Advertisment

ଆସନ୍ତା ୩୦ ବର୍ଷରେ କୋଲ୍ ବ୍ଲକରୁ ଓଡ଼ିଶା ପାଇବ ୪୫ ହଜାର କୋଟି ଟଙ୍କା

ଭୁବନେଶ୍ୱର: ଆଗାମୀ ୨୫ ରୁ ୩୦ ବର୍ଷରେ କୋଲବ୍ଲକ୍ ବିକ୍ରିରୁ ଓଡ଼ିଶା ସରକାର ପ୍ରାୟ ୪୫ ହଜାର କୋଟି ଟଙ୍କାର ରାଜସ୍ୱ ପାଇବେ। ଗୁରୁବାର ଏ ସୂଚନା ଦେଇଛନ୍ତି କେନ୍ଦ୍ର କୋଇଲା ସଚିବ ଅନୀଲ ସ୍ୱରୂପ। ରାଜ୍ୟରେ ଏମସିଏଲର ୧୧ଟି କୋଲବ୍ଲକରେ ଥିବା ବିଭିନ୍ନ ସମସ୍ୟା ସଂପର୍କରେ ମୁଖ୍ୟ ଶାସନ ସଚିବ ଗୋକୁଳଚନ୍ଦ୍ର ପତିଙ୍କ ସହିତ ଆଲୋଚନା କରିବା ପାଇଁ ଭୁବନେଶ୍ୱର ଆସିଥିବା ଅବସରରେ ସେ ଏହି ସୂଚନା ଦେଇଥିଲେ। ତେବେ ଏହି ବର୍ଷ ଗୁଡ଼ିକ ମଧ୍ୟରେ […]

ଆସନ୍ତା ୩୦ ବର୍ଷରେ କୋଲ୍ ବ୍ଲକରୁ ଓଡ଼ିଶା ପାଇବ ୪୫ ହଜାର କୋଟି ଟଙ୍କା

anilswarup

Advertisment

ଭୁବନେଶ୍ୱର: ଆଗାମୀ ୨୫ ରୁ ୩୦ ବର୍ଷରେ କୋଲବ୍ଲକ୍ ବିକ୍ରିରୁ ଓଡ଼ିଶା ସରକାର ପ୍ରାୟ ୪୫ ହଜାର କୋଟି ଟଙ୍କାର ରାଜସ୍ୱ ପାଇବେ। ଗୁରୁବାର ଏ ସୂଚନା ଦେଇଛନ୍ତି କେନ୍ଦ୍ର କୋଇଲା ସଚିବ ଅନୀଲ ସ୍ୱରୂପ। ରାଜ୍ୟରେ ଏମସିଏଲର ୧୧ଟି କୋଲବ୍ଲକରେ ଥିବା ବିଭିନ୍ନ ସମସ୍ୟା ସଂପର୍କରେ ମୁଖ୍ୟ ଶାସନ ସଚିବ ଗୋକୁଳଚନ୍ଦ୍ର ପତିଙ୍କ ସହିତ ଆଲୋଚନା କରିବା ପାଇଁ ଭୁବନେଶ୍ୱର ଆସିଥିବା ଅବସରରେ ସେ ଏହି ସୂଚନା ଦେଇଥିଲେ। ତେବେ ଏହି ବର୍ଷ ଗୁଡ଼ିକ ମଧ୍ୟରେ ରାଜ୍ୟରେ ସଠିକ୍ କେତୋଟି କୋଲ୍ ବ୍ଲକ୍ ନିଲମ ହେବ ସେ ନେଇ କୋଇଲା ସଚିବ କୌଣସି ସୂଚନା ଦେଇ ନଥିଲେ। ଏସଂପର୍କରେ ତାଙ୍କ ପାଖରେ ସଠିକ୍ ତଥ୍ୟ ନଥିବା ସେ କହିଥିଲେ। ସେହିପରି ଓପିଟିସିଏଲକୁ ଛେଣ୍ଡିପଦା କୋଲବ୍ଲକ୍ ଦେବା ପାଇଁ ରାଜ୍ୟ ସରକାର କରିଥିବା ସୁପାରିଶ କେନ୍ଦ୍ର ସରକାରଙ୍କର ବିଚାରାଧୀନ ରହିଛି ବୋଲି ଅନୀଲ ସ୍ୱରୂପ କହିଥିଲେ। ରାଜ୍ୟ ସରକାରଙ୍କ ସୁପାରିଶକୁ ପ୍ରତ୍ୟାଖାନ କରାଯାଇ ନାହିଁ। କୋଲବ୍ଲକ୍ ବିକ୍ରି ନେଇ ଏକ ପ୍ରକ୍ରିୟା ରହିଛି। ଆଉ ସେହି ପ୍ରକ୍ରିୟା ଅନୁସାରେ କାର୍ଯ୍ୟ ଚାଲିଛି ସେ କହିଥିଲେ।

