/odisha-reporter/media/post_attachments/uploads/2016/06/berhampur.jpg)
berhampur
ବ୍ରହ୍ମପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମରଝୋଳରେ ନୂଆ ଶଙ୍କର ଚକ୍ଷୁ ହସପିଟାଲ ଉଦ୍ଘାଟନ କରିଛନ୍ତି। ସାଢେ ୪ ଏକର ଜମିରେ ନିର୍ମିତ ଏହି ହସ୍ପିଟାଲରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସବୁଧା ରହିଛି। ଟାଟା ଷ୍ଟିଲ୍ ଓ ଚେନ୍ନାଇର ଶଙ୍କର ଚକ୍ଷୁ ହସ୍ପିଟାଲ ଟ୍ରଷ୍ଟର ମିଳିତ ସହଯୋଗରେ ଏହା ନିର୍ମାଣ କରାଯାଇଛି। ଉଦ୍ଘାଟନୀ ସମାରୋହରେ କାଞ୍ଚି ଶଙ୍କରାଚାର୍ଯ୍ୟ, ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
