Advertisment

ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଇ ଫସିଗଲେ ଏବିଇଓ

ବଲାଙ୍ଗିର/କଣ୍ଟାବାଞ୍ଜି (ଘଟେଶ୍ୱର ମିଶ୍ର/ଅନ୍ତିମ ପାଣିଗ୍ରାହୀ): ଜଣେ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ଏବିଇଓ ଦେବରାଜ ଦାସ। ସୂଚନା ଅନୁଯାୟୀ, ୨୦୧୯ ମସିହାରେ ମେଡିକାଲ୍‌ ଛୁଟିରେ ଥିବା ଚାଉଲଫୁଫୁଡ଼ା ସ୍କୁଲର ଶିକ୍ଷକ ବଇଦ୍ରୁତ ସାହୁ ସ୍ୱାଧୀନତା ଦିବସରେ ଅନୁପସ୍ଥିତ ଥିବା ଯୋଗୁ ମୁରିବାହାଲର ତତ୍‌କାଳୀନ ବିଇଓ ତାଙ୍କୁ ନିଲମ୍ବନ କରିଥିଲେ। ଏହି ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଆଉ ତଦନ୍ତ ଅଧିକାରୀ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଇ ଫସିଗଲେ ଏବିଇଓ

Accused

ବଲାଙ୍ଗିର/କଣ୍ଟାବାଞ୍ଜି (ଘଟେଶ୍ୱର ମିଶ୍ର/ଅନ୍ତିମ ପାଣିଗ୍ରାହୀ): ଜଣେ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗିରଜିଲ୍ଲା ମୁରିବାହାଲ ବ୍ଲକର ଏବିଇଓ ଦେବରାଜ ଦାସ।

Advertisment

ସୂଚନା ଅନୁଯାୟୀ, ୨୦୧୯ ମସିହାରେ ମେଡିକାଲ୍‌ ଛୁଟିରେ ଥିବା ଚାଉଲଫୁଫୁଡ଼ା ସ୍କୁଲର ଶିକ୍ଷକ ବଇଦ୍ରୁତ ସାହୁ ସ୍ୱାଧୀନତା ଦିବସରେ ଅନୁପସ୍ଥିତ ଥିବା ଯୋଗୁ ମୁରିବାହାଲର ତତ୍‌କାଳୀନ ବିଇଓ ତାଙ୍କୁ ନିଲମ୍ବନ କରିଥିଲେ। ଏହି ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଆଉ ତଦନ୍ତ ଅଧିକାରୀ ଥିଲେ ଏବିଇଓ ଦେବରାଜ ଦାସ। ଘଟଣାର ତଦନ୍ତ ସରିଥିଲେ ବିଇଓଙ୍କୁ ଏବିଇଓ ରିପୋର୍ଟ ପ୍ରଦାନ କରି ନଥିଲେ। ବିଇଓଙ୍କ ନିକଟରେ ଶୀଘ୍ର ରିପୋର୍ଟ ଦାଖଲ କରିବାକୁ ଶିକ୍ଷକ ବଇଦ୍ରୁତ ସାହୁ ଏବିଇଓଙ୍କୁ ଅନୁରୋଧ କରିଥିଲେ। ଏହାପରେ ଏବିଇଓ ତାଙ୍କ ସପକ୍ଷରେ ରିପୋର୍ଟ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଶେଷରେ ୫ ହଜାର ଟଙ୍କାରେ ଡିଲ୍‌ ହୋଇଥିଲା।

ଶିକ୍ଷକ ଶ୍ରୀ ସାହୁ ଏନେଇ ବଲାଙ୍ଗିର ଭିଜିଲାନସ ବିଭାଗକୁ ଜଣାଇଥିଲେ। ଭିଜିଲାନସ ବିଭାଗ ତରଫରୁ ଶିକ୍ଷକଙ୍କୁ କେମିକାଲ ଲଗା ଟଙ୍କା ଦିଆଯାଇଥିଲା। ନିଜ ଅଫିସରେ ଶିକ୍ଷକଙ୍କ ଠାରୁ ଏବିଇଓ ସେହି ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବ ଯୋଜନା ମୁତାବକ ତାଙ୍କୁ ଧରିଥିଲେ ଭିଜିଲାନ୍ସ ଅଧିକାରୀ।

Advertisment

ଅନ୍ୟପକ୍ଷରେ ଏବିଇଓ ଦେବରାଜ ଦାସ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।

Vigilance Raid