ପଦ୍ମପୁର ଉପନିର୍ବାଚନ ପାଇଁ ସରିଲା ପ୍ରଚାର, ବୁଥ୍‌ ମୁହାଁ ପୋଲିଂ ପାର୍ଟି

ପଦ୍ମପୁର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ସରିଲା ପ୍ରଚାର। ବୁଥ୍‌ ମୁହାଁ ପୋଲିଂ ପାର୍ଟି। ପଦ୍ମପୁରରେ ୫ ତାରିଖ ଦିନ ପଡିବ ଭୋଟ୍‌।ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏଁ ଚାଲିବ। ଭୋଟିଂ ଲାଗି ମୋଟ ୩୧୯ଟି ବୁଥ୍‌ କରାଯାଇଛି। ୬ଟି ପିଙ୍କ ବୁଥ୍‌ ହୋଇଥିବା ବେଳେ ୧୫ଟି ମଡେଲ୍‌ ବୁଥ୍‌ କରାଯାଇଛି। ୭୪ ବୁଥ୍‌ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଓ ୭୮ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି। ଭୋଟ ପାଇଁ ୯ […]

Padampur

  • Published: Saturday, 03 December 2022
  • , Updated: 03 December 2022, 10:15 PM IST

ପଦ୍ମପୁର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ପାଇଁ ସରିଲା ପ୍ରଚାର। ବୁଥ୍‌ ମୁହାଁ ପୋଲିଂ ପାର୍ଟି। ପଦ୍ମପୁରରେ ୫ ତାରିଖ ଦିନ ପଡିବ ଭୋଟ୍‌।ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏଁ ଚାଲିବ। ଭୋଟିଂ ଲାଗି ମୋଟ ୩୧୯ଟି ବୁଥ୍‌ କରାଯାଇଛି। ୬ଟି ପିଙ୍କ ବୁଥ୍‌ ହୋଇଥିବା ବେଳେ ୧୫ଟି ମଡେଲ୍‌ ବୁଥ୍‌ କରାଯାଇଛି। ୭୪ ବୁଥ୍‌ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଓ ୭୮ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି।

ଭୋଟ ପାଇଁ ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ସମେତ ମୋଟ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ୫୦ ପ୍ରତିଶତ ବୁଥରେ ହେବ ୱେବ୍‌କାଷ୍ଟିଂ। ପଦ୍ମପୁରରେ ମୋଟ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ରହିିଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୨୯ ହଜାର ୪୯୭। ସେହିପରି ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୭ ହଜାର ୫୬୫ ରହିଛି। ନିର୍ବାଚନ କମିଶନଙ୍କ ଗାଇଡ୍‌ ଲାଇନ୍‌ ଅନୁଯାୟୀ ନିର୍ବାଚନମଣ୍ଡଳୀ ବାହାରର ଲୋକେ ତୁରନ୍ତ ପଦ୍ମପୁର ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ଭୋଟିଂ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଏସ୍‌ପି କହିଛନ୍ତି।

Related story