Advertisment

ମୁଖ୍ୟ ଶାସନ ସଚିବଙ୍କ ସହିତ ବୈଠକ ପରେ ସେ କହିଥିଲେ, ରାଜ୍ୟରେ ଏମସିଏଲର ୧୧ଟି କୋଇଲା ବ୍ଲକରେ କିଛି କିଛି ସମସ୍ୟା ରହିଥିଲା। ସେ ନେଇ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ଅଧିକାରୀମାନଙ୍କ ସହିତ ହୋଇଥିବା ଆଲୋଚନା ସଫଳ ହୋଇଛି। ଏବେ ଏହି କୋଲବ୍ଲକ୍ ଗୁଡ଼ିକ ସୁରୁଖୁରୁରେ ଚାଲି ପାରିବ।

ସେ ଆହୁରି ମଧ୍ୟ କହିଥିଲେ ଯେ କୋଇଲା ଉତ୍ପାଦନରେ ସବୁଠୁ ଅଧିକ ସମସ୍ୟା ଥାଏ କୋଇଲା ପରିବହନରେ। କୋଇଲା ଉତ୍ପାଦନରେ ଯେତିକି ସମସ୍ୟା ନଥାଏ ତା’ଠାରୁ ଅଧିକ ସମସ୍ୟା ଥାଏ କୋଇଲା ପରିବହନରେ। କୋଇଲା ପରିବହନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଦେଶରେ ତିନୋଟି ରେଳ ଲାଇନ୍ ବିଚ୍ଛା କାର୍ଯ୍ୟ ଚାଲିଛି। କୋଇଲା ପରିବହନ ଦୃଷ୍ଟିରୁ ବିଶେଷ ଗୁରୁତ୍ୱବହନ କରୁଥିବା ଏହି ରେଳ ଲାଇନ ଗୁଡ଼ିକ ମଧ୍ୟରୁ ଗୋଟିଏ ଓଡ଼ିଶାରେ ରହିଛି। ଝାରସୁଗୁଡ଼ାରୁ-ବରପାଲି ପର୍ଯ୍ୟନ୍ତ ତିଆରି ଚାଲିଛି ଏହି ରେଳ ଲାଇନ୍। ୨୦୧୬ ଜୁନ୍ ମାସ ସୁଦ୍ଧା ଏହାର ସିଙ୍ଗଲ୍ ଲାଇନ୍ ନିର୍ମାଣ କାର୍ଯ୍ୟ ଶେଷ ହେବ। ଏହା ଦ୍ୱାରା ଅଧିକ ୧୨୦ ମିଲିୟନ ଟନ୍ କୋଇଲା ପରିବହନ କରାଯାଇପାରିବ।

Advertisment

ଅନୀଲ ସ୍ୱରୂପ କହିଥିଲେ, ପାୱାରପ୍ଲାଣ୍ଟ ଗୁଡ଼ିକୁ କୋଇଲା ଯୋଗାଣରେ କୌଣସି ବାଧା ନାହିଁ। ଗତବର୍ଷ ଏହି ସମୟରେ କିଛି ସମସ୍ୟା ରହିଥିଲା। କିନ୍ତୁ ଏଥର ସେହ ସମସ୍ୟା ନାହିଁ।

ସେହିପରି ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି କହିଥିଲେ ଯେ ଏମସିଏଲର ୧୧ଟି ପ୍ରକଳ୍ପରେ କିଛି କିଛି ସମସ୍ୟା ରହିଥିଲା। ତା’ର ସମାଧାନ ନେଇ ଆଲୋଚନା ହୋଇଥିଲା। ରାଜ୍ୟରେ ଏମସିଏଲର ଅନ୍ୟ ସବୁ ପ୍ରକଳ୍ପ କାର୍ଯ୍ୟ ଠିକଠାକ ଚାଲିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe