Advertisment

ହୀରାକୁଦ ଡ୍ୟାମରେ ୨ କର୍ମଚାରୀ ନିଖୋଜ

ସମ୍ବଲପୁର(ଓଡ଼ିଶା ରିପୋର୍ଟର):ସମ୍ବଲପୁର ହୀରାକୁଦ ଡ୍ୟାମରେ ବୁଡ଼ି ୨ ନିଖୋଜ। ଏହି ଦୁଇ ଜଣ ଏମ୍ସିଏଲ୍‌ର କର୍ମଚାରୀ ବୋଲି ସୂଚନା ମିଳିଛି। ଅନ୍ୟଜଣେ ଏମ୍‌ସିଏଲ୍‌ କର୍ମଚାରୀ ବୁଡ଼ି ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇଛନ୍ତି। ଆଜି ତିନିହେଁ ଅପରାହ୍ନ ପ୍ରାୟ ୫ଟା ବେଳେ ବୁର୍ଲା ଝାଙ୍କରାଣୀ ମନ୍ଦିର ନିକଟକୁ ଗାଧୋଇବାକୁ ଯାଇଥିଲେ। ନିଖୋଜ ବ୍ୟକ୍ତିମାନେ ହେଲେ ଏମ୍‌ସିଏଲ୍‌ର ମାଇନିଂ ମ୍ୟାନେଜର ମହେଶ ଛିଟୁରୀ ଓ ଏକ୍ସାଭେସନ ମ୍ୟାନେଜର ଅଭିଶେକ କୁମାର। ଉଦ୍ଧାର ବ୍ୟକ୍ତି ଜଣକ ଭିନେଶ […]

author-image
Niranjan Mishra
ଅଦ୍ୟତନ ହୋଇଛି
ହୀରାକୁଦ ଡ୍ୟାମରେ ୨ କର୍ମଚାରୀ ନିଖୋଜ

missing

ସମ୍ବଲପୁର(ଓଡ଼ିଶା ରିପୋର୍ଟର):ସମ୍ବଲପୁର ହୀରାକୁଦ ଡ୍ୟାମରେ ବୁଡ଼ି ୨ ନିଖୋଜ। ଏହି ଦୁଇ ଜଣ ଏମ୍ସିଏଲ୍‌ର କର୍ମଚାରୀ ବୋଲି ସୂଚନା ମିଳିଛି। ଅନ୍ୟଜଣେ ଏମ୍‌ସିଏଲ୍‌ କର୍ମଚାରୀ ବୁଡ଼ି ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇଛନ୍ତି। ଆଜି ତିନିହେଁ ଅପରାହ୍ନ ପ୍ରାୟ ୫ଟା ବେଳେ ବୁର୍ଲା ଝାଙ୍କରାଣୀ ମନ୍ଦିର ନିକଟକୁ ଗାଧୋଇବାକୁ ଯାଇଥିଲେ। ନିଖୋଜ ବ୍ୟକ୍ତିମାନେ ହେଲେ ଏମ୍‌ସିଏଲ୍‌ର ମାଇନିଂ ମ୍ୟାନେଜର ମହେଶ ଛିଟୁରୀ ଓ ଏକ୍ସାଭେସନ ମ୍ୟାନେଜର ଅଭିଶେକ କୁମାର। ଉଦ୍ଧାର ବ୍ୟକ୍ତି ଜଣକ ଭିନେଶ ରାୟ।

Advertisment

ଏଠାରେ ଭୋଜି କରି ଖାଇ ସାରିବା ପରେ ସମସ୍ତେ ପାଣିକୁ ଗାଧୋଇବାକୁ ଯାଇଥିଲେ। ବଢ଼ି ପାଣିରେ ଜଣେ ଭାସି ଯିବା ପରେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇଜଣ ମଧ୍ୟ ଭାସି ଯାଇଥିଲେ। ପାଣିରେ ବୁଡ଼ି ଯାଉଥିବା ଦେଖି ସ୍ଥାନୀୟ କିଛି ଲୋକ ଏକ ଡଙ୍ଗା ଦ୍ୱାରା ଜଣଙ୍କୁ ଉଦ୍ଧାର କରିଥିଲେ। ହେଲେ ଅନ୍ୟ ଦୁଇଜଣ ଗଭୀର ପାଣି ଭିତରେ ନିଖୋଜ ହୋଇଯାଇଥିଲେ।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଉଭୟଙ୍କୁ ଖୋଜାଖୋଜିରେ ଲାଗିଥିଲା ଅଗ୍ନିଶମ ବାହିନୀ। ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କିପରି ଘଟଣା ଘଟିଲା ସେ ନେଇ ତଦନ୍ତ କରିଥିଲା। ତେବେ ବିଳମ୍ବିତ ରାତି ହେବାରୁ ପାଣି ଭିତରେ ଖୋଜିବା ଅଭିଯାନ ବନ୍ଦ କରାଯାଇଛି। ଆସନ୍ତାକାଲି ପୁଣି ଖୋଜାଖୋଜି କରାଯିବ। ସେପଟେ ପୁଲିସ ପକ୍ଷରୁ ଡକରା ପାଇ ଗୋଟିଏ ଟିମ୍ ଓଡ୍ରାଫ୍ ଟିମ୍ ପହଞ୍ଚିଛି। ସେମାନେ କାଲି ଖୋଜିବା କାର୍ଯ୍ୟରେ ନିୟୋଜିତ ହେବେ ବୋଲି ବୁର୍ଲା ଥାନା ଅଧିକାରୀ କମଳ କାନ୍ତ ପଣ୍ଡା କହିଛନ୍ତି।

Advertisment

ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ନିଖୋଜ ହୋଇଥିବା ସ୍ଥାନର ୨୦୦ ମିଟର ପରିଧିରେ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଛି। ହେଲେ ସେମାନଙ୍କ ସନ୍ଧାନ ମିଳିପାରିନି। ପାଣି ଗୋଳିଆ ଥିବାରୁ ନିଖୋଜଙ୍କ ସନ୍ଧାନ କରିବା କଷ୍ଟକର ହେଉଥିବା ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି।