Advertisment

ଏଣିକି ଆଇନସିଦ୍ଧ ହେବ ଭାଗ ଜମି

ଭୁବନେଶ୍ୱର: ଚାଷ ଜମିକୁ ଲିଜ୍‌ ବା ଭାଗ ଦେବା ଏଣିକି ଆଇନସିଦ୍ଧ ହେବ। ସରକାରଙ୍କୁ ଏପରି ସୁପାରିଶ କରିଛନ୍ତି ଓଡ଼ିଶା ଲ୍ୟାଣ୍ଡ ରିଫର୍ମସ କମିଶନ। ସରକାର ଘୋଷଣା କରୁଥିବା ସୁବିଧା ସୁଯୋଗ ଭାଗଚାଷୀଙ୍କୁ ଦେବା ପାଇଁ ଓଡ଼ିଶା ଭୂ-ସଂସ୍କାର ଆଇନରେ ସଂଶୋଧନ କରିବାକୁ ଲ୍ୟାଣ୍ଡ ରିଫର୍ମସ କମିଶନ ସରକାରଙ୍କୁ ଏହିପରି କିଛି ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ଓଟିଭିର ହସ୍ତଗତ ହୋଇଛି। ଓଡ଼ିଶା ଭୂ-ସଂସ୍କାର ଆଇନରେ ସଂଶୋଧନ ପାଇଁ ସରକାରଙ୍କୁ ୯ଟି ପ୍ରସ୍ତାବ ଦେଇଛନ୍ତି ଲ୍ୟାଣ୍ଡ ରିଫର୍ମ […]

author-image
Rakesh Mallick
ଏଣିକି ଆଇନସିଦ୍ଧ ହେବ ଭାଗ ଜମି

sharecorper

ଭୁବନେଶ୍ୱର: ଚାଷ ଜମିକୁ ଲିଜ୍‌ ବା ଭାଗ ଦେବା ଏଣିକି ଆଇନସିଦ୍ଧ ହେବ। ସରକାରଙ୍କୁ ଏପରି ସୁପାରିଶ କରିଛନ୍ତି ଓଡ଼ିଶା ଲ୍ୟାଣ୍ଡ ରିଫର୍ମସ କମିଶନ। ସରକାର ଘୋଷଣା କରୁଥିବା ସୁବିଧା ସୁଯୋଗ ଭାଗଚାଷୀଙ୍କୁ ଦେବା ପାଇଁ ଓଡ଼ିଶା ଭୂ-ସଂସ୍କାର ଆଇନରେ ସଂଶୋଧନ କରିବାକୁ ଲ୍ୟାଣ୍ଡ ରିଫର୍ମସ କମିଶନ ସରକାରଙ୍କୁ ଏହିପରି କିଛି ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ ଓଟିଭିର ହସ୍ତଗତ ହୋଇଛି।

Advertisment

ଓଡ଼ିଶା ଭୂ-ସଂସ୍କାର ଆଇନରେ ସଂଶୋଧନ ପାଇଁ ସରକାରଙ୍କୁ ୯ଟି ପ୍ରସ୍ତାବ ଦେଇଛନ୍ତି ଲ୍ୟାଣ୍ଡ ରିଫର୍ମ କମିଶନ। ସେହି ପ୍ରସ୍ତାବ ଗୁଡିକ ହେଲା- ଜମିକୁ ଲିଜ୍‌ ବା ଭାଗ ଦେବାକୁ ଭୂ-ସଂସ୍କାର ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ। କେତେ ଜମି ଲିଜ ଦେଇ ହେବ ତାହା ବି ଉଲ୍ଲେଖ ରହିବ। ବେଆଇନ୍ ଦଖଲର ସ୍ୱତ ସାବ୍ୟସ୍ତ ନେଇ ଥିବା ନିୟମରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ରହିଛି। ଜମି ମାଲିକ ଓ ଭାଗଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସଂଶୋଧନ ଆଇନରେ ବ୍ୟବସ୍ଥା ରଖିବାକୁ ପରାମର୍ଶ ଦିଆଯାଇଛି। ଭୂସଂସ୍କାର ଆଇନରେ ସଂଶୋଧନ ପାଇଁ ରାଜସ୍ୱ ବିଭାଗ ଏକ ବିଶେଜ୍ଞ କମିଟି ଗଠନ କରିବ। ସଂଶୋଧନ ବ୍ୟ‍ସ୍ଥାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବାକୁ ଚାଷୀଙ୍କୁ ପାସ୍‌ବୁକ୍‌ ଦେବାକୁ ସୁପାରିଶ କରାଯାଇଛି। ଜମି ଲିଜ ବା ଭାଗ ନେଇ ଭାଗଚାଷୀ ଓ ମାଲିକଙ୍କ ନିଜ ନିଜ ଭିତରେ ବ୍ୟବସ୍ଥା କରିବେ। ଏହାକୁ ଆଇନ ନିୟନ୍ତ୍ରଣ କରିବ ନାହିଁ। ଚାଷୀଙ୍କ ପାସ୍‌ବୁକ୍‌କୁ ଲ୍ୟାଣ୍ଡ ରେକର୍ଡସ ସହ ଲିଙ୍କ୍ କରାଯିବ। ଯାହା ଦ୍ୱାରା ଗୋଟିଏ ଜମିକୁ ଦେଖାଇ ଭାଗଚାଷୀ ଓ ମାଲିକ ଋଣ ନେବା ଓ ଅନ୍ୟ ସୁବିଧା ପାଇବା ସରଳୀକରଣ ହେବ। ରାଜସ୍ୱ ବିଭାଗ ଆଜି ଏହି ସୁପାରିଶକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଉପସ୍ଥାପନ କରିଛି। ଏ ନେଇ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଦେଖିବା କଥା।