟାର ଯେ ଏହା ଲୋକମାନଙ୍କର ଫୋନ୍‌ ନମ୍ବର ପାଇଗଲେ ତା’ ଭିତରେ ଥିବା ସମସ୍ତ ତଥ୍ୟ ଚୋରେଇ ନେଇପାରିବ। ଫୋନ୍‌ରେ ହେଉଥିବା କଥାବାର୍ତ୍ତା, ହ୍ୱାଟ୍‌ସଆପ୍‌ ଚ୍ୟାଟ୍‌, ଫେସ୍‌ବୁକ୍‌ ଅପଡେଟ୍‌ ଆଦି ବହୁ ତଥ୍ୟ ଫୋନ୍‌ ବ୍ୟବହାରକାରୀଙ୍କ ଅଜ୍ଞାତସାରରେ ପେଗାସସ୍‌ ସ୍ପାଇୱୟାର୍‌ ଚୋରି କରି ଏହାର କ୍ରେତାଙ୍କୁ ଜଣେଇଦେବ। ଏହିପରି ଭାବେ ପେଗାସସ୍‌ ବିଶ୍ୱର ବହୁ ଲୋକଙ୍କର ଫୋନ୍‌ ତଥ୍ୟ ହାସଲ କରିଥିବା ଆମ୍‌ନେଷ୍ଟି ଇଣ୍ଟରନେସନାଲ ଓ ଫରବିଡିନ୍‌ ଷ୍ଟୋରିଜ୍‌ ଦାବି କରିଥିଲା।

ବିଶ୍ୱର ସହସ୍ରାଧିକ ଫୋନ୍‌ ନମ୍ବର ଉପରେ ପେଗାସସ୍‌ କାର୍ଯ୍ୟ କରୁଛି। ସେଥିରୁ କେଉଁ କେଉଁ ଫୋନ୍‌ର ତଥ୍ୟ ପେଗାସସ୍‌ ଚୋରେଇ ନେଇଛି ବା ହ୍ୟାକ୍‌ କରିଛି ତାହା ଜାଣିବାକୁ ହେଲେ ସେସବୁ ଫୋନ୍‌ ଓ ପେଗାସସ୍‌ ତଥ୍ୟର ଡିଜିଟାଲ୍‌ ଫୋରେନ୍ସିକ ଯାଞ୍ଚ ଦରକାର। ତେବେ ତଦନ୍ତ ସମୟରେ ଏଭଳି ୩୭ ଫୋନ୍‌ ହ୍ୟାକ୍‌ ହୋଇଥିବା ଜଣାପଡ଼ିଛି। ଏହି ଫୋନ୍‌ ମଧ୍ୟରେ ଭାରତର ୯ଟି ଆଇଫୋନ୍‌ ଓ ଗୋଟିଏ ଆଣ୍ଡ୍ରଏଡ୍‌ ଫୋନ୍‌ ରହିଛି।

ପେଗାସସ୍‌ ପ୍ରକଳ୍ପର ଅନୁସନ୍ଧାନରୁ ମିଳିଥିବା ତଥ୍ୟ ଅନୁସାରେ ପୃଥିବୀର କେଇ ହଜାର ଫୋନ୍‌ ନମ୍ବର ସହ ପେଗାସସ୍‌ ସ୍ପାଇୱେୟାର ସଂଯୁକ୍ତ ହୋଇଛି। ମେକ୍ସିକୋର ୧୫୦୦୦ ହଜାର ଫୋନ୍‌ ବିରୋଧରେ ପେଗାସସ୍‌ ଗୁଇନ୍ଦାଗିରି ଚଳେଇଛି। ଭାରତ, ପାକିସ୍ତାନ, ଫ୍ରାନ୍ସ, ବାହାରିନ୍‌, ସାଉଦି ଆରବ, ଆରବ ଅମିରାତ, ହଙ୍ଗେରି ଆଦି ବହୁ ଦେଶର ଫୋନ୍‌ ନମ୍ବର ପେଗାସସ୍‌ ତାଲିକାରେ ରହିଥିଲା।

Israel Spy