ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୭ଟି ନକଲି ଫାର୍ମ କରି ବର୍ଷ ବର୍ଷ ଧରି ଜିଏସଟି ଠକେଇ କରି ଆସୁଥିଲେ। ଏଥି ନିମନ୍ତେ ରିକ୍ସା ଚାଳକ, ଛାତ୍ର ଆଦି ନିରୀହ ଲୋକଙ୍କୁ ଟାର୍ଗେଟ କରୁଥିଲେ। ଏପରି କରି ପ୍ରାୟ ୧୦ କୋଟି ଟଙ୍କାର ଜିଏସଟି ଠକେଇ କରିଥିବା ଜଣେ ଆଇରନ୍ ସ୍କ୍ରାପ୍ ବ୍ୟବସାୟୀ ଶେଷରେ ବନ୍ଧା ହୋଇଛନ୍ତି। ଗିରଫ ବ୍ୟବସାୟୀଜଣକ ହେଉଛନ୍ତି ସ୍ମୃତିରଞ୍ଜନ ସାହୁ ।
ଭୁବନେଶ୍ୱର ବାପୁଜିନଗରସ୍ଥିତ ଘରୁ ଜିଏସଟି ଅଧିକାରୀ ପୁଲିସ୍ ସହାୟତାରେ ତାଙ୍କୁ ଗିରଫ କରିଛନ୍ତି । ବାର୍ଷିକ ଟର୍ଣ୍ଣ ଓଭର ୪୦ କୋଟି ବୋଲି ଦର୍ଶାଇ ବର୍ଷ ବର୍ଷ ଧରି ସେ ଜିଏସ୍ଟି ଫାଙ୍କୁଥିବା ଅଧିକାରୀ ସୂଚନା ଦେଇଛନ୍ତି । ବିଭିନ୍ନ ଆଡ଼ୁ ମିଳିଥିବା ତଥ୍ୟ ଆଧାରରେ ପୁଲିସ୍ ଓ ଜିଏସ୍ଟି ଅଧିକାରୀ ତାଙ୍କ ଘର ଉପରେ ଚଢ଼ାଉ କରିଥିଲେ। ଏହାପରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ପରେ ସ୍ମୃତିରଞ୍ଜନଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Weather
ଆଉ ଏକ ଲଘୁଚାପ: ଜାଣନ୍ତୁ, କେଉଁଠି ପ୍ରବଳ ଓ କେଉଁଠି ପ୍ରବଳରୁ ଅତିପ୍ରବଳ ବର୍ଷିପାରେ
୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ବଜ୍ରପାତ ସହିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି।

Crime
କେମିତି ଅଛି ଆତ୍ମାହୁତି ଉଦ୍ୟମ କରିଥିବା ଛାତ୍ରୀଙ୍କ ଅବସ୍ଥା; ସରକାରଙ୍କୁ ଘେରିଲେ ବିରୋଧୀ. କ’ଣ କହିଲେ ମୁଖ୍ୟମନ୍ତ୍ରୀ
ପୀଡ଼ିତାଙ୍କ ଚିକିତ୍ସା ପାଇଁ AIIMS ପକ୍ଷରୁ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ୮ ଜଣ ଅଭିଜ୍ଞ ଡାକ୍ତରଙ୍କୁ ନେଇ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଏହି କମିଟି ପୀଡ଼ିତାଙ୍କ ଚିକିତ୍ସା ତଦାରଖ କରିବ।

Politics
ଅର୍ଚ୍ଚନାଙ୍କ ବିସ୍ଫୋରକ ବୟାନ: ବବି-ମାନସ ଓ ୪ ପୁଲିସ ଅଫିସର ଷଡ଼ଯନ୍ତ୍ର କରି ତାଙ୍କୁ ଜେଲ୍ ପଠାଇଥିଲେ
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଚ୍ଚନା କହିଛନ୍ତି ଯେ, ବିଜେଡି ଶାସନକାଳରେ ତାଙ୍କୁ ମିଛ କେସରେ ଫସାଇ ଗିରଫ କରାଯିବା ପଛରେ ବିଜେଡିର ସାଂଗଠନିକ ସଂପାଦକ ବବି ଦାସଙ୍କ ସମେତ ବିଜେଡି ନେତା ଅମରେଶ ଜେନା, ମାନସ ମଙ୍ଗରାଜ ଏବଂ ତତ୍କାଳୀନ ପୁଲିସ ଡିସିପି ପ୍ରତୀକ ସିଂ, ଏସିପି ପ୍ରକାଶ ପାଲ, ହିଂମାଂଶୁ ସ୍ୱାଇଁ ଓ ଅନୁପ କାନୁନଗୋଙ୍କ ସମ୍ପୃକ୍ତି ରହିଛି ।
Politics
୨୦ଦିନ ପରେ ଓଡ଼ିଶା ଫେରିଲେ ନବୀନ: ବିଜେଡିର ଭବ୍ୟ ସ୍ୱାଗତ, ପାଣ୍ଡିଆନ ବି ଦେଖାଦେଲେ
ନବୀନଙ୍କ ଆଗମନ ସମୟରେ ବିମାନବନ୍ଦରରେ ବିଜେଡି କର୍ମୀ ଓ ସମର୍ଥକଙ୍କ ଭିଡ଼ ଜମିଥିଲା । ସମର୍ଥକମାନେ ବିଜେଡିର ପତାକା, ବ୍ୟାନର ଓ ପ୍ଲାକାର୍ଡ ଧରି ତାଙ୍କୁ ସ୍ୱାଗତ କରିଥିଲେ ।

Crime
ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ: ଗିରଫ ହେଲେ ଆସିଷ୍ଟାଣ୍ଟ ପ୍ରଫେସର, ଆସିଛି ସାଂଘାତିକ ଅଭିଯୋଗ
‘ମୁଁ ମାନସିକ ଚାପଗ୍ରସ୍ତ ହୋଇ ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା ଉଦ୍ୟମ କରିଥିଲି। ଯଦି ଘଟଣାର ତର୍ଜମା/ତଦନ୍ତ କଲେଜ କର୍ତ୍ତୃପକ୍ଷ ନ କରିବେ ଓ ମୋତେ ନ୍ୟାୟ ନ ଦେବେ, ତା’ହେଲେ ମୁଁ ଆତ୍ମହତ୍ୟା କରିବି। ଆଉ ଏସବୁ ପାଇଁ ଏଚ୍ଓଡି ସମୀର ସାର ଓ କଲେଜ କର୍ତ୍ତୃପକ୍ଷ ଦାୟୀ ରହିବେ।’