/odisha-reporter/media/post_attachments/uploads/2016/02/ambulance.jpg)
ambulance
ଭୁବନେଶ୍ୱର: ୭ଦଫା ଦାବି ନେଇ ଆଜି ମଧ୍ୟରାତ୍ରିରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟକୁ ଓହ୍ଲାଇବ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ। ଫଳରେ ଆଜି ମଧ୍ୟରାତ୍ରରୁ ୧୦୮ ଆମ୍ବୁଲାନ୍ସ ସେବା ବନ୍ଦ ରହିବ। ଆନ୍ଦୋଳନରେ ୯ ଶହରୁ ଅଧିକ କର୍ମଚାରୀ ସାମିଲ ହେବେ। ବାରାମ୍ବାର ଦାବି ସତ୍ତ୍ୱେ ସେମାନଙ୍କ ଦାବି ପ୍ରତି ଗୁରୁତ୍ୱ ଦିଆଯାଉ ନ ଥିବା ପ୍ରତିବାଦରେ ସଂଘ ଆନ୍ଦୋଳନକୁ ଓହ୍ଲାଇଥିବା କହିଛି। ପୂର୍ବରୁ ଆମ୍ବୁଲାନ୍ସ କର୍ମଚାରୀମାନେ ବହୁବାର ସରକାରଙ୍କ ପାଖରେ ନିଜ ଦାବି ଉପସ୍ଥାପନ କରିଥିଲେ। ତେବେ ସରକାର ସେମାନଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଏସମା ଲଗାଇ ଧର୍ମଘଟ ନ କରିବାକୁ ଚେତାବନୀ ଦେଇଥିବା ସଂଘ କହିଛି।
ଗତ ଜାନୁଆରୀ ମାସରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଏହା ସହ ଫେବ୍ରୁଆରୀ ୨ ତାରିଖରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଏହାପରେ ଫେବ୍ରୁଆରୀ ୯ ତାରିଖରେ ସରକାରଙ୍କ ପକ୍ଷରୁ ୧୦୮ ଓ ୧୦୨ ଆମ୍ବୁଲାନ୍ସକୁ ଏସମାର ପରିସରଭୁକ୍ତ କରିବାକୁ ନୋଟିସ୍ କାରି କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
