Advertisment

ଭିଜିଲାନ୍ସ ଜାଲରେ ଅଙ୍ଗନବାଡି କର୍ମୀ

ପୁରୀ (ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ଫସିଲେ ଅଙ୍ଗନବାଡି କର୍ମୀ। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ହାଟସାହି ଗାଁର ଅଙ୍ଗନବାଡି କର୍ମୀ ସନ୍ଧ୍ୟାରାଣୀ ଭଟ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ତାଙ୍କ ପୌତୃକ ଘର ସମେତ  ହାତୀଶାଳରେ ଥିବା ୪ ମହଲା ବିଲ୍ଡିଂ, ସଙ୍ଗମ ମୌଜା ମଙ୍ଗଳା ହାଟରେ ଥିବା ଅଟା ମିଲ, ବାଲି ସାହିରେ ଥିବା ଅଙ୍ଗନବାଡି କେନ୍ଦ୍ର ତଥା ଡେଲାଙ୍ଗ ହାଟ ସାହିରେ ଥିବା ଶ୍ୱଶୁର ଘରେ […]

author-image
Madhupriya Mistry
ଭିଜିଲାନ୍ସ ଜାଲରେ ଅଙ୍ଗନବାଡି କର୍ମୀ

vigilance-raid-at-anganwadi

ପୁରୀ (ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ଜାଲରେ ଫସିଲେ ଅଙ୍ଗନବାଡି କର୍ମୀ। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ହାଟସାହି ଗାଁର ଅଙ୍ଗନବାଡି କର୍ମୀ ସନ୍ଧ୍ୟାରାଣୀ ଭଟ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।

Advertisment

ତାଙ୍କ ପୌତୃକ ଘର ସମେତ  ହାତୀଶାଳରେ ଥିବା ୪ ମହଲା ବିଲ୍ଡିଂ, ସଙ୍ଗମ ମୌଜା ମଙ୍ଗଳା ହାଟରେ ଥିବା ଅଟା ମିଲ, ବାଲି ସାହିରେ ଥିବା ଅଙ୍ଗନବାଡି କେନ୍ଦ୍ର ତଥା ଡେଲାଙ୍ଗ ହାଟ ସାହିରେ ଥିବା ଶ୍ୱଶୁର ଘରେ ଏକକାଳୀନ ଭିଜିଲାନ୍ସ ରେଡ କରିଛି । ସନ୍ଧ୍ୟାରାଣୀ ଏବେ ପୁରୀ ବାଶେଳିସାହିର ଅକ୍ଷୟଧଶନ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ଭାବେ କାମ କରୁଛନ୍ତି ।

Vigilance Raid