Advertisment

ଆଜି ବସୁଛି ରାଜ୍ୟ କ୍ୟାବିନେଟ

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ। ଏହି ବୈଠକ ଆଜି ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ ବସିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁଥିବା ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲାଗିବା ସମ୍ଭାବନା ରହିିଛି। ବିବିୟୁଟି ଆଇନ-୨୦୦୨ରେ ସଂଶୋଧନ କରାଯାଇ ବିପିୟୁଟିର ପରିଚାଳନା ଢାଞ୍ଚାରେ ପରିବର୍ତ୍ତନ ପାଇଁ କ୍ୟାବିନେଟ ଆଜି ମୋହର ମାରିପାରେ। ବୈଷୟିକ ଶିକ୍ଷା ଓ ତାଲିମ ବିଭାଗର ମନ୍ତ୍ରୀ ହେବେ ବିଶ୍ୱବିଦ୍ୟାଳୟର ପ୍ରୋ-ଚାନ୍ସେଲର। କୁଳପତି ଓ କୁଳସଚିବଙ୍କ କାର୍ଯ୍ୟାଳୟ ୫ ବର୍ଷ […]

author-image
Rakesh Mallick
ଆଜି ବସୁଛି ରାଜ୍ୟ କ୍ୟାବିନେଟ

ORISSA SECRETARIAT

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟ ବୈଠକ। ଏହି ବୈଠକ ଆଜି ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ ବସିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁଥିବା ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲାଗିବା ସମ୍ଭାବନା ରହିିଛି। ବିବିୟୁଟି ଆଇନ-୨୦୦୨ରେ ସଂଶୋଧନ କରାଯାଇ ବିପିୟୁଟିର ପରିଚାଳନା ଢାଞ୍ଚାରେ ପରିବର୍ତ୍ତନ ପାଇଁ କ୍ୟାବିନେଟ ଆଜି ମୋହର ମାରିପାରେ।

Advertisment

ବୈଷୟିକ ଶିକ୍ଷା ଓ ତାଲିମ ବିଭାଗର ମନ୍ତ୍ରୀ ହେବେ ବିଶ୍ୱବିଦ୍ୟାଳୟର ପ୍ରୋ-ଚାନ୍ସେଲର। କୁଳପତି ଓ କୁଳସଚିବଙ୍କ କାର୍ଯ୍ୟାଳୟ ୫ ବର୍ଷ ବଦଳରେ ୩ ବର୍ଷ ରହିବ। ରେଜିଷ୍ଟ୍ରାର ଓ ଫାଇନ୍ସାସ ଅଫିସର ଭାବେ ଜଣେ ଜଏଣ୍ଟ ସେକ୍ରେଟାରୀ ରାଙ୍କ ଅଫିସର ଦାୟିତ୍ୱରେ ରହିବେ। ପରୀକ୍ଷା ପରିଚାଳନା ଓ ଫଳାଫଳ ପାଇଁ ନିଦ୍ଧିଷ୍ଟ ସମୟ ସୀମା ରହିବ। ପୂର୍ବରୁ ୨୦୧୩ ଅଗଷ୍ଟ ମାସରେ ବିପିୟୁଟି ଆଇନରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଥିଲା। ବିଧାନସଭାରେ ବିଲ ମଧ୍ୟ ଉପସ୍ଥାପିତ ହୋଇଥିଲା। ତେବେ ବିଲ୍ ଆଇନରେ ପରିଣତ ହୋଇନଥିବାରୁ ଏଥିରେ ପୁଣି ସଂଶୋଧନ ସହ କ୍ୟାବିନେଟରେ ଆଣିବାକୁ ସରକାର ନିଷ୍ପିତ୍ତି ନେଇଥିବା ସୂଚନା ମିଳିଛି। ଆଇନ ସଂଶୋଧନ ପରେ ବିପିୟୁଟି ଓ ଘରୋଇ ଇଞ୍ଜିନିୟରିଂ କଲେଜ ପରିଚାଳନାରେ ମଧ୍ୟ ଅନେକ ପରିବର୍ତ୍ତନ ଆସିବ।

ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶ ସମେତ ପ୍ରଶାସନିକ ନିଷ୍ପତ୍ତିରେ ରାଜ୍ୟ ସରକାର ସିଧାସଳଖ ହସ୍ତକ୍ଷେପ କରିପାରିବ। ଆଜି କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବରେ ମୋହର ଲାଗିବାର ଯଥେଷ୍ଟ ସମ୍ଭାବନା ଅଛି। କେବିକେ କିମ୍ବା ଦୁର୍ଗମ ଅଞ୍ଚଳରେ ଡାକ୍ତରଙ୍କ ଦରମାକୁ ଦୁଇଗୁଣା କରିବା ପ୍ରସ୍ତାବ ଉପରେ ମଧ୍ୟ ଚୁଡାନ୍ତ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ସେହିପରି ନୂଆକରି ଭିନ୍ନକ୍ଷମ ବିଭା ଗଠନକୁ ମଧ୍ୟ କ୍ୟାବିନେଟ ମଞ୍ଚରି ମିଳିପାରେ।

Advertisment