Advertisment

୨୦୨୦ ସୁଦ୍ଧା ରାଜ୍ୟରୁ ହଟିବ ଜଗୁଆଳିବିହୀନ ଲେଭଲ କ୍ରସିଂ

ଭୁବନେଶ୍ୱର: ୨୦୨୦ ମସିହା ସୁଦ୍ଧା ରାଜ୍ୟରୁ ଜଗୁଆଳି ବିହୀନ ଲେଭଲ କ୍ରସିଂ ହଟିବ। ଏହା ସ୍ଥାନରେ ସବ୍‌ୱେ, ରୋଡ ଅଣ୍ଡର ବ୍ରିଜ ଓ ରୋଡ ଓଭର ବ୍ରିଜ ନିର୍ମାଣ କରାଯିବ। କିଛି ସ୍ଥାନରେ ଗେଟ୍‌ ମିତ୍ର ନିଯୁକ୍ତ କରାଯିବ। ଆନ୍ତର୍ଜାତୀୟ ଲେଭଲ କ୍ରସିଂ ସପ୍ତାହ ପାଳନ ଅବସରରେ ଏହି ସୂଚନା ଦେଇଛି ପୂର୍ବତଟ ରେଳବାଇ। ଜଗୁଆଳି ବିହୀନ ଲେଭଲ କ୍ରସିଂରେ ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ […]

author-image
Rakesh Mallick
୨୦୨୦ ସୁଦ୍ଧା ରାଜ୍ୟରୁ ହଟିବ ଜଗୁଆଳିବିହୀନ ଲେଭଲ କ୍ରସିଂ

level-crossing

ଭୁବନେଶ୍ୱର: ୨୦୨୦ ମସିହା ସୁଦ୍ଧା ରାଜ୍ୟରୁ ଜଗୁଆଳି ବିହୀନ ଲେଭଲ କ୍ରସିଂ ହଟିବ। ଏହା ସ୍ଥାନରେ ସବ୍‌ୱେ, ରୋଡ ଅଣ୍ଡର ବ୍ରିଜ ଓ ରୋଡ ଓଭର ବ୍ରିଜ ନିର୍ମାଣ କରାଯିବ। କିଛି ସ୍ଥାନରେ ଗେଟ୍‌ ମିତ୍ର ନିଯୁକ୍ତ କରାଯିବ। ଆନ୍ତର୍ଜାତୀୟ ଲେଭଲ କ୍ରସିଂ ସପ୍ତାହ ପାଳନ ଅବସରରେ ଏହି ସୂଚନା ଦେଇଛି ପୂର୍ବତଟ ରେଳବାଇ।

Advertisment

ଜଗୁଆଳି ବିହୀନ ଲେଭଲ କ୍ରସିଂରେ ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି। ସମ୍ବଲପୁର ଡିଭିଜନରେ ସବୁଠାରୁ ଅଧିକ ଦୁର୍ଘଟଣା ଘଟିଛି। ଏହି ଡିଭିଜନରେ ୫ ବର୍ଷ ମଧ୍ୟରେ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି।