Advertisment

ଆରମ୍ଭ ହେଲା ବାଘ ଗଣନା

ଭୁବନେଶ୍ୱର: ଶିମିଳିପାଳ, ହଦଗଡ, କୁଲଡିହା କରିଡରରେ ଗତକାଲିଠାରୁ ଆରମ୍ଭ ହୋଇଛି ବାଘ ଗଣନା। ଏହି ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ବନ ବିଭାଗର ୧୪ ଜଣ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀ। ଔପଦା ରେଞ୍ଜରଙ୍କ ତତ୍ୱାବଧାନରେ ଏହି ବାଘ ଗଣନା କରାଯାଉଛି। ୪ଟି ବିଟରେ ୨୦ଟି ସ୍ଥାନରେ ମାଟିଗୁଣ୍ଡ ବିଛାଇ ପଶୁ ମାନଙ୍କର ପାଦ ଚିହ୍ନକୁ ସଂଗ୍ରହ କରାଯାଉଛି। ସେହିପରି ମଣିଷଙ୍କର ପାଦଚଲା ରାସ୍ତା ଏବଂ ଜଳାଶୟ ନିକଟରେ ପାଦଚିହ୍ନ ପାଇଁ ମାଟି ପକାଯାଇ ବାଘ ଗଣନା କରାଯାଉଛି। […]

author-image
Rakesh Mallick
ଅଦ୍ୟତନ ହୋଇଛି
ଆରମ୍ଭ ହେଲା ବାଘ ଗଣନା

tiger counting in odisha

ଭୁବନେଶ୍ୱର: ଶିମିଳିପାଳ, ହଦଗଡ, କୁଲଡିହା କରିଡରରେ ଗତକାଲିଠାରୁ ଆରମ୍ଭ ହୋଇଛି ବାଘ ଗଣନା। ଏହି ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ବନ ବିଭାଗର ୧୪ ଜଣ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀ। ଔପଦା ରେଞ୍ଜରଙ୍କ ତତ୍ୱାବଧାନରେ ଏହି ବାଘ ଗଣନା କରାଯାଉଛି। ୪ଟି ବିଟରେ ୨୦ଟି ସ୍ଥାନରେ ମାଟିଗୁଣ୍ଡ ବିଛାଇ ପଶୁ ମାନଙ୍କର ପାଦ ଚିହ୍ନକୁ ସଂଗ୍ରହ କରାଯାଉଛି। ସେହିପରି ମଣିଷଙ୍କର ପାଦଚଲା ରାସ୍ତା ଏବଂ ଜଳାଶୟ ନିକଟରେ ପାଦଚିହ୍ନ ପାଇଁ ମାଟି ପକାଯାଇ ବାଘ ଗଣନା କରାଯାଉଛି। ପ୍ରତି ୬ ମାସରେ ଥରେ ଏହି କରିଡରରେ ଗଣନା କରାଯାଏ। ଏହି ଗଣନା କାର୍ଯ୍ୟ ସପ୍ତାହେ ବ୍ୟାପି ଚାଲିବ।

Advertisment