Advertisment

ପ୍ରତି ବ୍ଲକ୍‌ରେ ପ୍ରତିଷ୍ଠା ହେବ ଆଦର୍ଶ ପଞ୍ଚାୟତ

ଭୁବନେଶ୍ୱର: ରାଜ୍ୟର ପ୍ରତି ବ୍ଲକ୍‌ରେ ପ୍ରତିଷ୍ଠା ହେବ ଆଦର୍ଶ ପଞ୍ଚାୟତ। ସହର ଭଳି ଗାଁରେ ସବୁ ପ୍ରକାର ସୁବିଧା ଉପଲବ୍ଧ କରାଇବା ଲକ୍ଷ୍ୟରେ ଆଦର୍ଶ ପଞ୍ଚାୟତ ପ୍ରତିଷ୍ଠା କରାଯିବ ବୋଲି ଆଜିଠାରୁ ଭୁବନେଶ୍ୱରଠାରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀରେ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଆଦର୍ଶ ପଞ୍ଚାୟତରେ କଂକ୍ରିଟ୍ ରାସ୍ତା, ପାନୀୟ ଜଳ, ପରିମଳ ଓ କଲ୍ୟାଣ ମଣ୍ଡପ ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ରହିବ। ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି,“ରାଜ୍ୟର ପ୍ରତି ବ୍ଲକ୍‌ରେ […]

author-image
Rakesh Mallick
ପ୍ରତି ବ୍ଲକ୍‌ରେ ପ୍ରତିଷ୍ଠା ହେବ ଆଦର୍ଶ ପଞ୍ଚାୟତ

arun sahu

ଭୁବନେଶ୍ୱର: ରାଜ୍ୟର ପ୍ରତି ବ୍ଲକ୍‌ରେ ପ୍ରତିଷ୍ଠା ହେବ ଆଦର୍ଶ ପଞ୍ଚାୟତ। ସହର ଭଳି ଗାଁରେ ସବୁ ପ୍ରକାର ସୁବିଧା ଉପଲବ୍ଧ କରାଇବା ଲକ୍ଷ୍ୟରେ ଆଦର୍ଶ ପଞ୍ଚାୟତ ପ୍ରତିଷ୍ଠା କରାଯିବ ବୋଲି ଆଜିଠାରୁ ଭୁବନେଶ୍ୱରଠାରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀରେ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଆଦର୍ଶ ପଞ୍ଚାୟତରେ କଂକ୍ରିଟ୍ ରାସ୍ତା, ପାନୀୟ ଜଳ, ପରିମଳ ଓ କଲ୍ୟାଣ ମଣ୍ଡପ ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ରହିବ।

Advertisment

ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି,“ରାଜ୍ୟର ପ୍ରତି ବ୍ଲକ୍‌ରେ ଗୋଟିଏ ଲେଖାଏଁ ଆଦର୍ଶ ଗ୍ରାମ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧୫ ଲକ୍ଷ ଘର ନିର୍ମାଣ କରିବେ। ଏଥିରୁ ୫ ଲକ୍ଷ ଚଳିତ ବର୍ଷ ସାରିବାକୁ ଲକ୍ଷ୍ୟ ରଖାଯାଇଛି।”

ସରକାରଙ୍କ ବିଭିନ୍ନ ଯୋଜନାର ଗୁଣାତ୍ମକ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଆଜି ସମ୍ମିଳନୀରେ ଜିଲ୍ଲାପାଳମାନଙ୍କୁ ଆହ୍ୱାନ ଦେଇଥିଲେ। ବିଭିନ୍ନ ଯୋଜନାର ଲାଭ ପାଇବାରେ ହିତାଧିକାରୀ ଯେପରି ହଇରାଣ ନ ହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ସେ କହିଥିଲେ। ବିକାଶ ପ୍ରକ୍ରିୟାରେ ଲୋକଙ୍କୁ ସାମିଲ କରିବା ସହ ସେମାନଙ୍କ ଅଭିଯୋଗର ଶୁଣାଣି ଉପରେ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳ ପାଇପ ଜଳ ଯୋଗାଣ, ଗ୍ରାମାଞ୍ଚଳରେ ବିଦ୍ୟୁତ୍‌କରଣ ଓ ଆଦର୍ଶ ବିଦ୍ୟାଳୟ ନିର୍ମାଣ କାମ ସମୀକ୍ଷା କରିଥିଲେ।