Advertisment

ଅଟୋକୁ ଧକ୍କା ଦେଲା ଟ୍ରକ୍‌: ୫ ମୃତ

କାମାକ୍ଷାନଗର (ବିଦ୍ୟାଧର ବରାଳ): ଭୋର୍‌ରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା। ଚାଲିଗଲା ୫ ଜଣଙ୍କ ଜୀବନ। ଏହି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ପଥରଖମ୍ବ ଛକ ନିକଟରେ। ଆଜି ଭୋର ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ କାମାକ୍ଷାନଗର ଥାନା ବାଙ୍ଗୁରା ଗାଁର। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ମୃତକମାନେ ହେଉଛନ୍ତି, ଅନନ୍ତ ସାମଲ, ପ୍ରହ୍ଲାଦ ସାମଲ, ଆଦିକନ୍ଧ ସାମଲ, ଅଙ୍କୁର ସାମଲ ଓ ତାଙ୍କ ୧୩ ବର୍ଷର ପୁଅ ଦିବ୍ୟରଞ୍ଜନ […]

ଅଦ୍ୟତନ ହୋଇଛି
ଅଟୋକୁ ଧକ୍କା ଦେଲା ଟ୍ରକ୍‌: ୫ ମୃତ

Accident

Advertisment

କାମାକ୍ଷାନଗର (ବିଦ୍ୟାଧର ବରାଳ): ଭୋର୍‌ରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା। ଚାଲିଗଲା ୫ ଜଣଙ୍କ ଜୀବନ। ଏହି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ପଥରଖମ୍ବ ଛକ ନିକଟରେ।

Advertisment

ଆଜି ଭୋର ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ କାମାକ୍ଷାନଗର ଥାନା ବାଙ୍ଗୁରା ଗାଁର। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି।

ମୃତକମାନେ ହେଉଛନ୍ତି, ଅନନ୍ତ ସାମଲ, ପ୍ରହ୍ଲାଦ ସାମଲ, ଆଦିକନ୍ଧ ସାମଲ, ଅଙ୍କୁର ସାମଲ ଓ ତାଙ୍କ ୧୩ ବର୍ଷର ପୁଅ ଦିବ୍ୟରଞ୍ଜନ ସାମଲ।

Advertisment

ଟୋଲ (ମହୁଲ ଫଳ) ପେଡ଼ିବା ପାଇଁ ଆଜି ଏମାନେ ସମସ୍ତେ ଅଟୋ ଯୋଗେ ୫୩ ନମ୍ବର ଜାତୀୟ ରାଜପଥରେ ମୁକ୍ତାପଶି ଅଭିମୁଖେ ଯାଉଥିବା ବେଳେ ପଥରଖମ୍ବ ଛକ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଟ୍ରକ୍‌ ଧକ୍କାରେ ଅଟୋଟି ପୂରା ଚୂରମାର ହୋଇଯାଇଛି।

ଅଟୋରେ ୫ ଜଣ ଥିବା ବେଳେ ସମସ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଭଙ୍ଗାରୁଜା କରିଥିଲେ। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

କେମିତି ଏ ଦୁର୍ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇ ନଥିବା ବେଳେ ପୁଲିସ୍ ସେ ଦିଗରେ ଅନୁସନ୍ଧାନ କରୁଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe