Mohana
ମୋହନା(ମିହିର ଜତି): ଅବକାରୀ ବିଭାଗ ଓ ପୁଲିସ୍ ଚଢ଼ଉ କରିବାକୁ ଯାଇଥିଲେ। ହେଲେ ଗେଟ୍ ଖୋଲିଲେ ନାହିଁ। ପନିକି ଧରି ଧମକାଇଲେ ମହିଳା। ଆଉ କହିଲେ, ଗେଟ୍ ଭାଙ୍ଗିଲେ ଆତ୍ମହତ୍ୟା କରିଦେବି। ଶେଷରେ ଖାଲି ହାତରେ ଫେରିଲା ଅବକାରୀ ବିଭାଗ ଓ ପୁଲିସ୍। ଏପରି ଖବର ଆସିଛି ଗଜପତି ଜିଲ୍ଲାରୁ।
ମୋହନା ଥାନା ଅନ୍ତର୍ଗତ ଲବାରସିଂ ଗାଁରେ ମଦ କାରବାର ହେଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ଆଜି ଅବକାରୀ, ପୁଲିସ ଓ ୧୩ ଜଣ ଏପିଆର୍ ଫୋର୍ସ ମିଳିତ ଭାବେ ଭାନୁମତି ଶବରଙ୍କ ଘରେ ଚଢଉ କରିଥିଲେ। ଚଢ଼ଉ ବେଳେ ଭାନୁମତି ସହଯୋଗ କରିଲେନି। ଜମାରୁ ଘରର ଗ୍ରୀଲ୍ ଗେଟ ଖୋଲିଲେନି। ପରେ ଏକ ଧାରୁଆ ପନିକି ଧରି ପୁଲିସ ଓ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ କରିବା ପାଇଁ ଧମକ ଚମକ ଦେବା ସହିତ ଘରେ ପଶିଲେ ଅତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। ହାତରେ ଧରିଥିବା ବିଷ ପିଇଦେବ ବୋଲି କହିଥିଲା। ଗେଟ୍ ବାହାରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅପେକ୍ଷା କଲା ପୁଲିସ୍ ଓ ଅବକାରୀ ବିଭାଗ।
ଶେଷରେ ଖାଲି ହାତରେ ଫେରିଲା ପୁଲିସ୍। ଅବକାରୀ ଇନ୍ସପେକ୍ଟର ପ୍ରକାଶ ଚନ୍ଦ୍ର ସାହୁଙ୍କ କହିବା ଅନୁସାରେ ମହଳା ଜଣକ ଘରେ ମଦ କାରବାର କରୁଥିଲା। ଖବର ପାଇଁ ଆମେ ଚଢ଼ଉ କରିବାକୁ ଯାଇଥିଲୁ। ହେଲେ ସେ ଆମକୁ ଘରେ ପଶିବାକୁ ଦେଲାନାହିଁ। ପନିକିରେ ଆକ୍ରମଣ କରିବାକୁ ଧମକ ଦେଲା। ଏପରି ବିଷ ପିଇ ଆତ୍ମହତ୍ୟା କରିଦେବ ବୋଲି କହିଥିଲା। ଅଭଦ୍ର ଭାଷାରେ ଗାଳି ଦେଇଥିଲା। ଯେଉଁଥିପାଇଁ ଆମେ ଫେରି ଆସିଲୁ। ପରେ ରାତି ଅଧିକା ଅଧିକ ପୁଲିସ କର୍ମଚାରୀ ନେଇ ଚଢ଼ଉ କରି ତାକୁ ଧରିବୁ ବୋଲି ଶ୍ରୀ ଦାସ କହିଛନ୍ତି। ଖୁବ୍ ଶୀଘ୍ର କୋର୍ଟରୁ ସର୍ଚ୍ଚ ଅର୍ଡର ଆଣି ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ଭାନୁମତିଙ୍କ ଘରେ ପୁଣି ଥରେ ଚଢ଼ଉ କରି ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଅବକାରୀ ଇନ୍ସପେକ୍ଟର ପ୍ରକାଶ ଚନ୍ଦ୍ର ସାହୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/09/Mohana-1.jpg)