injured student
ଅଟୋ ଓଲଟି ପଡ଼ିବାରୁ ସରସ୍ୱତୀ ମୂର୍ତ୍ତି ଆଣିବାକୁ ଯାଇଥିବା ୫ ସ୍କୁଲ ଛାତ୍ର ଗୁରୁତର। ଏ ସମସ୍ତ ଛାତ୍ର ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଓଲମରା ହାଇସ୍କୁଲର। ଆଜି ସେମାନେ ଏକ ଅଟୋରେ ମୂର୍ତ୍ତି ଆଣିବାକୁ ଯିବା ବେଳେ ସ୍କୁଲ ନିକଟ କଣ୍ଟାବଣିଆ ଛକରେ ଏହି ଦୁର୍ଘଟଣା ଘଟିଛି।
Advertisment
ଆହତ ଛାତ୍ରଙ୍କ ଭିତରୁ ୪ ଜଣ ଦଶମ ଶ୍ରେଣୀର ହେଇଥିବା ବେଳେ ଜଣେ ନବମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି। ସେମାନେ ଅଟୋରେ ବସି ରାଇବଣିଆକୁ ସରସ୍ଵତୀ ମୂର୍ତ୍ତୀ ଆଣିବା ପାଇଁ ଯାଉଥିଲେ। ଭାରସାମ୍ୟ ହରାଇ ଅଟୋ ଓଲଟିବା ପରେ ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।
ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରଥମିକ ଚିକିତ୍ସା ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
